• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସେନାରେ ଭର୍ତ୍ତି ହେବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କ ପାଇଁ ଖୁସିର ଖବର ଆଣିଛି Indian Army । ଭାରତୀୟ ସେନା ପକ୍ଷରୁ ଅଗ୍ନିପଥ ଯୋଜନାରେ ପୁଣି ଥରେ ଖୁବ୍‌ଶୀଘ୍ର ଅଗ୍ନିବୀରମାନେ ସେନାରେ ସାମିଲ ହେବେ । ଏନେଇ Indian Army ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଓଡିଶା, ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ରାଜ୍ୟରେ Army ରାଲି ହେବାକୁ ଯାଉଛି । ଓଡ଼ିଶାର କଟକ ରେ Army  ରାଲି ଅୟୋଜନ ହେବ । ଏହି ଅବସରରେ ସେନା ପକ୍ଷରୁ Indian Army ୱେବ ସାଇଟ୍ joinindianarmy.nic.inରେ ସେନାରେ ନୂଆ ଅଗ୍ନିବୀର ଭର୍ତ୍ତି ହେବାକୁ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଯେଉଁ ମାନେ ସେନାରେ ଭର୍ତ୍ତି ହେବାକୁ ଇଚ୍ଛୁକ ରହିଛନ୍ତି । ସେମାନେ ୧୬ ଫେବ୍ରୁଆରୀ ଅର୍ଥାତ୍‌ ଆଜିଠୁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଟେକ୍ନିକାଲ୍‌, କ୍ଲର୍କ ଓ ଷ୍ଟୋର କିପର ପରି ବିଭିନ୍ନ ପଦବୀ ପାଇଁ ଆବେଦନ କରିହେବ ।

ଅଧିକ ପଢ଼ନ୍ତୁ: ୧୦ମ ପାଶ୍ କରିଥିଲେ ନୌସେନାରେ ଚାକିରି; ଦରମା ୬୩ ହଜାରରୁ ଅଧିକ

ଜାଣନ୍ତୁ ଅଗ୍ନିବୀର ପାଇଁ କ’ଣ ରହିଛି ଯୋଗ୍ୟତା ?

ଆପଣ ଅଗ୍ନିବୀର ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଶିକ୍ଷାଗତ ଯୋଗ୍ୟତା ୮ମ, ୧୦ମ କିମ୍ବା +୨ ପାସ୍‌ କରିଥିବା ଆବଶ୍ୟକ ।

ଜାଣନ୍ତୁ ଅଗ୍ନିବୀର ବିଷୟରେ ସମସ୍ତ ତଥ୍ୟ...

୧. ଅଗ୍ନିବୀର ଟ୍ରେଡ୍ସମ୍ୟାନରେ ଭର୍ତ୍ତି ହେବାକୁ ଇଚ୍ଛୁକ ଥିଲେ, ଆପଣ ପ୍ରତ୍ୟେକ ବିଷୟରେ ୩୩% ମାର୍କ ସହିତ ୮ମ ପାସ୍‌ କରିଥିବା ଆବଶ୍ୟକ । ସେହିପରି ୧୦ମରେ ମଧ୍ୟ ପ୍ରତ୍ୟେକ ବିଷୟରେ ୩୩% ମାର୍କ ରଖିଥିବା ଆବଶ୍ୟକ ବୋଲି କୁହାଯାଇଛି। 

୨. ଅଗ୍ନିବୀର କ୍ଲର୍କ କିମ୍ବା ଷ୍ଟୋର କିପରରେ ଭର୍ତ୍ତି ହେବାକୁ ଇଚ୍ଛୁକ ଥିଲେ, ଆପଣଙ୍କୁ ଯେ କୌଣସ ଷ୍ଟ୍ରିମ୍‌ ଅର୍ଥାତ୍‌ କଳା, ବାଣିଜ୍ୟ କିମ୍ବା ବିଜ୍ଞାନରେ ୬୦% ମାର୍କ ରଖି ପାସ୍‌ କରିଥିବା ଜରୁରୀ । ଇଂରାଜୀ, ଗଣିତ ଓ ଆକାଉଣ୍ଟିଂରେ ୫୦% ମାର୍କ ରଖିଥିବା ଆବଶ୍ୟକ ।

୩. ଅଗ୍ନିବୀର ଟେକ୍ନିକାଲରେ ଚାକିରି କରିବାକୁ ଚାହୁଁଥିଲେ, +୨ ବିଜ୍ଞାନରେ ପାସ୍‌ କରିଥିବା ଆବଶ୍ୟକତା ରହିଛି । ନହେଲେ ୧୦ମ ପରେ ITI କିମ୍ବା କୌଣସି ଟେକ୍ନିକାଲ କୋର୍ସ କରିଥିବା ଆବଶ୍ୟକ ।

୪. ଅଗ୍ନିବୀର ଜେନେରାଲ ପାଇଁ ଆବେଦନ କରିବାକୁ ଚାହୁଁଥିଲେ , ଆପଣ ୪୫% ସହ ୧୦ମ ପାସ୍‌ କରିଥିବା ଜରୁରୀ । ପ୍ରତ୍ୟେକ ବିଷୟରେ ୩୩% ମାର୍କ ରହିଥିବା ଆବଶ୍ୟକ ।

‘ଅଗ୍ନିବୀର’ ଆବେଦନ ପାଇଁ ବୟସ ସୀମା

ଅଗ୍ନିବୀରରେ ଆବେଦନ କରିବାକୁ ହେଲେ ଆପଣଙ୍କ ବୟସ ୧୭ ବର୍ଷ ୬ ମାସରୁ ସର୍ବାଧିକ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଏଥିପାଇଁ ବୟସ ସୀମା କଟଅଫ୍‌ ତାରିଖ ୧ ଅକ୍ଟୋବର ୨୦୦୨ରୁ ୧ ଅପ୍ରିଲ ୨୦୦୬ ଯାଏଁ ରହିଛି ।