Advertisment

୨୫ ମହଲା କୋଠା ଉଚ୍ଚର ଗଛ: ୧୦ ଦିନର ଯାତ୍ରା ପରେ ସନ୍ଧାନ ପାଇଲେ ଗବେଷକ ଟିମ୍‌

ଗଛ ତ ଗଛ..ଏତେ ବଡ ଗଛ ! ବାପ୍‌ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ  ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଆମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍‌ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍‌।

author-image
Minati Mishra
ଅଦ୍ୟତନ ହୋଇଛି
worlds tallestv tree in amazon forest

worlds tallestv tree in amazon forest

ଗଛ ତ ଗଛ..ଏତେ ବଡ ଗଛ ! ବାପ୍‌ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ  ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଅମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍‌ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍‌।

Advertisment

 ଗଛର ଅନୁସନ୍ଧାନ କରିବା ପାଇଁ ୪ଟି ଗାଡ଼ିରେ ବୈଜ୍ଞାନିକ ଦଳ ଆମାଜନର ଘଞ୍ଚ ଜଙ୍ଗଲ ଭେଦ କରି ଭିତରକୁ ଯାଇଥିଲେ। ଗଛ ନିକଟରେ ପହଞ୍ଚିବା ପରେ ସେଠାର ମାଟି, ଉକ୍ତ ଗଛର ପତ୍ର ଏବଂ ଅନ୍ୟ ନମୂନା ସଂଗ୍ରହ କରିଥିଲେ। ଏହି ସବୁ ନମୁନାରୁ ଜଣାପଡିବ ଏହି ଗଛ କେତେ ପୁରୁଣା। ତଥାପି ଏହି ଗଛ ୪୦୦ରୁ ୬୦୦ ବର୍ଷର ପୁରୁଣା ବୋଲି ବୈଜ୍ଞାନିକମାନେ ପ୍ରାଥମିକ ଅନୁମାନ କରୁଛନ୍ତି।

ତେବେ ଏହି ଗଛ ଏତେ ବଡ କାହିଁକି ହେଲା ସେ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି। ଏହି ବିଶାଳ ଗଛ ଉତ୍ତର ବ୍ରାଜିଲର ଇରାତାପୁର ନଦୀର ରଜର୍ଭ ଅଞ୍ଚଳରେ ରହିଛି। ଏଞ୍ଜେଲିମ୍‌ ବର୍ମେଲୋ ନାମକ ଏହି ବୃକ୍ଷର ବୈଜ୍ଞାନିକ ନାମ ହେଉଛି ଡିନିଜିଆ ଏକ୍ସେଲସା। ଗଛର ଲମ୍ବ ୮୮.୫ ମିଟର ଅର୍ଥାତ ୨୯୦ ଫୁଟ । ଗଛର ମୋଟେଇ ୯.୯ ମିଟର ଅର୍ଥାତ ୩୨ ଫୁଟ୍‌। ଏହା ହେଉଛି ଅମାଜନରେ ମିଳୁଥିବା ସବୁଠାରୁ ବଡ ଗଛ । ୨୦୧୯ ମସିହାରେ ଗବେଷକମାନେ ପ୍ରଥମେ ୩ଡି ମ୍ୟାପିଂ ପ୍ରୋଜେକ୍ଟରେ ଉପଗ୍ରହ ଚିତ୍ରରୁ ଏହି ବିଶାଳ ଗଛର ସନ୍ଧାନ ପାଇଥିଲେ। ସେବେଠାରୁ ଏହି ଗଛ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରାଯାଉଥିଲା। କିଛି ଶିକ୍ଷାବିଦ୍‌, ପରିବେଶବିଦ୍‌ ଗଛ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ରାସ୍ତାରେ ୧୦ ଦିନ ଯାତ୍ରା କରିବା ପରେ ସେମାନେ ଫେରି ଆସିଥିଲେ।

Advertisment

ପରେ ଗବେଷକମାନେ ୨୫୦ କିଲୋମିଟର ନୌଯାତ୍ରା କରିଥିଲେ। ଏହା ପରେ ପୁଣି ୨୦ କିଲୋମିଟର ପାହାଡି ଜଙ୍ଗଲି ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡ଼ିଥିଲା। ତେବେ ସେଠାରେ ପହଞ୍ଚିବା ପରେ ଗବେଷକ ଟିମ୍‌ର ସବୁ କଷ୍ଟ ଦୂର ହୋଇ ଯାଇଥିଲା।

ଏତେ ସୁନ୍ଦର ଜିନିଷ ମୁଁ କେବେ ଦେଖି ନ ଥିଲି ବୋଲି ଟିମ୍‌ର ଜଣେ ଗବେଷକ କହିଛନ୍ତି। ତେବେ ଏ ସ୍ଥାନକୁ ପୂର୍ବରୁ କେବେ ମଣିଷ ଯାଇଥିବା ଜଣାପଡୁ ନାହିଁ।

ଆମାଜନ ଜଙ୍ଗଲର ଏହି ଗଛସବୁ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ତଥାପି ଏହି ଜଙ୍ଗଲ ପ୍ରତି ବିପଦ ରହିଛି। କାରଣ ଏଠାରେ ଜଙ୍ଗଲ କାଟ ଦିନକୁ ଦିନ ବଢିବାରେ ଲାଗିଛି। ଏକ ସର୍ଭେରୁ ଜଣାଯାଇଛି, ଗତ ୩ ବର୍ଷ ଭିତରେ ବ୍ରାଜିଲ ଆମାଜନରେ ବାର୍ଷିକ ବୃକ୍ଷଛେଦନ ହାର ଗତ ଦଶକ ତୁଳନାରେ ୭୫ ପ୍ରତିଶତ ବୃଦ୍ଧି ପାଇଛି।

Forest Big Tree
Advertisment
Advertisment