• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଧାରଣତଃ ପାଣି ଭିତରେ ୩୦ ସେକେଣ୍ଡ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ରହିଲେ ମଣିଷର ଅବସ୍ଥା ଶୋଚନୀୟ ହୋଇଯାଏ । ଯେଉଁମାନେ ପାଣି ଭିତରେ ବୁଡ଼ି ରହିବାର ଟ୍ରେନିଂ ନେଇଥାନ୍ତି, ସେମାନେ ବି ଦୁଇ ତିନି ମିନିଟ୍‌ରୁ ଅଧିକ ସମୟ ରହି ପାରିନଥାନ୍ତି । ହେଲେ ଆମେ ଯଦି ଆପଣଙ୍କୁ କହିବୁ ଯେ, ଜଣେ ବ୍ୟକ୍ତି ଦୁଇ ଦିନ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିବା ପରେ ମଧ୍ୟ ଜୀବତ ଉଦ୍ଧାର ହେଲେ । ତେବେ ଆପଣଙ୍କୁ ଏହା ମଜାକ୍‌ ଭଳି ଅନୁଭବ ହେବ । କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଘଟିଛି । ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣା ଆମେରିକାର ଟେକ୍ସାସ୍‌ରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ମହିଳା ନିଜ ଜିପ୍‌ ସହ ପାଣିରେ ବୁଡ଼ିଯାଇଥିଲେ । ଦୁଇ ଦିନ ପରେ ଯେତେବେଳେ ଜିପ୍‌କୁ ପାଣିରୁ ବାହାର କରାଗଲା, ସେତେବେଳେ ଗାଡ଼ି ଭିତରେ ମହିଳା ଜଣକ ଜୀବତ ଥିଲେ ।

କାହିଣୀଟି ‍ଫିଲ୍ମ ଭଳି ଲାଗୁଥିଲେ ବି ଏହା ସତ । ଏଠାରେ ଜଣେ ମହିଳାଙ୍କୁ ନିଖୋଜ ବୋଲି ଟେକ୍ସାସ ପୋଲିସ ଘୋଷଣା କରିଥିଲା । ଏମିତିକି ନିଖୋଜ ତାଲିକାରେ ମହିଳାଙ୍କ ନାଁ ମଧ୍ୟ ସାମିଲ କରିଥିଲା । ଏହି ଘଟଣା ୫ ଏପ୍ରିଲ୍‌ରେ ଘଟିଥିଲା । ମହିଳା ଜଣକ ନିଜ ଜିପ୍‌ ସହ ପାଣିରେ ଖସିପଡ଼ିଥିଲେ । ଏହାପରେ ତାଙ୍କର କିଛି ଖୋଜ ଖବର ମିଳିନଥିଲା । ପାଣି ଭିତରେ ଅନେକ ଖୋଜା ଖୋଜି କରିବା ପରେ ବି ତାଙ୍କର ସନ୍ଧାନ ମିଳିନଥିଲା ।

Woman Rescued(Woman Rescued)

ଏହାର ଦୁଇ ଦିନ ପରେ କିଛି ମାଛ ଧରାଳିଙ୍କୁ ମହିଳାଙ୍କ ଜିପ୍‌ ମିଳିଥିଲା । ମତ୍ସ୍ୟଜୀବୀମାନେ ଯେତେବେଳେ ଗାଡ଼ି ଭିତରକୁ ଦେଖିଲେ, ସେତେବେଳେ ତାଙ୍କର ହୋସ ଉଡ଼ିଗଲା । ଆକାତକାତ ପାଣି ଭିତରେ ପଡ଼ିଥିବା ଗାଡ଼ିର ଡ୍ରାଇଭର ସିଟ୍‌ରେ ମହିଳା ଜଣକ ଜୀବିତ ବସିଥିଲେ । ମେରିଅନ୍ କାଉଁଟି ସରିଫ୍ କେ’ଙ୍କ କହିବାନୁଯାୟୀ, ଦୁଇ ଦିନ ପର୍ଯ୍ୟନ୍ତ ଜିପ୍‌ ଖୋଜାଯାଇଥିଲା । ହେଲେ ତାହା ମିଳିନଥିଲା । 

ଦୁଇ ଦିନ ପରେ ଜଣେ ମତ୍ସ୍ୟଜୀବୀ ଜିପ୍‌ର ସନ୍ଧାନ ପାଇଥିବା ନେଇ ଖବର ଦେଇଥିଲେ । ଏହି ଖବର ପାଇବା ପରେ ତୁରନ୍ତ ଅଫିସରମାନେ ସେଠାରେ ପହଞ୍ଚିଥିଲେ । ଯେତେବେଳେ ଜିପ୍‌କୁ କୂଳ ପର୍ଯ୍ୟନ୍ତ ଅଣାଗଲା ସେତେବେଳେ ଦେଖାଗଲା ଯେ, ଜଣେ ମହିଳା ଗାଡ଼ିର ସିଟ୍‌ରେ ବସିଛନ୍ତି । ସମସ୍ତେ ଭାବିଥିଲେ ଯେ, ଦୁଇ ଦିନ ପର୍ଯ୍ୟନ୍ତ ମହିଳା ଜଣକ ପାଣି ଭିତରେ ବୁଡ଼ି ରହିଥିବା କାରଣରୁ ମୃତ୍ୟୁବରଣ କରିସାରିଥିବେ । ହେଲେ ବାସ୍ତବରେ ମହିଳା ଜଣକ ଜୀବିତ ଥିଲେ । ଆଉ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

Woman Rescued(Woman Rescued)

ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ଏନେଇ ପୁରା ସୂଚନା ଦିଆଯାଇଛି । ପୋଲିସ କର୍ମୀ ଓ ମତ୍ସଜୀବୀଙ୍କ ସହଯୋଗରେ ଜିପ୍‌ ଓ ମହିଳା ଉଭୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରିବା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ପକ୍ଷରୁ ଏହି ଘଟଣାର ଦୁଇଟି ଫଟୋ ମଧ୍ୟ ଜାରି କରାଯାଇଛି । ଗୋଟିଏ ଫଟୋରେ ଗାଡ଼ିଟି ପାଣିରେ ବୁଡ଼ିଥିବା ନଜର ଆସୁଥିବା ବେଳେ ଅନ୍ୟଟିରେ ମତ୍ସ୍ୟଜୀବୀମାନେ ମହିଳାଙ୍କୁ ପାଣି ଭିତରକୁ କାଢ଼ୁଛନ୍ତି । ତେବେ ଦୁଇ ଦିନ ବୁଡ଼ି ରହିବା ପରେ ମଧ୍ୟ ମହିଳା ଜଣକ ଜୀବିତ ରହିବା ସମସ୍ତଙ୍କୁ ଆଚମ୍ବିତ କରିଛି । ସୋସିଆଲ ମିଡିଆରେ ଏହି ଘଟଣା ଏବେ ଖୁବ୍‌ ଭାଇରାଲ ହେଉଛି ।