/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678465453.jpg)
BSF Recruitment
ସେନାରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି କି ? ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଉ ଏହି ସମୟରେ ସେନାରେ ନିଯୁକ୍ତି ନେଇ ଏକ ଖୁସିର ଖବର ଦେଇଛନ୍ତି କେନ୍ଦ୍ର ସରକାର । ହୋଲି ପରେ ଅଗ୍ନିବୀରମାନଙ୍କୁ କେନ୍ଦ୍ର ସରକାର ଉପହାର ଦେଇଥିବା କୁହାଯାଉଛି ।
ନିଯୁକ୍ତି ହେବାକୁ ଥିବା ବିଏସଏଫ୍ ପଦବୀରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ଅଗ୍ନିବୀର ମାନଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବା ନେଇ କୁହାଯାଉଛି । ମାର୍ଚ୍ଚ ୬ ତାରିଖରେ ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଘୋଷଣା ଆଦେଶକୁ ଅନୁମୋଦନ କରାଯାଇଛି ।
ଅଧିକ ପଢ଼ନ୍ତୁ: B.A ପରେ କ୍ୟାରିୟର୍କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ
ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଅଗ୍ନିବୀର ପାଇଁ କରାଯାଇଥିବା ପରୀକ୍ଷାରେ ପାସ୍ କାରିଥିବା ୨୫ ପ୍ରତିଶତ ପ୍ରାର୍ଥୀଙ୍କୁ ସିଧାସଳଖ ସେନାରେ ସ୍ଥାୟୀ ଭାବେ ଚାକିରି ଦିଆଯିବ ।
ଅନ୍ୟ ୭୫% ଅଗ୍ନୀବିର ପାଇଁ ଇଚ୍ଛୁକଥିବା ପ୍ରାର୍ଥୀଙ୍କୁ ସେନାର ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିବ । ଅର୍ଥାତ୍ ସେନା ୟୁନିଟ୍, ପୋଲିସ୍ ନିଯୁକ୍ତି, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଭଳି ଚାକିରି ଦିଆଯିବ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, ଏହା ଛଡ଼ା ସେନାରେ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି କୁହାଯାଇଛି ।
ପ୍ରଥମ ବ୍ୟାଚ୍ରେ ସମସ୍ତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୟସ ସୀମାରେ କୋହଳ କରାଯାଇଛି । ପ୍ରାର୍ଥୀମାନଙ୍କ ପାଇଁ ୫ ବର୍ଷ ବୟସ ସୀମା କମାଇଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)