Advertisment

ଚାକିରି ଖୋଜୁଛନ୍ତି କି; ଏଇଠି ଅଛି ସୁଯୋଗ; ଦରମା ୫୬ ହଜାର

ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
BECIL Recruitment 2023

Apply for various post at becil

ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍‌କାଷ୍ଟ୍‌ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଅନୁଷ୍ଠାନ ଅନେକ ପଦବୀରେ ନିଯୁକ୍ତ ମିଳିବ।

Advertisment

ଏହି ନିଯୁକ୍ତି ପ୍ରକ୍ରୀୟାରେ ୧୫୯ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ୦୪ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଏହାର ଅଫିସିଆଲ୍ ସାଇଟ୍ becil.com କୁ ଯିବାକୁ ପଡିବ।

ଖାଲି ପଦବୀ:

  • ମେଡିକାଲ ଅଫିସର୍‌ (ଆୟୁଷ) – ୯ଟି ପୋଷ୍ଟ
  • ଫାର୍ମାସିଷ୍ଟ – ୯ ଟି ପୋଷ୍ଟ
  • ଜୁନିଅର ଫିଜିଓଥେରାପିଷ୍ଟ – ୪ଟି ପୋଷ୍ଟ
  • ଟେକ୍ନିସିଆନ(ପ୍ରୋଷ୍ଟେଟିକ୍ସ ଏବଂ ଅର୍ଥୋଟିକ୍ସ) - ୧ଟି ପୋଷ୍ଟ
  • ମେଡିକାଲ ରେକର୍ଡ ଟେକ୍ନିସିଆନ - ୮ଟି ପୋଷ୍ଟ
  • ଡେଣ୍ଟାଲ ଟେକ୍ନିସିଆନ (ହାଇଜିନ୍) )- ୨ଟି ପୋଷ୍ଟ
  • ଡେଣ୍ଟାଲ୍ ଟେକ୍ନିସିଆନ୍ (ମେକାନିକ୍) – ୧ଟି ପୋଷ୍ଟ
  • ଟେକ୍ନିସିଆନ୍ (OT) - ୨୦ଟି ପୋଷ୍ଟ
  • ଅପ୍ଟୋମେଟ୍ରିଷ୍ଟ - ୩ଟି ପୋଷ୍ଟ
  • ଟେକ୍ନିସିଆନ୍ (ରେଡିଓଲୋଜି) - ୬ଟି ପୋଷ୍ଟ
  • ଟେକ୍ନିସିଆନ (ରେଡିଓଥେରାପି) - ୨ଟି ପୋଷ୍ଟ
  • ଟେକ୍ନିସିଆନ (ଲାବୋରେଟୋରୀ) - ୩୦ଟି ପୋଷ୍ଟ
Advertisment

ଅଧିକ ପଢ଼ନ୍ତୁ: ଅଗ୍ନିବୀର ପାଇଁ ଜାରି ହେଲା ବିଜ୍ଞପ୍ତି; ଏବେଠୁ କରିପାରିବେ ଆବେଦନ

  • ଟେକ୍ନିସିଆନ (ଡାଏଲିସିସ୍) - ୪ ଟି ପୋଷ୍ଟ
  • ଟେକ୍ନିସିଆନ (ପରମାଣୁ ଚିକିତ୍ସା) - ୨ଟି ପୋଷ୍ଟ
  • ପର୍‌ଫ୍ୟୁଜନିଷ୍ଟ - ୨ଟି ପୋଷ୍ଟ
  • ଷ୍ଟେନୋଗ୍ରାଫର - ୪ ଟି ପୋଷ୍ଟ
  • ଜୁନିଅର ଆକାଉଣ୍ଟସ ଅଫିସର - ୪ଟି ପୋଷ୍ଟ
  • ଜୁନିଅର ୱାର୍ଡେନ (ହାଉସ୍‌କିପର) - ୨ଟି ପୋଷ୍ଟ
  • ଷ୍ଟୋରକିପର୍‌ - ୬ଟି ପୋଷ୍ଟ୍‌
  • ଲାଇବ୍ରେରୀ ଏବଂ ସୂଚନା ସହାୟକ - ୪ଟି ପୋଷ୍ଟ
  • ଜୁନିଅର ହିନ୍ଦୀ ଅନୁବାଦକ - ୨ଟି ପୋଷ୍ଟ
  • ମେଡିକାଲ ସୋସିଆଲ ସର୍ଭିସ ଅଫିସର ଗ୍ରେଡ-୨ – ୩ଟି ପୋଷ୍ଟ
  • ଲୋୟର ଡିଭିଜନ କ୍ଲର୍କ - ୨୦ଟି ପୋଷ୍ଟ
  • ମଲ୍ଟି ଟାସ୍କିଙ୍ଗ ଷ୍ଟାଫ - ୮ଟି ପୋଷ୍ଟ
  • ଆସିଷ୍ଟାଣ୍ଟ ଡାଏଟିସିଆନ - ୨ଟି ପୋଷ୍ଟ
  • ଜୁନିଅର ଇଂଜିନିୟର (ଇଲେକ୍ଟ୍ରିକାଲ୍) – ୧ଟି ପୋଷ୍ଟ
  • ଜୁନିଅର ଇଂଜିନିୟର (AC&R) - ୨ଟି ପୋଷ୍ଟ
  • ଜୁନିଅର ଇଂଜିନିୟର (ସିଭିଲ୍) ୨ଟି ପୋଷ୍ଟ
  • ପ୍ରୋଗ୍ରାମର - ୨ଟି ପୋଷ୍ଟ

ଯୋଗ୍ୟତା:

  • ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ହେଲେ ୧୦ମ ପାଶ ଜରୁରୀ
  • ଅନ୍ୟାନ୍ୟ ଯୋଗ୍ୟତା ଜାଣିବା ନେଇ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବିଭିନ୍ନ ପଦବୀ ନେଇ ଭିନ୍ନ ଭିନ୍ନ ଦରମା ରହିଛି
  • ସର୍ବନିମ୍ନ ଦରମା – ୧୮,୭୫୦ ଟଙ୍କା
  • ସର୍ବାଧିକ ଦରମା – ୫୬,୧୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / ଓବିସି / ପୂର୍ବତନ ସୈନିକ୍ / ମହିଳା ପ୍ରାର୍ଥୀ – ୮୮୫ ଟଙ୍କା
  • SC / ST / EWS / PH ପ୍ରାର୍ଥୀ - ୫୩୧ ଟଙ୍କା

କିପରି କରିବେ ଆବେଦନ:

  • ପ୍ରାର୍ଥୀମାନେ କେବଳ ୱେବସାଇଟ୍ becil.com କିମ୍ବା becilregistry.in ମାଧ୍ୟମରେ ଅନଲାଇନ୍ ଆବେଦନ କରିବେ
  • ଆବେଦନର ଅନ୍ୟ କୌଣସି ମାଧ୍ୟମ ନାହିଁ
  • ପଞ୍ଜୀକରଣ ପାଇଁ ୧୦୦କେବିରୁ ଅଧିକ ଫଟୋଗ୍ରାଫ୍, ସ୍ୱାକ୍ଷର, ଜନ୍ମ ପ୍ରମାଣପତ୍ର / ଦଶମ ପ୍ରମାଣପତ୍ର, ଏବଂ ଜାତି ପ୍ରମାଣପତ୍ର ଅପଲୋଡ୍ କରିବାକୁ ହେବ।
BECIL Recruitment Govt Jobs
Advertisment
Advertisment