Advertisment

Worship Leads to Jail : ଭଗବାନଙ୍କୁ ପୂଜିବା ଅପରାଧ; ଏଠି ନାଁ ଅଛି ମନ୍ଦିର ନାଁ ପୂଜା କରିବାକୁ ଅନୁମତି

ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ସେମାନଙ୍କ ମଧ୍ୟରେ ସେଠି ଚାକିରି କରୁଥିବା ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଓ ଶ୍ରୀଲଙ୍କାର ହଜାର ହଜାର ଲୋକ ମାଳଦ୍ବୀପର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି।

ଅଦ୍ୟତନ ହୋଇଛି
Worship

Worship

Advertisment

ଦର୍ଶକବନ୍ଧୁ ଏ କଥାଟି ପୂରା ସତ। ଆଉ ଏ ଦେଶଟି ଭାରତର ପଡ଼ୋଶୀ ମଧ୍ୟ। ଆପଣ ପାକିସ୍ତାନ କିମ୍ୱା ବାଙ୍ଗଲାଦେଶ କଥା ଭାବୁଛନ୍ତି କି ? କିନ୍ତୁ ଆମେ କହୁଛୁ ମାଲଦ୍ୱୀପର କଥା। ଭାରତ ସମେତ ସମଗ୍ର ବିଶ୍ୱରେ ହିନ୍ଦୁ ଧର୍ମ ଉପସାନାକୁ ନେଇ କୌଣସି କଟକଣା ନାହିଁ। ମୁସଲିମ୍ ବହୁଳ ପାକିସ୍ତାନ ଓ ବାଂଲାଦେଶରେ ବି ଏକାଧିକ ହିନ୍ଦୁ ମନ୍ଦିର ଅଛି।

Advertisment

ଏଠି ପୂଜାପାଠ କରାଯାଏ, ହିନ୍ଦୁ ପର୍ବପର୍ବାଣୀ ପାଳନ ହୁଏ। ମାତ୍ର ସାରା ଦୁନିଆରେ ମାଳଦ୍ୱୀପ ଏମିତି ଏକମାତ୍ର ଦେଶ ଯେଉଁଠି ମନ୍ଦିର ବ୍ୟାନ୍। ତେବେ କେବଳ ହିନ୍ଦୁ ନୁହଁ କେବଳ ଇସଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମର ଉପାସନା, ପ୍ରଚାର ପ୍ରସାରକୁ ଏଠାରେ ବ୍ୟାନ କରାଯାଇଛି। ମାଳଦ୍ୱୀପ ସମ୍ବିଧାନ ଅନୁସାରେ, ଏହି ଦେଶର ସମସ୍ତ ନାଗରିକ ମୁସଲିମ ହେବା ଅପରିହାର୍ଯ୍ୟ। ଅଣ-ଇସଲାମିକ ଧାର୍ମିକ ପ୍ରଥା, ପରମ୍ପରା ଓ ପୂଜାସ୍ଥଳ ଉପରେ କଡା ପ୍ରତିବନ୍ଧକ ରହିଛି।

 ଅଧିକ ପଢ଼ନ୍ତୁ; ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

Advertisment

ଏକଦା ଏହି ଦେଶ ବୌଦ୍ଧ ଓ ହିନ୍ଦୁ ବହୁଳ ଥିଲା। ସେଠାରେ ରାଜାରାଜୁଡା ଶାସନ ଚାଲୁଥିଲା। ହେଲେ ଏବେ ସେଠାରେ ଏସବୁ ଉପରେ ବ୍ୟାନ୍ ଲାଗିଛି। ପୂଜାପାଠ କଲେ ଏଠାରେ ଜେଲ୍ ଦଣ୍ଡ ବିଧାନ ରହିଛି। ତେଣୁ ଏଠି ଚାକିରି କରୁଥିବା ଭାରତୀୟ ନାଗରିକମାନେ ନିଜ ଘରେ ଗୁପ୍ତ ଭାବେ ପୂଜାର୍ଚ୍ଚନା କରିଥାନ୍ତି ।

ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ସେମାନଙ୍କ ମଧ୍ୟରେ ସେଠି ଚାକିରି କରୁଥିବା ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଓ ଶ୍ରୀଲଙ୍କାର ହଜାର ହଜାର ଲୋକ ମାଳଦ୍ବୀପର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ଏହି ଦ୍ୱୀପଦେଶର ସମୁଦାୟ କ୍ଷେତ୍ରଫଳ ୨୯୮ ବର୍ଗ କିଲୋମିଟର। ଏହାର ମନୋରମ ବେଳାଭୂମି ପାଇଁ ଏହି ଦେଶ ବିଶ୍ୱର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଛି । ଭାରତରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାଳଦ୍ବୀପ ଯାଆନ୍ତି । ଅନେକ ସମୟରେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ମାଳଦ୍ବୀପରେ ଛୁଟି କାଟୁଥିବାର ଦେଖାଯାଏ ।

Advertisment

 ଅଧିକ ପଢ଼ନ୍ତୁ; ଜାଗୃତିଙ୍କ ସହ ପଡ଼ିବ ଅନୁଭବଙ୍କ ହାତଗଣ୍ଠି, ବର୍ଷା ଖୋଜୁଛନ୍ତି କି ଜୀବନ ସାଥୀ ?

Maldives
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ