ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବିଏସଏଫ(ବର୍ଡର ସିକ୍ୟୁରିଟି ଫୋର୍ସ) ପକ୍ଷରୁ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି।
Also Read
BSFରେ ମୋଟ୍ ପଦବୀ ୭୨ଟି ରହିଥିବା ବେଳେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର(ASI) ପଦବୀ,ହେଡ କନେଷ୍ଟବଳ (HC) ଓ କନେଷ୍ଟବଳ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆବେଦନ କରିବାର ତାରିଖ ୧୫ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି ।
ପଦବୀ ପାଇଁ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:
BSFରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଆବଶ୍ୟକ ଅଟେ। ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍ କରିଥିବା ଆବଶ୍ୟକ । ଏହାସହିତ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ ।
ଆବେଦନ ଶୁଳ୍କ:
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଏକ୍ସ ସର୍ଭିସମ୍ୟାନ ଏବଂ ମହିଳାମାନଙ୍କ ପାଇଁ ନିଶୁଳ୍କ ରହିଥିବା ବେଳେ ସାଧାରଣ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି ।
କିପରି କରିବେ ଆବେଦନ:
- ଏହି ପଦବୀରେ ଆବେଦନ କରିବା ପାଇଁ ବିଏସଏଫର ଅଫିସିଆଲ ୱେବସାଇଟକୁ ଯାଇ https://rectt.bsf.gov.inକୁ ଯାଇ ଆବେଦନ କରିପାରିବେ ।
- ଏହାପରେ ଅଧିକାରକ ନୋଟିଫିକେସନ ଏବଂ ଆବେଦନ ଫର୍ମ ଭରିବା ପାଇଁ ଏକ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପ୍ଲିକେସନ ଫର୍ମ ଭରି ଆବେଦନ କରିପାରିବେ।