Advertisment

ବଜାରକୁ ଆସିଲା ନୂଆ ଆପ୍ 'Threads': ଲଞ୍ଚ ହେବାର ୭ ଘଣ୍ଟାରେ ୧ କୋଟି ୟୁଜର୍ସ

ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

author-image
Chandan Shishu
ଅଦ୍ୟତନ ହୋଇଛି
Will Zuckerberg's Threads Beat Musk's Twitter?

Will Zuckerberg's Threads Beat Musk's Twitter?

ବଜାରକୁ ଆସିଲା ନୂଆ ଆପ୍ 'Threads'। ଏହି ଆପ୍ ଲଞ୍ଚ୍ ହେବାର ମାତ୍ର ୪ ଘଣ୍ଟା ଭିତରେ ୫ ମିଲିୟନ ବା ୫୦ ଲକ୍ଷ ଏବଂ ୭ ଘଣ୍ଟା ଭିତରେ ୧ କୋଟି ଲୋକ ସାଇନ୍ ଅପ୍ କରିସାରିଛନ୍ତି। ଇନଷ୍ଟାଗ୍ରାମର ଟିମ୍ ହିଁ ଥ୍ରେଡ୍ସକୁ ପ୍ରସ୍ତୁତ କରିଛନ୍ତି। ଆପ୍ ଡିଜାଇନକୁ ଦେଖିଲେ ଥ୍ରେଡ୍ସ ଓ ଟ୍ବିଟର ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଥ୍ରେଡ୍ସ ଏକ ଇନଷ୍ଟାଗ୍ରାମ୍ ଆଧାରିତ ଆପ୍ ଅଟେ। ଥ୍ରେଡ୍ସ ଆପ୍‌କୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉଭୟରେ ଡାଉନଲୋଡ କରି ବ୍ୟବହାର କରିହେବ। ଟ୍ୱିଟର ଭଳି ଏହା ଏକ ମାଇକ୍ରୋ ବ୍ଲଗିଂ ଆପ୍ ଅଟେ। ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

Advertisment
  • କୌଣସି ୟୁଜର କିଛି ପୋଷ୍ଟ କଲେ ଟ୍ୱିଟର ଭଳି ଏଥିରେ ମଧ୍ୟ ରିପ୍ଲାଏ ଅପସନ ରହିଛି।
  • ଏଥିରେ ଲେଖିବା ଲାଗି ୫ ଶହ ଅକ୍ଷରର ସପୋର୍ଟ ରହିଛି। ଟ୍ୱିଟରରେ ଏହି ସୀମା ରହିଛି ୨୮୦। ୟୁଜରମାନେ ଏଥିରେ ଲେଖା ସହ କୌଣସି ଲିଙ୍କ୍, ଫଟୋ ଏବଂ ୫ ମିନିଟର ଭିଡିଓ ମଧ୍ୟ ପୋଷ୍ଟ କରିପାରିବେ।
  • ଟ୍ବିଟରରେ ବିନା ବ୍ଲୁଟିକ୍ ବାଲା ୟୁଜର୍ସ ମାତ୍ର ୨ ମିନିଟ୍ ୨୦ ସେକେଣ୍ଡର ଭିଡିଓ ପୋଷ୍ଟ କରିବାର ଅପସନ ରହିଛି।
  • ଥ୍ରେଡରେ ପୋଷ୍ଟ ଉପରେ ୟୁଜର୍ସ ଜବାବ ମଧ୍ୟ ଦେଇପାରିବେ, ଲାଇକ୍ କରିପାରିବେ, ପୋଷ୍ଟ ସେୟାର କରିବାର ମଧ୍ୟ ଏଥିରେ ବିକଳ୍ପ ରହିଛି। 
  • ଏଥିରେ ଫଲୋ କରିବା ସହ ରିଥ୍ରେଡ୍ କରିବା ଏବଂ କୌଣସି ୟୁଜରକୁ ବ୍ଲକ୍ କରିବାର ଅପସନ ବି ରହିଛି। ଆପଣ ଇନଷ୍ଟାଗ୍ରାମରେ ଯଦି କୌଣସି ୟୁଜରକୁ ବ୍ଲକ୍ କରିଛନ୍ତି ଥ୍ରେଡ୍ସରେ ମଧ୍ୟ ସେହି ୟୁଜର ବ୍ଲକ୍ ହୋଇ ରହିବେ।

ଯଦି ଆପଣ ଇନଷ୍ଟାଗ୍ରାମ ୟୁଜର ଅଟନ୍ତି, ଆପଣଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରହିଛି ତେବେ ସିଧାସଳଖ ଗୁଗଲ ପ୍ଲେ ଷ୍ଟୋରରୁ ଥ୍ରେଡ୍ସ ଆପ୍ ଡାଉନ୍ ଲୋଡ କରି ଏହା ସହିତ ଯୋଡ଼ି ହୋଇପାରିବେ। ଇନଷ୍ଟାଗ୍ରାମରେ ଯାହା ୟୁଜର ଆଇଡି ରହିଛି ଥ୍ରେଡ୍ସରେ ମଧ୍ୟ ସେହି ୟୁଜର ଆଇଡି ରହିବ ଆପଣଙ୍କର। ଇନଷ୍ଟାଗ୍ରାମରେ ଆପଣଙ୍କର ଯାହା ୟୁଜର ଆଇଡି ରହିଛି, ସେହି ୟୁଜର ଆଇଡି, ଇ ମେଲ୍ କିମ୍ବା ଫୋନ୍ ନମ୍ବର ଦେଇ ଆପଣ ଥ୍ରେଡ୍ସ ଆପ୍‌ର ବ୍ୟବହାର କରିପାରିବେ।

Advertisment

ଯଦି ଆପଣଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ପୂର୍ବରୁ ଭେରିଫାଏଡ୍ ଅଛି, ତେବେ ଥ୍ରେଡ୍ସରେ ଆପଣ ଲଗଇନ୍ କରିବା ପରେ ଆପେଆପେ ଆପଣଙ୍କ ଥ୍ରେଡ୍ସ ଆକାଉଣ୍ଟ ମଧ୍ୟ ଭେରିଫାଏଡ୍ ହୋଇଯିବ। ଗୁଗଲ ପ୍ଲେ ଷ୍ଟୋର ଛଡ଼ା ଥ୍ରେଡ୍ସକୁ ଆପଣ ଆପଲର ଆପ୍ ଷ୍ଟୋରରୁ ମଧ୍ୟ ଫ୍ରିରେ ଡାଉନଲୋଡ୍ କରିପାରିବେ। ଲଗଇନ୍ କରିବା ପରେ ଆପଣ ଆପଣଙ୍କ ଇନଷ୍ଟାଗ୍ରାମର ସମସ୍ତ ଡାଟା ମଧ୍ୟ ଥ୍ରେଡ୍ସ ଆପକୁ ଇମ୍ପୋର୍ଟ କରିପାରିବେ। ଥ୍ରେଡ୍ସରେ ଏବେ ଗିଫ୍ଟସ ଫିଚର ସପୋର୍ଟ ନଥିବା ବେଳେ କ୍ଲୋଜ୍ ଫ୍ରେଣ୍ଡ ଲିଷ୍ଟ ମଧ୍ୟ ନାହିଁ।

ଏହାଛଡ଼ା ଏଥିରେ ସିଧାସଳଖ ମେସେଜିଂ ପାଇଁ ମଧ୍ୟ ଅପସନ ନାହିଁ। ଏହାଛଡ଼ା କଣ ଟ୍ରେଣ୍ଡିଂ କରୁଛି ଟ୍ବିଟରର ହୋମପେଜରେ ତାହା ଦୃଶ୍ୟମାନ ହେଉଥିବା ବେଳେ ଥ୍ରେଡ୍ସରେ ସେଭଳି କୌଣସି ଅପସନ ନାହିଁ। ୟୁଜରମାନେ କେବଳ ହୋମ୍ ଫିଡ୍ ସ୍କ୍ରଲ୍ କଲେ ହିଁ ଅଧିକ ତଥ୍ୟ ଜାଣିପାରିବେ।

ଟ୍ବିଟର ବଜାରକୁ ଆସିବା ପରେ ଏହା ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ତେବେ ଏଲନ ମସ୍କ ଟ୍ବିଟରକୁ କିଣିନେବା ପରେ ଏଥିରେ ସେ ଅନେକ କିଛି ପରିବର୍ତ୍ତନ ଆଣିଛନ୍ତି। ଟ୍ବିଟରରେ ଏବେ ବ୍ଲୁ ଟିକ୍ ପାଇବା ଲାଗି ୟୁଜର୍ସଙ୍କୁ ଟଙ୍କା ଗଣିବାକୁ ପଡୁଛି। ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ବ୍ଲୁ-ଟିକ୍ ସବସ୍କ୍ରିପସନ ଲାଗି ମାସକୁ ୯୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ବାର୍ଷିକ ଦର ରହିଛି ୯ ହଜାର ୪ ଶହ ଟଙ୍କା।

ସେହିଭଳି ୱେବ୍ ପାଇଁ ଏହାର ଦର ରହିଛି ମାସକୁ ୬୫୦ ଏବଂ ବାର୍ଷିକ ୬ ହଜାର ୮୦୦ ଟଙ୍କା। ଏହାଛଡ଼ା ମସ୍କ ଟ୍ବିଟରକୁ ନେଇ ଆଉ କିଛି କଟକଣା ମଧ୍ୟ ଲଗାଇଛନ୍ତି। ବ୍ଲୁ ଟିକ୍ ସବସ୍କ୍ରିପସନ ଥିବା ୟୁଜର ପ୍ରତିଦିନ ୬ ହଜାର ପୋଷ୍ଟ ଦେଖି ପାରୁଥିବା ବେଳେ ବିନା ବ୍ଲୁ ଟିକ୍ ବାଲା ୟୁଜର୍ସ ଦୈନିକ କେବଳ ମାତ୍ର ୬ ଶହ ପୋଷ୍ଟ ଦେଖିପାରୁଛନ୍ତି। ତେବେ ଡାଟା ଚୋରି ଏବଂ ସିଷ୍ଟମରେ ହେରଫେର ରୋକିବା ଲାଗି ଏଭଳି ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯାଥିବା ମସ୍କ କହିଛନ୍ତି। ଏଭଳି ସ୍ଥିତିରେ ଟ୍ବିଟରର ୟୁଜର୍ସ କମିବା ନେଇ ଚର୍ଚ୍ଚା ହେଉଛି। ତେବେ ଟ୍ୱିଟରଠାରୁ ଥ୍ରେଡ୍ସ ଭଲ ପ୍ରଦର୍ଶନ କରିବ କି ନାହିଁ ସେ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।

Twitter Mark Zuckerberg Elon Musk Threads App
Advertisment
Advertisment