/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643705081.jpg)
cisf recruitment
ଆପଣ ଦ୍ୱାଦଶ ପାସ୍ କରିଛନ୍ତି କି ? ତାହେଲେ CISFରେ କନେଷ୍ଟବଲ ପଦବୀ ପାଇଁ ଆବେଦନ କରିପାରିବେ । କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ(CISF) କନଷ୍ଟେବଳ ଫାୟାରମ୍ୟାନ୍ ଭର୍ତ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେନର ପ୍ରକ୍ରୀୟା ୨୯ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଯାଇଛି। ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହି ଭର୍ତ୍ତି ପାଇଁ ୦୪ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ପଦବୀ ସଂଖ୍ୟା:
CISF ପକ୍ଷରୁ ମୋଟ ୧୧୪୯ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ସିଆଇଏସଏଫ କନଷ୍ଟେବଲ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।ଆଶାୟୀ ପ୍ରାର୍ଥିଙ୍କ ଚୟନ ଲିଖିତ ପରୀକ୍ଷା, ମେଡିକାଲ ଟେଷ୍ଟ, ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି), ଶାରୀରିକ ମାନକ ପରୀକ୍ଷଣ (ପିଏସଟି) ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ।
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା:
କନଷ୍ଟେବଲ ପଦବୀ ପାଇଁ ସାଇନ୍ସ ଷ୍ଟ୍ରୀମରେ ଦ୍ୱାଦଶ ପାସ୍ କରିଥିବା ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ। ବୟସ ସୀମା ୧୮ ରୁ ୨୩ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଚୟନ ହୋଇଥିବା ଆଶାୟୀ ପ୍ରାର୍ଥି ପେ ଲେବଲ ୩ ଅନୁଯାୟୀ ୨୧,୭୦୦/- ଟଙ୍କାରୁ ୬୯,୧୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ବେତନ ମିଳିବ।
ପଦବୀ ଆବେଦନ ପାଇଁ ଶୁଳ୍କ:
ଆବେଦନକାରୀଙ୍କୁ ୧୦୦ ଟଙ୍କାର ଆବେଦନ ଶୁଳ୍କ ମଧ୍ୟ ଦେବାକୁ ହେବ । ଯେଉଁଥିରେ ରିଜର୍ଭ କ୍ୟାଣ୍ଡିଡେଟସଙ୍କ ପାଇଁ କିଛି ଛାଡ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)