• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭାରତୀୟ ସେନାରେ କରନ୍ତୁ ଚାକିରି

Indian Army Recruitment 2022: ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ଅନେକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଭାରତୀୟ ସେନାର ଅଫିସିଆଲ ୱେବସାଇଟ joinindianarmy.nic.inରେ ଆବେଦନ କରିପାରିବେ।  ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ, ୨୦୨୨ ରହିଛି । ଭାରତୀୟ ସେନାରେ ମୋଟ ୧୯୧ଟି ପଦବୀ ପାଇଁ ଆବେଦନ କରାଯାଉଛି।

ଭାରତୀୟ ସେନାରେ ମୋଟ୍ ପଦବୀ ବିବରଣୀ:

SSC Tech ପୁରୁଷ ୫୯ତମ କୋର୍ସ – ୧୭୫ଟି ପଦବୀ, SSC Tech ମହିଳା ୩୦ତମ କୋର୍ସ – ୧୪ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଭାରତୀୟ ସେନାରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ  ଶିକ୍ଷାଗତ ଯୋଗ୍ୟତା ରହିଛି । ନିର୍ଦ୍ଧିରିତ ଶିକ୍ଷାଗତ ଯୋଗ୍ୟତା,ବୟସ ସୀମା ସମେତ ଅନ୍ୟ ସମସ୍ତ ବିବରଣୀ ଆପଣ ଏହାର ଅଫିସିଆଲ ୱେବସାଇଟରୁ ନୋଟିଫିକେସନରେ ଚେକ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ ୨୦୨୨ ରହିଛି।

କିପରି କରିବେ ଆବେଦନ:

  • ପ୍ରଥମେ ଇଣ୍ଡିଆନ୍‌ ଆର୍ମିର ଅଫିସିଆଲ ୱେବସାଇଟ joinindianarmy.nic.inକୁ ଯାଆନ୍ତୁ।
  • ଏହାପରେ ରେଜିଷ୍ଟ୍ରେସନ/ଲଗଇନ ବଟନ ଉପରେ କ୍ଲିକ କରନ୍ତୁ।
  • ଏହାପରେ ନିଜର ଆବେଦନ ଫର୍ମ ଭରନ୍ତୁ ଏବଂ ସବମିଟ୍‌ କରିଦିଅନ୍ତୁ।