Advertisment

Bank of Baroda SO Recruitment: ଗ୍ରାଜୁଏସନ୍ କରିଥିଲେ BOBରେ ପୂରଣ ହେବ SO ପଦବୀ; ଦରମା ୧.୩୫ ଲ‍କ୍ଷ

ବ୍ୟାଙ୍କ ଅଫ୍ ବରୋଦାରେ ପୂରଣ ହେବ SO ପଦବୀ। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Bank of Baroda SO Recruitment 2024 apply for 1267 post

Bank of Baroda SO Recruitment 2024 apply for 1267 post

ଅନେକ ଯୁବକଙ୍କର ବ୍ୟାଙ୍କିଂ ଲାଇନ୍‌ରେ ଯିବାକୁ ପସନ୍ଦ। ଯେଉଁମାନେ ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ବ୍ୟାଙ୍କ ଅଫ୍ ବରୋଦା(BOB)। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ BOBରେ ବିଶେଷଜ୍ଞ ଅଧିକାରୀ(SO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୧୨୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BOBର ଅଫିସିଆଲ୍ ୱେବ୍‌ସାଇଟ୍‌ bankofbaroda.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Bank of Baroda SO Recruitment 2024 apply for 1267 post Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୮ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ଜାନୁଆରୀ ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଗ୍ରାମୀଣ ଏବଂ କୃଷି ବ୍ୟାଙ୍କ୍‌ ବିଭାଗ – ୨୦୦ଟି ପୋଷ୍ଟ୍
  • ରିଟେଲ୍ ଲାଏବିଲିଟିଜ୍ ବିଭାଗ – ୪୫୦ଟି ପୋଷ୍ଟ୍‌
  • MSME ବ୍ୟାଙ୍କିଙ୍ଗ୍ ବିଭାଗ – ୩୪୧ଟି ପୋଷ୍ଟ୍‌
  • ସୂଚନା ସୁରକ୍ଷା ବିଭାଗ – ୯ଟି ପୋଷ୍ଟ୍‌
  • ଫାସିଲିଟି ମ୍ୟାନେଜ୍‌ମେଣ୍ଟ୍ – ୨୨ଟି ପୋଷ୍ଟ୍‌
  • କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗ – ୩୦ଟି ପୋଷ୍ଟ୍‌
  • ଅର୍ଥ ବିଭାଗ – ୧୩ଟି ପୋଷ୍ଟ୍‌
  • ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ – ୧୭୭ଟି ପୋଷ୍ଟ୍‌
  • ଏଣ୍ଟର୍‌ପ୍ରାଇଜ୍ ଡାଟା ମ୍ୟାନେଜମେଣ୍ଟ ଅଫିସ୍ ବିଭାଗ – ୨୫ଟି ପୋଷ୍ଟ୍‌
  • ମୋଟ୍ – ୧୨୬୭ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଯୋଗ୍ୟତା:

  • ସ୍ନାତକ ଡିଗ୍ରୀ ସହିତ ମାର୍କେଟିଂ, କୃଷି ବ୍ୟବସାୟ କିମ୍ବା ଫାଇନାନ୍ସରେ ୨ ବର୍ଷର ପିଜି
  • ଆଗ୍ରି-କ୍ରେଡିଟ୍‌ରେ ଅତି କମରେ ୨ ବର୍ଷର ଅଭିଜ୍ଞତା
  • କୃଷି ମାର୍କେଟିଂ ମ୍ୟାନେଜର ପାଇଁ ସ୍ନାତକ ଡିଗ୍ରୀ ଆଗ୍ରି-କ୍ରେଡିଟରେ ୪ ବର୍ଷର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୨ ବର୍ଷ
  • ସର୍ବାଧିକ ବୟସ – ୪୨ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୮,୪୮୦ ଟଙ୍କା
  • ସର୍ବାଧିକ ଦରମା – ୧,୩୫,୦୨୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PWD/ମହିଳା – ୧୦୦ ଟଙ୍କା
  • ସାଧାରଣ ବର୍ଗ/ OBC/ EWS – ୬୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଟେଷ୍ଟ୍
  • ଗ୍ରୁପ୍ ଡିସ୍‌କସନ)
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ bankofbaroda.in କୁ ଯାଆନ୍ତୁ
  • Career ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ବିଶେଷଜ୍ଞ ଅଧିକାରୀ ଭର୍ତ୍ତି ୨୦୨୫ ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ପଞ୍ଜୀକରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: କର୍ମଚାରୀ ରାଜ୍ୟ ବୀମା ନିଗମରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧ଲକ୍ଷ ୭୦ହଜାର ପରେ

Govt Jobs Job Search Job Seekers Bank Of Baroda Bank Of Baroda Recruitment
Advertisment
Advertisment