• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ବାହାରିଲା ନିଯୁକ୍ତି । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩ ହଜାର ଆପ୍ରେଣ୍ଟିସ୍‌ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ସାରା ଦେଶରେ ବିଭିନ୍ନ ବ୍ରାଞ୍ଚରେ ଖାଲି ପଡ଼ିଥିବା ଏହି ପଦବୀ ପୂରଣ ହେବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ମାର୍ଚ୍ଚ ୧୦ ତାରିଖରେ ପରୀକ୍ଷା ହେବ । କଟ ଅଫ୍‌ ଫଳାଫଳ ପ୍ରକାଶ ପାଇବ ମାର୍ଚ୍ଚ ୩୧ ତାରିଖରେ । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ nats.education.gov.in. ଜରିଆରେ ଆବେନ କରିପାରିବେ ।

ଚୟନ ପ୍ରକ୍ରିୟା

ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ରିଟିନ୍‌ ପରୀକ୍ଷା ଦେବାକୁ ହେବ । ଲିଖିତ ପରୀକ୍ଷାରେ କ୍ୱାଣ୍ଟିଟେଟିଭ୍‌ ଆପ୍‌ଟିଟ୍ୟୁଡ୍‌, ଜେନେରାଲ ଇଂଲିସ, ରିଜିନିଂ ଆବିଲିଟି, କମ୍ପ୍ୟୁଟର ନଲେଜ୍, ବେସିକ୍‌ ରିଟେଲ ଲାଇବିଲିଟି ପ୍ରଡକ୍ଟସ୍‌, ବେସିକ୍ ରିଟେଲ ଆସେଟ୍ ପ୍ରଡକ୍ଟସ୍‌, ବେସିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ରଡକ୍ଟସ୍‌ ଏବଂ ବେସିକ୍‌ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟସ୍‌ ବିଷୟରେ ପ୍ରଶ୍ନ ଆସିବ ।

ଅଧିକ ପଢ଼ନ୍ତୁ: ଏୟାରପୋର୍ଟରେ ପୂରଣ ହେବ ୪୯୦ ପଦବୀ; ଚୟନ ହେଲେ ଦରମା ପାଖାପାଖି ଦେଢ ଲକ୍ଷ

କୌଣସି ପ୍ରାର୍ଥୀ ପୂର୍ବରୁ କିମ୍ବା ବର୍ତ୍ତମାନ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆପ୍ରେଣ୍ଟିସ୍‌ ପଦବୀ ପାଇଁ ତାଲିମ୍‌ ନନେଇଥିବା ଆବଶ୍ୟକ । ଖାଲି ସେତିକି ନୁହେଁ ଅନ୍ୟ ବ୍ୟାଙ୍କର ଆପ୍ରେଣ୍ଟିସ୍‌ ପଦବୀ ପାଇଁ ମଧ୍ୟ ସେମାନେ ତାଲିମ୍‌ ବା ଟ୍ରେନିଂ ନେଇନଥିବା ଆବଶ୍ୟକ । ଯଦି କୌଣସି ପ୍ରାର୍ଥୀ ପାଠ ପଢ଼ିବା ପରେ କୌଣସି ବ୍ୟାଙ୍କରେ ଆପ୍ରେଣ୍ଟିସ ଭାବେ କାର୍ଯ୍ୟ କରୁଥିବେ ତେବେ ସେମାନେ ଏହି ପରୀକ୍ଷା ବା ପଦବୀ ପାଇଁ ଯୋଗ୍ୟ ନୁହନ୍ତି ।

ବୟସ ସୀମା

ଆବେଦନ କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ୧ ଏପ୍ରିଲ ୧୯୯୬ ରୁ ୩୧ ମାର୍ଚ୍ଚ ୨୦୦୪ ମସିହା ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ । ଅର୍ଥାତ ପ୍ରାର୍ଥୀଙ୍କୁ ୨୦ରୁ ୨୮ ବଷଁ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ସ ଅନୁସାରେ SC/ST/OBC/PWBD ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି ।

ଦରମା

ରୁରାଲ/ସେମି-ଅରବାନ ବ୍ରାଞ୍ଚରେ- ୧୫ ହଜାର

ଅରବାନ ବ୍ରାଞ୍ଚରେ – ୧୫ ହଜାର

ମେଟ୍ରୋ ବ୍ରାଞ୍ଚରେ ୧୫ ହଜାର

ଶିକ୍ଷାଗତ ଯୋଗ୍ୟତା

ପ୍ରତ୍ୟେକ ପ୍ରାର୍ଥୀ ସରକାରୀ ସ୍ୱୀକୃତି ପ୍ରାପ୍ତ କଲେଜରୁ ୩୧ ମାର୍ଚ୍ଚ ୨୦୨୦ ପରେ ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

କେମିତି କରିବେ ଆବେଦନ

ପ୍ରଥମେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ www.nats.education.gov.in. କୁ ଯାଇ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ । ପରେ ତାକୁ ପୁଣି ଥରେ ଲଗ୍‌ଇନ୍‌ କରି "Apply Against Advertised Vacancy" ଉପରେ କ୍ଲିକ୍‌ କରନ୍ତୁ । ଏହାପରେ "Apprenticeship with the Central Bank of India." ଉପରେ କ୍ଲିକ୍‌ କରି "Apply" ଉପରେ କ୍ଲିକ୍‌ କରନ୍ତୁ । ତାପରେ ଯେଉଁ ଫର୍ମ ଆସିବ ତାକୁ ପୂରଣ କରି ସବ୍‌ମିଟ୍‌ କରନ୍ତୁ ।

ଅଧିକ ପଢ଼ନ୍ତୁ: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ଖାଲିପଡ଼ିଛି ୭୦ ପଦବୀ..ତୁରନ୍ତ କରନ୍ତୁ ଆବେଦନ..