ଟ୍ରମ୍ପଙ୍କ ବିଜୟରେ ନାଖୁସ୍ ଋଷ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ହୋଇଛି । ଆଉ କମଳା ହାରିସ୍ ଙ୍କ ପରାଜୟ । ଟ୍ରମ୍ପଙ୍କୁ ଏବେ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ସମସ୍ତ ପ୍ରମୁଖ ଦେଶର ନେତାମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଆଉ ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ଙ୍କ ଉପରେ ଥିଲା ସମସ୍ତଙ୍କ ନଜର । ସେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନା ନାହିଁ, ଏହା ଉପରେ ଥିଲା ସମସ୍ତଙ୍କର ଫୋକସ୍ । କିନ୍ତୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ନାହିଁ ପୁଟିନ୍ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଖୁବ୍ ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ: US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk
ଅନ୍ୟପଟେ କ୍ରେମ୍ଲିନ୍, ଟ୍ରମ୍ପଙ୍କୁ ଶୁଭେଚ୍ଛା ଦେବା ବଦଳରେ କହିଛି ଟ୍ରମ୍ପ ହେଉଛନ୍ତି ଅମିତ୍ର ଦେଶର ନେତା । ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ବିଜୟ, ଆମେରିକା-ରୁଷ ସମ୍ପର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିଭଳି ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଏହାଠାରୁ ଖରାପ ସମ୍ପର୍କ ଆଉ ହୋଇପାରିବ ନାହିଁ।
କ୍ରେମଲିନ୍ କ’ଣ କହିଲା?
କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବନିମ୍ନ ସ୍ତରରେ ରହିଛି। ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଟ୍ରମ୍ପଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବେ କି ପୁଟିନ ? ଏହା ଉପରେ ପେସ୍କୋଭ କହିଛନ୍ତି ଯେ ଏପରି କୌଣସି ଘଟଣା ବିଷୟରେ ପୁଟିନ ଅବଗତ ନୁହଁନ୍ତି । RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।
ରାଷ୍ଟ୍ରପତି ପଦ ଗ୍ରହଣ ନକରିବା ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ନାହିଁ
ପେସ୍କୋଭ ଦୋହରାଇଛନ୍ତି ଯେ ଆମେରିକାର ନିର୍ବାଚନକୁ ଋଷ ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବିବେଚନା କରୁଛି । ଟ୍ରମ୍ପ ସରକାରୀ ଭାବେ କାର୍ଯ୍ୟଭାର ଗ୍ରହଣ ନ କରିବା ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇହେବ ନାହିଁ। ୟୁକ୍ରେନ ସଂକଟକୁ ଯଥାଶୀଘ୍ର ସମାଧାନ କରିବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନେକ ଥର ଲୋକ ନିର୍ବାଚନ ଜିତିବା ପରେ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଏ ।
ଋଷର ବୈଦେଶିକ ମନ୍ତ୍ରଣାଳୟ କହିଛି- ଆମେ ନିଜ ସର୍ତ୍ତରେ ଆଲୋଚନା କରିବୁ
ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ନିର୍ବାଚିତ ହେବା ପରେ ରୁଷ ବୈଦେଶିକ ମନ୍ତ୍ରଣାଳୟ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ହ୍ୱାଇଟ୍ ହାଉସର ନୂତନ ପ୍ରଶାସନ ସହ ଋଷ ଆଲୋଚନା କରିବ। ଏଥିରେ ଆମର ଜାତୀୟ ସ୍ୱାର୍ଥ ଏବଂ ସାମରିକ ଅପରେସନର ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରାଯିବ। ଆମର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ, ୱାଶିଂଟନ୍ ଏହିସବୁ ବିଷୟରେ ଭଲ ଭାବରେ ଜାଣିଛି ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ୱୀକାର କରିଛନ୍ତି କମଳା ହାରିସ୍। ହାୱାର୍ଡ ବିଶ୍ୱବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଥିଲେ । କମଳା କହିଥିଲେ, ନିର୍ବାଚନ ପରାଜୟକୁ ସ୍ୱୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା।
ପ୍ରତିଶ୍ରୁତି ଦେଇଛନ୍ତି, ଏମିତି ଭବିଷ୍ୟତ ପାଇଁ କାମ ଜାରି ରଖିବେ ଯାହା ଆମେରିକା ନିଜ ସ୍ୱପ୍ନ, ଆକାଂକ୍ଷାକୁ ପୂରା କରିପାରିବ। ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢ଼ିବାକୁ ସଂକଳ୍ପ ନେଇଥିବା କହିଛନ୍ତି । ଏଥିସହ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730984561.jpg)