• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ଗାଡ଼ି ଚଳାଉଥିବେ । ଆଉ ଗାଡ଼ି ଚଳାଇବା ପାଇଁ ଆପଣଙ୍କ ନିକଟରେ DL ବା ଡ୍ରାଇଭିଂ ଲାଇସେନ୍ସ ରହିଥିବ । କାରଣ ଗାଡ଼ି ଚଳାଇବାକୁ ହେଲେ DLର ଆବଶ୍ୟକତା ରହିଥାଏ । ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ RTOରୁ ଅନୁମତି ଆଣିବା ସହ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥାଏ ।

ଅପେକ୍ଷାର କଥା କହିଲେ, ଆପଣ ନିଶ୍ଚୟ କିଛି ଦିନ କିମ୍ୱା ଗୋଟିଏ ମାସ ମନେକରୁଥିବେ । ହେଲେ କେବେ ଭାବଛନ୍ତି ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ କାହାକୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିବ । ହଁ ଜଣେ ବ୍ୟକ୍ତିଙ୍କୁ ତାଙ୍କ DL ପାଇଁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି । ଖାଲି ସେତିକି ନୁହେଁ ସେ ୯ଶହ ୬୦ଥର ପରୀକ୍ଷା ମଧ୍ୟ ଦେଇଛନ୍ତି । ଏପରି ଏକ ଘଟଣା ଉତ୍ତର କୋରିଆରୁ ସାମ୍ନାକୁ ଆସିଛି । ଉତ୍ତର କୋରିଆର ରାଜଧାନୀ ସିୟୋଲ ଠାରୁ ୧୩୦ ମାଇଲ ଦୂରରେ ମହିଳାଙ୍କ ଘର ।

ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ କ୍ଷମତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ । ହେଲେ ତାଙ୍କୁ DL ମିଳିନଥିଲା ।  ଏବେ ତାଙ୍କୁ DL ମିଳିଛି ।

ରିପୋର୍ଟ ଅନୁଯାୟୀ, ଚା ସା ସୁନ ପ୍ରଥମ ଥର ପାଇଁ ଏପ୍ରିଲ ୨୦୦୫ରେ DL ପାଇବାକୁ ଲିଖିତ ପରୀକ୍ଷା ଦେଇଥିଲେ । ସେଥିରେ ଫେଲ୍‌ ହେବା ପରେ ଆହୁରି ୭୮୦ ଥର ଲିଖିତ ପରୀକ୍ଷା ଦେବାକୁ ପଡ଼ିଥିଲା । ଗୋଟିଏ ସପ୍ତାହରେ ୨ଥର ପରୀକ୍ଷା ଦେଉଥିଲେ ଚା ସା ସୁନ । ପରେ ପରେ ତାଙ୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ମଧ୍ୟ କରାଯାଇଥିଲା ।

ପ୍ରାକ୍ଟିକାଲ୍‌ ପରୀକ୍ଷାରେ ପାସ୍‌ କରିବାକୁ ତାଙ୍କୁ ୧୦ ଥର ପରୀକ୍ଷା ଦେବାକୁ ପଡ଼ିଥିଲା । ଏମିତି କି ସମସ୍ତ ପରୀକ୍ଷାକୁ ମିଶାଇ ମୋଟ୍‌ ୯୬୦ ଥର ପରୀକ୍ଷା ଦେଇଥିଲେ ଚା ସା ସୁନ ।  ୧୮ ବର୍ଷ ପରେ ତାଙ୍କୁ ଏବେ DL ମିଳିଛି । ଏବେ ସେ ୬୯ ବର୍ଷ ବୟସରେ ପହଞ୍ଚିଛନ୍ତି ।

ଚା ସା ସୁନ ତାଙ୍କ DL ପାଇବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଥିପାଇଁ ତାଙ୍କର ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅନେକ ପରିଶ୍ରମ କରିବାପରେ ତାଙ୍କୁ DL ମିଳିଛି ।