/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747748420.jpg)
Will india’s ban strategy affect turkey & Azerbaijan
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ‘ଅପରେସନ୍ ସିନ୍ଦୂର’ ଦ୍ୱାରା ଭାରତ ନେଇଛି ପ୍ରତିଶୋଧ। ଭବିଷ୍ୟତରେ ଯେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ଭାରତ ବିରୋଧରେ ଆକ୍ଟ ଅଫ୍ ୱାର୍ ବା ଯୁଦ୍ଧ ବିବେଚନା କରାଯିବ ବୋଲି ସିଧାସଳଖ ଶୁଣାଇଛି ଭାରତ।
ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ଖୋରାକ୍ ଯୋଗାଇଥିଲା ତୁର୍କୀ। କିଛି ଦିନର ନିରବତା ପରେ ଏହାର ଦୃଢ଼ ଜବାବ ଦେଉଛି ଭାରତ। ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ, ଭାରତ ଉପରେ ଡ୍ରୋନ ଆକ୍ରମଣ କରିବାକୁ ୪୦୦ ଡ୍ରୋନ୍ ପଠାଇଥିଲା ତୁର୍କୀ। ଏଥିରେ ଭାରତର ପ୍ରତିଟି ନାଗରିକ ଏବଂ ବ୍ୟବସାୟୀ ରାଗରେ ପଞ୍ଚମ। ସମସ୍ତେ ଏକତ୍ର ହୋଇ ବ୍ୟବସାୟିକ କ୍ଷେତ୍ରରେ ତୁର୍କୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏବେ ତୁର୍କୀରୁ ଆସୁଥିବା ସବୁ ଫଳକୁ ଭାରତ ବଜାର୍ ବ୍ୟାନ୍ କରିବା ଆରମ୍ଭ କରିଛି।
ଦୁଇ ତିନି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ବଡ଼ ବ୍ୟବସାୟୀ ତୁର୍କୀ ଫଳକୁ ବ୍ୟାନ୍ କରିଛନ୍ତି। ବ୍ୟବସାୟୀ ସିଧାସଳଖ କହିଛନ୍ତି ଯେ, ଆଗାମୀ ଦିନରେ ତୁର୍କୀରୁ ଆସୁଥିବା ସବୁ ଫଳ ଉପରେ ରୋକ୍ ଲଗାଇବୁ। ବଜାରରେ ପ୍ରବେଶ କରିବାକୁ ଦେବୁନି। ପାକିସ୍ତାନ ସହ ମିଶି ତୁର୍କୀ ଯେମିତି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ୍ ହୋଇଛି, ତାକୁ ଆମେ ପାନେ ଦେବୁ ବୋଲି ସେ କହିଛନ୍ତି। ଭାରତର ହୃଦୟ ସରଳ ଆଉ ନିରୀହ ହୋଇପାରେ। କିନ୍ତୁ ବାରମ୍ବାର ବିଶ୍ୱାସଘାତକତା କଲେ ଭାରତ ବି ଏହାର ଦୃଢ଼ ଜବାବ ଦେଇପାରେ, ଏକଥା ‘ସିନ୍ଦୂର ଅପରେସନ’ରୁ ବେଶ୍ ବୁଝିହେଉଛି।
ଚାଲିଛି ହାଫିଜ୍ ସଇଦ ଆତଙ୍କବାଦ ଆଡ୍ଡାର ପୁନଃନିର୍ମାଣ
ମେ’୭ ତାରିଖରେ ଭାରତ ମୁରିଦକେରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ଆଡ୍ଡା ସମେତ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା। ଏଥିରେ ଲସ୍କର-ଏ-ତୈବାର ଗଡ଼କୁ ଭାରତର କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ୱଂସ କରାଯାଇଥିଲା। ତେବେ ପୁଣି ପାକିସ୍ତାନ ଏହାକୁ ପୁନଃନିର୍ମାଣ କରୁଛି। ଏଥିରୁ ସ୍ପଷ୍ଟ ପ୍ରମାଣ ଯେ, ପାକିସ୍ତାନ ହିଁ ଆତଙ୍କବାଦୀକୁ ପାଳିପୋଷି ମଣିଷ କରୁଛି।
ଆତଙ୍କବାଦୀ ସଂଗଠନ ମଧ୍ୟ ୨୦୦୮ ମୁମ୍ବାଇ ଆକ୍ରମଣ ମୁଖ୍ୟ କାର୍ପଟଦାର ଥିଲା। ଏହି ସଂଗଠନର ମୁଖ୍ୟ ହାଫିଜ୍ ସଇଦ।୧୯୮୭ ମସିହାରେ ହାଫିଜ୍ ସଇଦ ଏହାର ମୂଳଦୁଆ ସ୍ଥାପନ କରିଥିଲେ। ୨୦୧୯ ମସିହାରେ ସଇଦର ଗିରଫପରେ ପାକିସ୍ତାନ ସରକାର ଏହି ସ୍ଥାନକୁ ନିଜ ଦଖଲକୁ ନେଇଥିଲା।
ପାକିସ୍ତାନ ୫୦୦ ଡ୍ରୋନ୍ ଆକ୍ରମଣ କରିଛି
ପାକିସ୍ତାନ କରିଛି ୫୦୦ ଡ୍ରୋନ୍ ଆକ୍ରମଣ। ଭାରତ ଉପରେ ପାଖାପାଖି ୫୦୦ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନ। ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର ୨୪ଟି ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନା ନିଜ ପରିବାରକୁ ପଛ କରି ଯୁଦ୍ଧରେ ସାମିଲ ହୋଇଥିଲେ। ଭାରତୀୟ ସଶସ୍ତ୍ର ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକ୍ନିକ୍ ବିନିଯୋଗ କରି ଏହାକୁ ପ୍ରତିହତ କରିଛି। ଡ୍ରୋନଗୁଡିକୁ ଖସାଇ ପକାଇଛି। ଖସିପଡିଥିବା ପାକ୍ ଡ୍ରୋନଗୁଡିକର ଭଗ୍ନାଂଶକୁ ଡିକର ଫରେନ୍ସିକ ଯାଞ୍ଚ କରାଯାଉଛି। ତୁର୍କୀ ଅସ୍ତ୍ରର ସାହାଯ୍ୟ ନେଇ ବି ପାକିସ୍ତାନ ସଫଳ ହୋଇପାରିନି।
ଛାନିଆ ପାକିସ୍ତାନ: ସେନା ମୁଖ୍ୟାଳୟ ସୁଡ଼ଙ୍ଗକୁ ସ୍ଥାନାନ୍ତରିତ
ପାକିସ୍ତାନ କରିଥିବା ଭୁଲର ପ୍ରତିଶୋଧ ନେବା ଆହୁରି ବାକି ଅଛି। ମିଳିଥିବା ରିପୋର୍ଟ ଅନୁସାରେ, ସେନାର ମୁଖ୍ୟାଳୟ ସୁଡ଼ଙ୍ଗକୁ ଏବେ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର ଭୟ ରହିଛି, ଭାରତୀୟ ବାୟୁସେନା ଏଥର ତାଙ୍କ ସାମରିକ ମୁଖ୍ୟାଳୟକୁ ଟାର୍ଗେଟ କରିପାରେ। ଏପରିକି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ସେନା ମୁଖ୍ୟ ଅସିମ ମୁନିର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଭୟଭୀତ ରହିଛନ୍ତି। ଅସ୍ତ୍ରବିରତି ଶେଷ ହେବା ପରେ, ପୁଣି ଦୁଇଦେଶ ମଧ୍ୟରେ ହେବ କି ଯୁଦ୍ଧ?
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସ୍ପଷ୍ଟ କରିସାରିଛନ୍ତି ଯେ, ଅପରେସନ ସିନ୍ଦୂରକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। କିନ୍ତୁ ସିନ୍ଦୂର ଅପରେସନ ସରିନାହିଁ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଅପରେସନ ସିନ୍ଦୂର କେବଳ ଏକ ଟ୍ରେଲର, ପୂରା ଚିତ୍ର ଆସିବାକୁ ବାକି ଅଛି। ଠିକ ସମୟରେ ଆମେ ସମଗ୍ର ଚିତ୍ର ବିଶ୍ୱକୁ ଦେଖାଇବୁ। ପାକିସ୍ତାନୀ ସେନା ଯେଉଁ ପ୍ରକଳ୍ପକୁ ଇସଲାମାବାଦର ମାର୍ଗଲା ପାହାଡ଼କୁ ମୁଖ୍ୟାଳୟ ସ୍ଥାନାନ୍ତର କରୁଛି, ତାହା ୨୦୦୪ ମସିହାରେ ପରଭେଜ ମୁଶାରଫଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
ଗତ ୨୧ ବର୍ଷ ଧରି ମାର୍ଗଲା ପାହାଡ଼ରେ ପାକିସ୍ତାନୀ ସେନାର ନୂତନ ଏବଂ ଭୂତଳ ମୁଖ୍ୟାଳୟ ନିର୍ମାଣ କରାଯାଉଛି। ଅପରେସନ ସିନ୍ଦୁର ଯୋଗୁ ପାକିସ୍ତାନୀ ସେନା ମୁଖ୍ୟାଳୟ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ଆଗାମୀ ଦିନରେ ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡିରୁ ଇସଲାମାବାଦର ମାର୍ଗଲାକୁ ସ୍ଥାନାନ୍ତରିତ ହେବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)