/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665571342.jpg)
AAI Recruitment 2022
ଏୟାରପୋର୍ଟରେ ଚାକିରି କରିବା ପାଇଁ ସୁଯୋଗ। ଏନେଇ ଆଶାୟୀମାନେ ଅନଲାଇନ୍ରେ ଆବେଦନ କରିପାରିବେ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(AAI) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ୪୬ଟି ପଦବୀ ପାଇଁ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ସିକିମର ପ୍ରାର୍ଥୀମାନେ ଏହାକୁ ଆବେଦନ କରିପାରିବେ। ଆସନ୍ତା ଅକ୍ଟୋବର ୧୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ନଭେମ୍ବର ୧୦।
AAI Recruitment 2022: ପୂର୍ବାଞ୍ଚଳ ବିମାନବନ୍ଦର ନିମନ୍ତେ ଜୁନିଅର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ
ମୋଟ ୪୬ଟି ପଦବୀ
ସିନିଅର ଆସିଷ୍ଟାଣ୍ଟ(ଇଲେକ୍ଟ୍ରୋନିକ୍ସ): ୯
ସିନିଅର ଆସିଷ୍ଟାଣ୍ଟ(ଆକାଉଣ୍ଟ୍ସ): ୬
ଜୁନିଅର ଆସିଷ୍ଟାଣ୍ଟ(ଫାୟାର ସର୍ଭିସ): ୩୨
ଯୋଗ୍ୟତା:
ବୟସ: ୨୦୨୨ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୧୮ରୁ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ସିନିଅର ଆସିଷ୍ଟାଣ୍ଟ(ଇଲେକ୍ଟ୍ରୋନିକ୍ସ):
- ଆବେଦନକାରୀ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ କିମ୍ବା ରେଡିଓ ଇଂଜିନିୟରିଂରେ କୋର୍ସ କରିଥିବା ଆବଶ୍ୟକ।
- ସମ୍ପୃକ୍ତ କ୍ଷେତ୍ରରେ ୨ ବର୍ଷର କାର୍ଯ୍ୟଦକ୍ଷତା ରହିଥିବା ଆବଶ୍ୟକ
ସିନିଅର ଆସିଷ୍ଟାଣ୍ଟ(ଆକାଉଣ୍ଟସ):
- ବାଣିଜ୍ୟରେ ସ୍ନାତକ କରିଥିବା ଆବଶ୍ୟକ
- କମ୍ପ୍ୟୁଟର କୋର୍ସ ଆବଶ୍ୟକ (୩ରୁ ୬ ମାସ)
ଜୁନିଅର ଆସିଷ୍ଟାଣ୍ଟ(ଫାୟାର ସର୍ଭିସ):
- ଦଶମ ପାସ ଓ ଏହାସହ ମୋକାନିକାଲ/ ଅଟୋମୋବାଇଲ/ ଫାୟାରରେ ୩ ବର୍ଷ ରେଗୁଲାର ଡିପ୍ଲୋମା କରିଥିବା ଆବଶ୍ୟକ।
- ଦ୍ୱାଦଶ ପରୀକ୍ଷା ଓ ଦଶମ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ
କେମିତି ଆବେଦନ କରିବେ?
ଆଶାୟୀମାନେ www.aai.aero ଲିଙ୍କ୍କୁ କ୍ଲିକ୍ କରି ଅକ୍ଟୋବର ୧୨ରୁ ଆବେଦନ କରିପାରିବେ। AAI Recruitment 2022 application ପାଇଁ ଅଣସଂରକ୍ଷିତ ବର୍ଗ, ଓବିସି ଓ ଇଡବ୍ୟୁଏସ ବର୍ଗ ପାଇଁ ୧୦୦୦ ଟଙ୍କା ଫି ଦେବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)