Advertisment

ବିଶ୍ୱର ସବୁଠୁ ବୟସ୍କ ମହିଳା, ବୟସ ୧୧୫; ଯିଏ କେବେବି ହସ୍ପିଟାଲ ଯାଇନାହାନ୍ତି...

ସେ ତାଙ୍କ ଆଖିରେ ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି

ଅଦ୍ୟତନ ହୋଇଛି
Spanish Woman, 115, World's Oldest Person, Never Gone To Hospital

Spanish Woman, 115, World's Oldest Person, Never Gone To Hospital

Advertisment

ଏମିତି କିଏ ବ୍ୟକ୍ତି ଅଛନ୍ତି, ଯିଏ କେବେବି ହସ୍ପିଟାଲ ଯାଇନାହାନ୍ତି। ବୋଧହୁଏ ଏମିତି କେହି ନଥିବେ... ହେଲେ ତାହାବି ଭାବିବା ଭୁଲ। ଆମେରିକାରେ ଜନ୍ମିତ ବିଶ୍ୱର ସବୁଠୁ ବୟସ୍କ ମହିଳା ଜୀବନ କାଳ ଭିତରେ ହସ୍ପିଟାଲ ମାଟି ମାଡ଼ିନାହାନ୍ତି। ଡାକ୍ତରଖାନା ତ ଦୂରର କଥା କୌଣସି ଡ଼ାକ୍ତରଙ୍କ ନିକଟରୁ ମେଡିସିନ୍‌ଟିଏ ବି ସେବନ କରିନାହାନ୍ତି। 

Advertisment

ସେ ହେଲେ ବ୍ରାନୟାଶ ମୋରିଆ (Maria Branyas Morera) ଯାହାଙ୍କ ବୟସ ୧୧୫ ବର୍ଷ। ମଙ୍ଗଳବାର ୧୧୮ ବର୍ଷୀୟା ମହିଳା ଲୁସିଲେ ରାଣ୍ଡନଙ୍କ ପରଲୋକ ପରେ ବିଶ୍ୱର ବୟସ୍କ ମହିଳା ଭାବେ Maria Branyas ଏବେ ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହୋଇଛନ୍ତି।

ଜଣେ ବ୍ୟକ୍ତିର ପ୍ରମୁଖ ଡକ୍ୟୁମେଣ୍ଟ ଓ ବୟସ ପ୍ରମାଣ ଓ ସାକ୍ଷାତକାର ପରେ  ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥାଏ।  Maria Branyas Moreraଙ୍କୁ ଜେରେଣ୍ଟୋଲିଜି ଗବେଷଣା ଗ୍ରୁପ୍‌ର ମୁଖ୍ୟଙ୍କ ତଦନ୍ତ ପରେ ମାରିଆଙ୍କୁ ବିଶ୍ୱର  ବୟସ୍କା ମହିଳା ଭାବେ ଗଣନା କରାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଏବେ ରିଟାର୍ଡ ହେବାକୁ ଇଚ୍ଛା ନାହିଁ ! ବିଶ୍ୱର ସବୁଠୁ ବୟସ୍କ ଡାକ୍ତର, ରୋଗୀ ସେବାରେ ଗିନିଜ୍ ରେକର୍ଡ

ସେ ତାଙ୍କ ଆଖିରେ ୧୯୧୮ ଫ୍ଲୁ,, ଦୁଇ ବିଶ୍ୱ ଯୁଦ୍ଧ, ସ୍ପେନ୍ ଯୁଦ୍ଧ ପରି ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି। ସବୁଠୁ ବଡ଼ କଥା ହେଲା- ସେ ଆଜି ପର୍ଯ୍ୟନ୍ତ କେବେ ବି ହସ୍ପିଟାଲ ଯାଇନାହାନ୍ତି। ସେ ଏବେବି ସୁସ୍ଥ ଓ ଫିଟ୍‌ ଥିବା କହିଛନ୍ତି। କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ସୁସ୍ଥ ହୋଇଛନ୍ତି।

Advertisment

ତାଙ୍କର କେବେବି ହାଡ଼ ଭାଙ୍ଗିନାହିଁ କିମ୍ବା କେବେବି ଯନ୍ତ୍ରଣା ହୋଇନାହିଁ ବୋଲି ଏକ ଘରୋଇ ଟିଭିର ଶୋରେ କହିଛନ୍ତି।  Branyas Morera ମାର୍ଚ୍ଚ ୪, ୧୯୦୭ ମସିହାରେ ସାନ୍‌ ଫ୍ରାନସିକୋ ଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରାନୟାଶ ମୋରିଆଙ୍କ ସବା ସାନଝିଅଙ୍କ ବୟସ ୭୮ ବର୍ଷ। 

Guinness World Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ