/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682942359.jpg)
Big Job Loss In Next 5 years
ଆଗକୁ ବଡ଼ ଛଟେଇ । ମାଡ଼ି ଆସୁଛି ମାନ୍ଦାବସ୍ଥା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୮୦୦ କମ୍ପାନୀ କରିବେ ବଡ଼ ଛଟେଇ । ଆଗାମୀ ୫ ବର୍ଷ ମଧ୍ୟରେ ହେବ ଏହି ବଡ଼ ଛଟେଇ । ଆଉ ଏଥିରେ ବଳି ପଡ଼ିବେ ୧୪ ମିଲିୟନ୍ ଚାକିରିଆ, ଅର୍ଥାତ୍ ଏକ କୋଟି ୪୦ ଲକ୍ଷ ଲୋକଙ୍କ ଚାକିରି ଯିବ । ଆର୍ଟିଫିସିଆଲ ଇଣ୍ଟେଲିସଜେନ୍ସ (AI) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ ଚିନ୍ତା ବଢ଼ିଛି । କେତେବେଳେ କାହା ଚାକିରି ଯିବ ତାହା କହିବା ମୁସ୍କିଲ ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏଭଳି କାହିଁକି ହେବ ?
ଏଭଳି ଘଟିବାର ମୁଖ୍ୟ କାରଣ ହେଲା, ମାନ୍ଦାବସ୍ଥା । ଗୋଟିଏ ପଟେ ମାନ୍ଦାବସ୍ଥା ମାଡ଼ି ଆସୁଥିବାରୁ କମ୍ପାନୀମାନେ ଛଟେଇ କରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି । ଅନ୍ୟପଟେ ଆଉ ଏକ ବଡ଼ କାରଣ ହେଲା, ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବା ଟେକ୍ନୋଲୋଜି (Technology) । ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ଦିନକୁ ଦିନ ବଢ଼ୁଥିବାରୁ ଲୋକଙ୍କ ଚାକିରି ଯିବା ମୁଖ୍ୟ କାରଣ ପାଲଟିବ । କାରଣ ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।
ବିଶ୍ୱ ସ୍ତରରେ ବଡ଼ ବଡ଼ କମ୍ପାନୀମାନେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାରୁ ବିଶ୍ୱର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ CNN ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ନିକଟରେ ସ୍ୱିଜରଲ୍ୟାଣ୍ଡର ଡାଭୋସ୍ରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ କୁହାଯାଇଛି ଯେ, କମ୍ପାନୀମାନେ କ୍ଷତି ସହୁଛନ୍ତି । ତେଣୁ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ଯାହାଫଳରେ ଆଗାମୀ ୨୦୨୭ ସୁଦ୍ଧା ୬୯ ମିଲିଅନ୍ ଲୋକଙ୍କୁ ନୂଆ ନିଯୁକ୍ତି ଦେବାକୁ କମ୍ପାନୀମାନେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏହି ପରିପ୍ରେରେ ପ୍ରାୟ ୮୩ ମିଲିଅନ କର୍ମଚାରୀଙ୍କୁ ଛଟେଇ କରାଯିବ । ଅର୍ଥାତ ୧୪ ମିଲିଅନ୍ ଲୋକ ଚାକିରି ହରାଇବା ସୁନିଶ୍ଚିତ । ଏହି ୧୪ ମିଲିଅନ୍ ହେଉଛନ୍ତି, ବର୍ତ୍ତମାନର ଚାକିରିଆଙ୍କ ମଧ୍ୟରୁ ୨ ପ୍ରତିଶତ । ଏନେଇ CNNରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିପୋର୍ଟ ପ୍ରକାଶ ପାଇଛି ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ନୂଆ ଟେକ୍ନୋଲୋଜି ସହ ତାଳ ଦେଇ କାମ କରିପାରୁଥିବା ଲୋକ ହିଁ ଆଗକୁ ଅଧିକ ଚାକିରି ପାଇବେ । ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକେ ଚାକିରି ହରାଇବେ । ଏମିତିକି ସାଇବର ସିକ୍ୟୁରିଟି କ୍ଷେତ୍ରରେ ଯେଉଁମାନେ ଅଧିକ ଜ୍ଞାନ ରଖିବେ ସେମାନଙ୍କୁ ନିଯୁକ୍ତି ମିଳିବା ସହଜ ହେବ । ୨୦୨୭ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ସାଇବର ସିକ୍ୟୁରିଟି ଏକ୍ସପର୍ଟଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)