• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତରେ ଆଇଫୋନ୍ ନିର୍ମାଣ ପାଇଁ କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରତିଷ୍ଠା ହେବାକୁ ଯାଉଛି ଦେଶର ସର୍ବବୃହତ କାରଖାନା (Manufacturing Unit) । ନଭେମ୍ବର ୧୫ ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଟେଲିକମ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତରେ ଆଇଫୋନ୍ ଉତ୍ପାଦନ ପାଇଁ ଆପଲ୍ (Apple) କମ୍ପାନୀ ବେଙ୍ଗାଲୁରୁର ହୋସୁର ନିକଟରେ ଏହାର ବୃହତ୍ତମ କାରଖାନା (ଆଇଫୋନ୍ କାରଖାନା) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଏହି କାରଖାନା ହେବା ପରେ ପ୍ରାୟ ୬୦,୦୦୦ ଲୋକଙ୍କୁ ଚାକିରି ମିଳିବ ।

ଅଧିକ ପଢ଼ନ୍ତୁ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଜେନେରାଲ ଟିକେଟ୍ ବୁକିଂ ହେଲା ସହଜ

ଆଦିବାସୀ ଗୌରବ ଦିବସ ଉତ୍ସବକୁ ସମ୍ବୋଧିତ କରିବାବେଳେ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଆଉ ସେଠାରେ ରାଞ୍ଚି ଏବଂ ହଜାରିବାଗରେ ରହୁଥିବା ୬,୦୦୦ ଆଦିବାସୀ ମହିଳା ମଧ୍ୟ କାର୍ଯ୍ୟ କରିବେ । ସେମାନଙ୍କୁ ଆଇଫୋନ୍ ତିଆରି ପାଇଁ ପୂର୍ବରୁ ତାଲିମ ଦିଆଯାଇଛି ।

ସୂଚନାଯୋଗ୍ୟ, ଭାରତରେ ଅଗ୍ରଣୀ ଇଲେକ୍ଟ୍ରୋନିକ୍ କମ୍ପାନୀ ଫକ୍ସକନ୍ (Foxconn), ୱିଷ୍ଟ୍ରନ୍ (Wistron) ଏବଂ ପେଗାଟ୍ରନ୍ (Pegatron) ରେ ଆପଲ୍ ନିଜର ଆଇଫୋନ୍ ନିର୍ମାଣ କରିଥାଏ । ବର୍ତ୍ତମାନ ଆପଲ୍ ନିଜ ଆଇଫୋନ୍ (iPhone ) କାରଖାନା ନିର୍ମାଣ ପାଇଁ ହୋସୁରରେ ଥିବା ଏକ ପ୍ଲାଣ୍ଟ ଟାଟା ଇଲେକ୍ଟ୍ରୋନିକ୍ସ ସହ ଚୁକ୍ତି କରିଛି ।

ଅନ୍ୟପକ୍ଷରେ ଆପଲର ଯୋଗାଣକାରୀ କମ୍ପାନୀ ଫକ୍ସକନ୍ ମଧ୍ୟ ଆସନ୍ତା ୨ ବର୍ଷରେ ଭାରତରେ ଏହାର ଉତ୍ପାଦନ କ୍ଷମତାକୁ ୪ ଗୁଣ ବୃଦ୍ଧି କରିବାକୁ ଯୋଜନା କରୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫକ୍ସକନ୍ ମଧ୍ୟ ଭାରତରେ ନିଜର କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି ।