Advertisment

ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଚାକିରି; ଦରମା ୧ ଲକ୍ଷ

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ପରିଚାଳକ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ବିଭିନ୍ନ ମ୍ୟାନେଜର ପଦବୀରେ ନିଯୁକ୍ତି କରାଯିବ। ମାସିକ ଦରମା ପାଖାପାଖି ୧ ଲକ୍ଷ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
Central Bank of India Recruitment 2023

Apply 147 manager posts in central bank of india

ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ବିଭିନ୍ନ ପରିଚାଳକ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିଛି। ଏନେଇ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ପରିଚାଳକ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଯୋଗ୍ୟ ପ୍ରାର୍ଥୀମାନେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ Centralbankofindia.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ବିଭିନ୍ନ ଗ୍ରେଡ୍ ଏବଂ ସ୍କେଲ୍‌ରେ ସିନିୟର ମ୍ୟାନେଜର୍‌, ମ୍ୟାନେଜର୍‌ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଡିଜିଟାଲ ସେକ୍ଟରରେ ବଡ଼ ସୁଯୋଗ; ବାହାରିବ ୨ କୋଟିରୁ ଊର୍ଦ୍ଧ୍ୱ ଚାକିରି ବିଜ୍ଞପ୍ତି

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୮ ଫେବୃଆରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ମାର୍ଚ୍ଚ ୨୦୨୩
  • ଲିଖିତ ପରୀକ୍ଷା – ମାର୍ଚ୍ଚ/ଏପ୍ରିଲ୍‌ରେ ହେଇପାରେ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧,୦୦୦ଟଙ୍କା + ୧୮%GST ବିଲ୍
  • ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁଡି ଏବଂ ମହିଳା ପ୍ରାର୍ଥୀ – ଦେୟ ମୁକ୍ତ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ବିଷୟରେ B.Tech କିମ୍ବା BE ଡିଗ୍ରୀ କରିଥିବା ଆବଶ୍ୟକ
  • ଯୋଗ୍ୟତା ବିଷୟରେ ଅଧିକ ବିବରଣୀ ପାଇବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ: ୨୭ ବର୍ଷ
  • ସର୍ବାଧିକ ବୟସ: ୪୨ ବର୍ଷ
  • ବୟସ ଗଣନା ୩୧ ଡିସେମ୍ବର ୨୦୨୨ ଅନୁସାରେ ହେବ
  • ଆରକ୍ଷଣ ବର୍ଗଙ୍କୁ କୋହଳ କରାଯିବ

ଖାଲି ପଦବୀ:

  • CM - ଆଇଟି (ଟେକ୍ନିକାଲ୍): ୧୩ଟି ପୋଷ୍ଟ୍‌
  • SM - ଆଇଟି (ଟେକ୍ନିକାଲ୍): ୩୬ ଟି ପୋଷ୍ଟ୍‌
  • ମ୍ୟାନ୍ - ଆଇଟି (ଟେକ୍ନିକାଲ୍): ୭୫ଟି ପୋଷ୍ଟ୍‌
  • AM- ଆଇଟି (ଟେକ୍ନିକାଲ୍): ୧୨ ଟି ପୋଷ୍ଟ୍‌
  • CM (ଫଙ୍କ୍‌ସନାଲ୍): ୫ଟି ପୋଷ୍ଟ୍‌
  • SM (ଫଙ୍କ୍‌ସନାଲ୍): ୬ଟି ପୋଷ୍ଟ୍‌

ଦରମା:

  • ମନୋନୀତ ପ୍ରାର୍ଥୀ ଲେବୁଲ୍ ୪ ଅନୁଯାୟୀ ଦରମା ପାଇବେ
  • ବେସିକ୍ ଦରମା ୭୬,୦୧୦ରୁ ୮୯,୮୯୦ ଟଙ୍କା
  • ଏହା ବ୍ୟତୀତ ଅନ୍ୟ ଭତ୍ତାର ସୁବିଧା ମଧ୍ୟ ଉପଲବ୍ଧ ହେବ
  • ଅଧିକ ବିବରଣୀ ପାଇଁ ଅଫିସିଆଲ୍ ବିଜ୍ଞପ୍ତିକୁ ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଲିଖିତ ପରୀକ୍ଷା
  • ସାକ୍ଷାତକାର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ centralbankofindia.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Latest Recruitment ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଏହା ପରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର Chief Managers ଲିଙ୍କ୍‌କୁ ଯାଆନ୍ତୁ
  • ପରବର୍ତ୍ତୀ ପୃଷ୍ଠାରେ ପ୍ରଥମେ ପଞ୍ଜିକରଣ କରନ୍ତୁ
  • ପଞ୍ଜୀକରଣ ପରେ, ଆପଣ ଆବେଦନ ଫର୍ମ ପୂରଣ କରିପାରିବେ
  • ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଏକ ପ୍ରିଣ୍ଟ୍‌ ଆଉଟ୍ କାଢନ୍ତୁ

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs Bank Job Central Bank Of India
Advertisment
Advertisment