• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା, ବ୍ରିଜ୍, ଏୟାରବେସ୍, ହେଲିପ୍ୟାଡ୍ ପ୍ରକୃତ ନିୟନ୍ତ୍ରଣ ରେଖାର ନିଜ ପଟେ ସାମରିକ ଭିତ୍ତିଭୂମିର ଦ୍ରୁତ ବିକାଶ କରୁଛି ଚୀନ୍ । ତେବେ ଚୀନର ଏଭଳି ପଦକ୍ଷେପକୁ ନିକଟରେ ଭାରତ ଆସିଥିବା ଆମେରିକାର ବରିଷ୍ଠ ସେନାଧିକାରୀ ଜେନେରାଲ ଚାଲର୍ସ ଫ୍ଲିନ୍ ସମାଲୋଚନା କରିଥିଲେ । ପିଏଲ୍ଏ ୱେଷ୍ଟର୍ଣ୍ଣ କମାଣ୍ଡର ଏଭଳି କାର୍ଯ୍ୟକଳାପ ଚିନ୍ତାଜନକ ବୋଲି ଜେନେରାଲ ଫ୍ଲିନ କହିବା ପରେ ଭାରତରେ ଆରମ୍ଭ ହୋଇଯାଇଛି ରାଜନୀତି ।

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା । ଏଭଳି ସ୍ଥିତିରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିବାରୁ ବଢ଼ିଛି ଆଶଙ୍କା । ଖାସ୍ କରି ପ୍ୟାପଗଙ୍ଗ ହ୍ରଦର ନିଜ ପାର୍ଶ୍ୱରେ ଚୀନ୍ ଦ୍ୱିତୀୟ ପୋଲ ଓ ଗୋଲମୁଡ୍ରେ ବିରାଟକାୟ ହେଲିପ୍ୟାଡ୍ ନିର୍ମାଣକୁ ନେଇ ବଢିଛି ଚିନ୍ତା ।

ଭାରତ ସହ ସମ୍ବନ୍ଧ ସ୍ୱାଭାବିକ କରିବାକୁ ଚାହୁଁଥିବା ବେଜିଂ କଣ ପାଇଁ ସାମରିକ ଭିତ୍ତିଭୂମି ନିର୍ମାଣ ଲାଗି ଏତେ ତତ୍ପର, ତାକୁ ନେଇ ଉଠିଛି ପ୍ରଶ୍ନ । ନିକଟରେ ଭାରତ ଆସିଥିବା ଆମେରିକାର ଉଚ୍ଚପଦସ୍ଥ ସେନାଧିକାରୀ ଜେନେରାଲ ଚାଲର୍ସ ଫ୍ଲିନ୍ ମଧ୍ୟ ଏଲ୍ଏସିରେ ଚୀନର କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ପିଏଲ୍ଏ ୱେଷ୍ଟର୍ଣ୍ଣ କମାଣ୍ଡ୍ ଦ୍ୱାରା ନିର୍ମାଣ କରାଯାଉଥିବା କିଛି ଭିତ୍ତିଭୂମି ବାସ୍ତବରେ ଚିନ୍ତାଜନକ ବୋଲି କହିବା ସହ, କଣ ପାଇଁ ଚୀନର ଏ ପ୍ରସ୍ତୁତି ବୋଲି ସେ ଜାଣିବାକୁ ଚାହିଁଥିଲେ ।

ଅନ୍ୟପକ୍ଷରେ ଭାରତ ସହ ସଂପର୍କ ସ୍ୱାଭାବିକ କଥା କହୁଥିଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ଚୀନ୍ ଏଲ୍ଏସି ବିବାଦକୁ ବଞ୍ଚାଇ ରଖିବାକୁ ଚାହୁଁଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।