• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା (CRPF) କନଷ୍ଟେବଳ GD ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ଅର୍ଥାତ୍‌ ଜାନୁଆରୀ ୧୬ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ଅନ୍‌ଲାଇନ୍‌ ଜରିଆରେ Crpf.gov.inକୁ ଲଗ୍‌ଇନ୍‌ କରି ଆବେଦନ କରିହେବ ।

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPFର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆଜି ସକାଳ ୯ଟା ପରୁଠାରୁ ଆବେଦନ କରିହେବ । ଆବେଦନ କରିବାର ଶେଷ ତାରିଖ ୨୦୨୪ ଫେବ୍ରୁଆରୀ ୧୫ ତାରିଖ ଯାଏଁ ରହିଛି । ମୋଟ୍‌ ୧୬୯ଟି ପଦବୀ ପୂରଣ ହେବାନେଇ ନିଯୁକ୍ତି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଦଶମ ପାଶ୍‌ କରି ଏହି ସାର୍ଟିଫିକେଟ୍ ଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଏହି ପଦବୀ ପାଇଁ ଆମେଦନ କରିବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀମାନେ ମାଟ୍ରିକ୍‌ ପାସ୍‌ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ସମୟସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।

କିପରି କରିବେ ଆବେଦନ ?

ପ୍ରଥମେ ଏଥିପାଇଁ ଆପଣଙ୍କୁ CRPFର ଅଫିସିଆଲ୍ ୱେବସାଇଟ୍ recruitment.crpf.gov.in ପରିଦର୍ଶନ କରିବାକୁ ହେବ । ପରେ ଆପଣ ପ୍ରଥମ ପେଜ୍‌ରେ ଥିବା CRPF କନଷ୍ଟେବଲ୍ GD ନିଯୁକ୍ତି ୨୦୨୪ ଲିଙ୍କକୁ କ୍ଲିକ୍‌ କରିବେ ।

ପେଜ୍‌ ଖୋଲିବା ପରେ ପ୍ରାର୍ଥୀମାନେ ପଞ୍ଜିକରଣ କରିପାରିବେ । ପଞ୍ଜୀକରଣ ସରିବା ପରେ ସେଠାରେ ଆପଣଙ୍କୁ ଫର୍ମ ଗୁଡ଼କୁ ପୂରଣ କରିବାକୁ ପଡ଼ିବ ।

ଶେଷରେ ଆପଣ ଆବେଦନ ଶୁକ୍ଳ ଦେବା ସହିତ ପେଜ୍‌ ସମିଟ୍‌ ଉପରେ କ୍ଲିକ୍‌ କରି ଡାଉନ୍‌ ଲୋଡ୍‌ ଅପସନ୍‌ ଉପରେ କ୍ଲିକ୍‌ କରିବେ । ଫଳରେ ଆପଣ ଏକ ହାର୍ଡ କପି ରଖିପାରିବେ ।

ଆବେଦନ ପାଇଁ କେତେ ଦେୟ ଦେବେ ?

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜିଡି ପଦବୀ ପାଇଁ ଜେନେରାଲ, OBC ଏବଂ EWS ମାନଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ଦେବାକୁ ହେବ । SC-ST ଓ ମହିଳାମାନଙ୍କ ପାୟି ଦେୟ ଛାଡ଼ କରାଯାଇଛି ।

ଏହା ବ୍ୟତୀତ ଯଦି ଆପଣ ଏହି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହାନ୍ତି ତେବେ CRPFର ଅଫିସିଆଲ୍ ୱେବସାଇଟ୍ ଦେଖିପାରିବେ ।

ଅଧିକ ପଢ଼ନ୍ତୁ: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ; ଆବେଦନ ଆରମ୍ଭ