Advertisment

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଠିକଣାର ଖୁଲାସା : ବଙ୍କର ଭିତରେ ଅଛନ୍ତି ଜେଲେନସ୍କି, ପ୍ରଭାବ ପକାଇ ପାରିବନି ପରମାଣୁ ଆକ୍ରମଣ

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି

ଅଦ୍ୟତନ ହୋଇଛି
Ukrainian president Volodymyr Zelenskyy

Ukrainian president Volodymyr Zelenskyy

Advertisment

ଶକ୍ତିଶାଳୀ ବଙ୍କର ଭିତରେ ଅଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ଗୋଳାବାରୁଦ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବୋମା ବିସ୍ଫୋରଣ, ଏୟାର ଆଟାକ୍‌ କିଛି ବି କରିପାରିବନି । ଏପରିକି ପରମାଣୁ ଆକ୍ରମଣ ମଧ୍ୟ ପ୍ରଭାବହୀନ ହୋଇଯିବ । ଯୁଦ୍ଧ ଆଶଙ୍କା କରି ପୂର୍ବରୁ ପ୍ରସ୍ତୁତ ଥିଲା ୟୁକ୍ରେନ୍‌ । ଜେଲେନସ୍କି ଥିବା ବଙ୍କରକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।

Advertisment

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଆଜାରୋଭ ନୂଆ ଖୁଲାସା କରିଛନ୍ତି । ଜେଲେନସ୍କି ଦେଶବାସୀଙ୍କୁ ଛାଡ଼ି କୁଆଡ଼େ ଯାଇନାହାନ୍ତି, ବରଂ କିଭରେ ହିଁ ଅଛନ୍ତି ବୋଲି କହିଛନ୍ତି ।

Live Updates:Russia-Ukraine War Day-10

ଭୋଲୋଡିମିର ଜେଲେନସ୍କି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ ୟୁକ୍ରେନ୍‌ରେ ହିଁ ଅଛନ୍ତି । ୟୁକ୍ରେନର ରାଜଧାନୀ କିଭ୍‌ରେ ଜେଲେନସ୍କି ଏକ ସୁରକ୍ଷିତ ବଙ୍କର୍ ଭିତରେ ଅଛନ୍ତି । ଯେଉଁ ବଙ୍କରରେ ଜେଲେନସ୍କି ଅଛିନ୍ତି, ତାହା ଏତେ ଶକ୍ତିଶାଳୀ ଯେ ପରମାଣୁ ଆକ୍ରମଣ ମଧ୍ୟ ସେଠାରେ ପ୍ରଭାବ ପକାଇବ ପାରିବ ନାହିଁ ବୋଲି ସେ କହିଛନ୍ତି ।

Advertisment

ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡରେ ଆଶ୍ରୟ ନେଇଥିବା କଥା ଋଷିଆର ସରକାରୀ ମିଡିଆ ଦାବି କରିଥିଲା । ଏହା ପରେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ୟୁରୋପୀୟ ଦେଶମାନଙ୍କ ଉଦ୍ଦେଶ୍ୟରେ ସେ ଏହି ଭିଡିଓ ବାର୍ତ୍ତା ଦେଇଥିଲେ । ୟୁକ୍ରେନକୁ ସମର୍ଥନ ନକଲେ ଋଷ ୟୁରୋପୀୟ ଦେଶ ଗୁଡ଼ିକୁ ମଧ୍ୟ ଆକ୍ରମଣ କରିବ ବୋଲି କହିଥିଲେ ।

ଆଉ ସେହି ସମୟରେ ୟୁକ୍ରେନର ଜଣେ ସଂସଦ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଥିଲେ । ରାଷ୍ଟ୍ରପତି ଜେଲେନସ୍କି ଏବେ ମଧ୍ୟ କିଭରେ ଅଛନ୍ତି । ଋଷିଆ ଆକ୍ରମଣ ପରଠାରୁ ଜେଲେନସ୍କି ଲଗାତାର କହୁଛନ୍ତି, ସେ ନିଜ ଦେଶ ଛାଡି ପଳାୟନ କରିବେ ନାହିଁ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କିଭ୍‌ରେ ହିଁ ରହିବେ, ନିଜ ସେନାର ମନୋବଳ ବଢ଼ାଇବେ ଓ ନିଜେ ମଧ୍ୟ ଯୁଦ୍ଧ ମଇଦାନକୁ ଓହ୍ଲାଇବେ ।

Advertisment

ଟାଇମ୍ସ ଅଫ୍ ଲଣ୍ଡନ ରିପୋର୍ଟ ଅନୁସାରେ ଫେବୃଆରୀ ୨୪ ତାରିଖ ପରଠାରୁ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୩ଥର ବିଫଳ ଉଦ୍ୟମ କରାଯାଇଛି । ଅର୍ଥାତ୍ ଜେଲେନସ୍କିଙ୍କ ଉପରେ ୩ ଥର ଆକ୍ରମଣ କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଅନୁସାରେ ଋଷିଆର କମାଣ୍ଡୋ ସ୍କ୍ୱାର୍ଡ ଏବଂ ଚେଚନ୍‌ ଆର୍ମି ଜେଲେନସ୍କିଙ୍କୁ ତନ୍ନ ତନ୍ନ କରି ଖୋଜୁଛନ୍ତି ।

ସେପଟେ ଜେଲେନସ୍କି ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିବାକୁ କ୍ରମାଗତ ଭାବରେ ନାଟୋ ଏବଂ ୟୁରୋପୀୟ ଦେଶମାନଙ୍କ ନିକଟରେ ଦାବି କରିଆସୁଛନ୍ତି । ତେବେ ବାରମ୍ବାର ଦାବି ପରେ ମଧ୍ୟ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଭାବେ ଘୋଷଣା କରାଯାଉନାହିଁ । ଆଉ ଏନେଇ ୟୁରୋପୀୟ ଦେଶମାନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ଜେଲେନସ୍କି । ୟୁରୋପୀୟ ଦେଶଗୁଡିକୁ ସମାଲୋଚନା କରିବା ସହ ସେ କହିଛନ୍ତି ପଶ୍ଚିମୀ ସୈନ୍ୟ ସଂଗଠନ ଏପରି ନକରିବା ଦ୍ୱାରା ଋଷିଆ ଆକ୍ରମଣକୁ ସବୁଜ ସଙ୍କେତ ଦେଉଛନ୍ତି ।

Russia Ukraine Crisis Ukraine Russia War Russia-Ukraine War Volodymyr Zelenskyy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ