• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ବାହାରିଲା ଚାକିରି । ୮୫ ଆପ୍ରେଣ୍ଟିସ୍‌ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି AAI । ଏହାର ଅଫିସିଆଲ ୱେବ୍‌ସାଇଟ୍‌ aai.aero ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ ।

ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଜାନୁଆରୀ ୨୦୨୪ ।

ଖାଲିଥିବା ପଦବୀ

ସିଭିଲ ଇଞ୍ଜିନିୟର ପାଇଁ ୧୫ ଟି ପଦବୀ ଖାଲି ରହିଛି ।

ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାଇଁ ୨୧ ପୋଷ୍ଟ ଖାଲି ।

ଇଲେକ୍ଟ୍ରୋନିକ୍‌ / ଆଇଟି / କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ପାଇଁ ୯ଟି ପଦବୀ ଖାଲି  ରହିଛି ।

ମେକାନିକାଲ ଇଞ୍ଜିନିୟରିଂ ପାଇଁ ୩ଟି ପଦବୀ ଖାଲି ରହିଛି ।

ଫିଟର ପାଇଁ ୨ଟି ପଦବୀ ।

ମେକାନିକ ପାଇଁ ୫ ପଦବୀ

ଡ୍ରାଉଟ୍‌ସମ୍ୟାନ୍‌ ପାଇଁ ୪ ପଦବୀ ।

ଇଲେକ୍ଟ୍ରିସିଆନ୍‌ ପାଇଁ ୧୯ ପଦବୀ ଖାଲି ରହିଛି ।

ଯୋଗ୍ୟତା

ଏହି ସବୁ ପଦବୀ ପାଇଁ ଜଣେ ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍‌/ ଡିପ୍ଲୋମା କରିଥିବା ନିହାତି ଜରୁରୀ । ରେଗୁଲାର ଡିପ୍ଲୋମା ହେଉ କିମ୍ବା ୩ ବର୍ଷର ଡିଗ୍ରୀ ସାର୍ଟିଫିକେଟ୍ ରଖିଥିବା ଜରୁରୀ । ଏହି ସାର୍ଟିଫିକେଟ୍‌ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ AICTE ଅଧିନରେ ହୋଇଥିବା ଜରୁରୀ ।   

ସେହିଭଳି ଆଇଟିଆଇ କ୍ଷେତ୍ର ପାଇଁ ପ୍ରାର୍ଥୀ ଅନ୍ୟୁନ ITI/NCVT ସାର୍ଟିଫିକେଟ୍‌ ରଖିଥିବା ନିହାତି ଜରୁରୀ । ଏହି ସାର୍ଟିଫିକେଟ୍‌ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ AICTE ଅଧିନରେ ହୋଇଥିବା ଜରୁରୀ । 

ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

 

ଚୟନ ପଦ୍ଧତି

କ୍ୟାରିୟର ପରସେଣ୍ଟଜ୍‌ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଯେଉଁମାନେ ଭଲ ପରସେଣ୍ଟେଜ୍‌ ରଖିଥିବେ ସେମାନଙ୍କର ଏକ ସର୍ଟଲିଷ୍ଟ ପ୍ରକାଶ କରାଯିବ । ତାପରେ ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପାଇଁ ସେମାନଙ୍କୁ ଡକାଯିବ । ସେହି ସମୟରେ ହିଁ ଫାଇନାଲ ସିଲେକ୍ସନ ହେବ ବୋଲି ବିଜ୍ଞପ୍ତିରେ ସୂଚନା ରହିଛି । ଚାକିରିରେ ଯୋଗଦେବା ବେଳେ ପ୍ରତ୍ୟେକ ପ୍ରାର୍ଥୀ ମେଡିକାଲ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦେବାକୁ ବାଧ୍ୟ । 

ଅଧିକ ସୂଚନା ପାଇଁ ଆବେଦନକାରୀ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ । କିମ୍ବା ଏଠାରେ କ୍ଲିକ୍‌ କରନ୍ତୁ ଆଉ ପୁରା ତଥ୍ୟ ପାଆନ୍ତୁ ।