Advertisment

Indian Railway Recruitment: ଦଶମ ପାଶ୍‌ କରି ଏହି ସାର୍ଟିଫିକେଟ୍ ଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

ଭାରତୀୟ ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର-ପଶ୍ଚିମ ରେଳବାଇ, ଜୟପୁର ପାଇଁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

author-image
Pramod Behera
apprentice job in Indian railway without exam

apprentice job in Indian railway without exam

ଭାରତୀୟ ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର-ପଶ୍ଚିମ ରେଳବାଇ, ଜୟପୁର ପାଇଁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହି ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମୋଡ୍‌ରେ ହେଉଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୬୪୬ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ https://rrcjaipur.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Apprentice job in Indian railway without exam Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଜାନୁଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ଫେବୃଆରୀ ୨୦୨୪

ଖାଲି ପଦବୀ:

  • DRM କାର୍ଯ୍ୟାଳୟ, ଅଜମର୍ ଡିଭିଜନ୍ – ୪୦୨ଟି ପୋଷ୍ଟ୍‌
  • DRM କାର୍ଯ୍ୟାଳୟ, ବିକାନର୍ ଡିଭିଜନ୍ – ୪୨୪ଟି ପୋଷ୍ଟ୍‌
  • DRM କାର୍ଯ୍ୟାଳୟ, ଜୟପୁର ଡିଭିଜନ୍ – ୪୮୮ଟି ପୋଷ୍ଟ୍‌
  • DRM କାର୍ଯ୍ୟାଳୟ, ଯୋଧପୁର ଡିଭିଜନ୍ – ୬୭ଟି ପୋଷ୍ଟ୍‌
  • BTC କ୍ୟାରିଜ୍, ଅଜମେର – ୧୧୩ଟି ପୋଷ୍ଟ୍‌
  • BTC ଲୋକୋ, ଅଜମେର – ୫୬ଟି ପୋଷ୍ଟ୍‌
  • କ୍ୟାରିଜ୍ କର୍ମଶାଳା, ବିକାନର୍ – ୨୯ଟି ପୋଷ୍ଟ୍‌
  • କ୍ୟାରିଜ୍ କର୍ମଶାଳା, ଯୋଧପୁର – ୬୭ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୧୬୪୬ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ପାଶ୍
  • ଏହା ବ୍ୟତୀତ, ପ୍ରାର୍ଥୀଙ୍କ ପାଖରେ NCVT କିମ୍ବା SCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରାସଙ୍ଗିକ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍ ଥିବ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୧୦।୦୨।୨୦୨୪ ଅନୁସାରେ ହେବ

ବୟସ କୋହଳ:

  • OBC - ୦୩ ବର୍ଷ
  • ST / SC / PWD / ESM - ୦୫ ବର୍ଷ
  • PWD + SC / ST - ୧୫ ବର୍ଷ

ଚୟନ ପ୍ରକ୍ରିୟା:

  • ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ଏବଂ ଆଇଟିଆଇ ମାର୍କ ଆଧାରରେ ସର୍ଟଲିଷ୍ଟ ହେବେ
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ଆବେଦନ ଶୁଳ୍କ:

  • SC / ST / ମହିଳା / PWD ପ୍ରାର୍ଥୀ – ଦେୟମୁକ୍ତ
  • ଅନ୍ୟାନ୍ୟ ପ୍ରାର୍ଥୀ – ୧୦୦ ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଦସ୍ତଖତ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ୍ ଆଟେଷ୍ଟେଡ୍ ପାସପୋର୍ଟ ଆକାରର ଫଟୋଗ୍ରାଫ୍
Indian Railways Indian Railway Jobs Govt Jobs Central Govt Jobs
Advertisment
Advertisment