/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656660534.jpg)
AAI Recruitment 2022
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? । ଭାରତୀୟ ବିମାନପତ୍ତନ ପ୍ରାଧିକରଣ (The Airports Authority of India) ପକ୍ଷରୁ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ AAIର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୪, ୨୦୨୨ ରହିଛି ।
Advertisment
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ମୋଟ୍ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣବର୍ଗ ପାଇଁ ୧୬୩ଟି ପଦବୀ । ଓବିସି ପାଇଁ ୧୦୮ଟି ପଦବୀ । ଅନୁସୂଚିତ ଜାତି ପାଇଁ ୫୯ଟି ପଦବୀ । ଅନୁସୂଚିତ ଜନଜାତି ପାଇଁ ୩୦ଟି ପଦବୀ । EWS ପାଇଁ ୪୦ଟି ପଦବୀ ରହିଛି ।
ପଦବୀ ପାଇଁ ଆବେଦନ ଶୁଳ୍କ:
- ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ହେବ।
- ଅନୁସୂଚିତ ଜାତି/ ଜନଜାତି ଏବଂ ମହିଳାମାନଙ୍କୁ ୮୧ ଟଙ୍କା ଦେବାକୁ ହେବ।
Advertisment
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:
- ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୭ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ।
- ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ଛୁଟ୍ ଦିଆଯିବ।
- ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ଗଣିତ ଏବଂ ପଦାର୍ଥ ବିଜ୍ଞାପରେ ଡିଗ୍ରୀ କରିଥିବା ଜରୁରୀ
ପଦବୀ ପାଇଁ ଦରମା ଓ ଚୟନ ପ୍ରକ୍ରିୟା:
- ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୪୦,୦୦୦ ଟଙ୍କାରୁ ୧,୪୦,୦୦୦ ଟଙ୍କା ମାସିକ ମିଳିବ।
- ସର୍ଟଲଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଅନଲାଇନ ପରୀକ୍ଷା ଦେବାକୁ ପଡିବ। ଏଥିରେ ପାସ୍ କଲେ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଭଏସ ଟେଷ୍ଟ ଦେବାକୁ ପଡିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)