Advertisment

Zohran Mamdani: ନ୍ୟୁୟର୍କର ସମ୍ଭାବ୍ୟ ମେୟର ଜୋହରାନ୍ ମମଦାନୀ କିଏ?

ନ୍ୟୁୟର୍କ୍ ସିଟି ମେୟର୍ ନିର୍ବାଚନରେ ପ୍ରଖ୍ୟାତ ଭାରତୀୟ-ଆମେରିକୀୟ ଫିଲ୍ମ ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ୍ ମମଦାନୀ ପ୍ରତିଦ୍ବନ୍ଦିତା କରିଛନ୍ତି।

Zohran Mamdani

Zohran Mamdani

Advertisment

ନ୍ୟୁୟର୍କ୍ ସିଟି ମେୟର୍ ନିର୍ବାଚନ ପ୍ରତିଦ୍ବନ୍ଦ୍ବୀଙ୍କ ଓଡ଼ିଶା ଲିଙ୍କ୍। ଆମେରିକାର ନ୍ୟୁୟର୍କ ମେୟର୍ ରେସ୍ ରେ ଅଛନ୍ତି ମୀରା ନାୟାରଙ୍କ ପୁଅ ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମମଦାନୀ। ସେ ପ୍ରାଥମିକ ନିର୍ବାଚନରେ ନ୍ୟୁୟର୍କର ପୂର୍ବତନ ଗଭର୍ଣ୍ଣର୍ ଏଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଛନ୍ତି। ତେବେ ନଭେମ୍ବର ୪ରେ ଚୂଡ଼ାନ୍ତ ନିର୍ବାଚନ ଥିବା ବେଳେ, ଜୋହରାନ୍ ମମଦାନୀଙ୍କ ଓଡ଼ିଶା ଲିଙ୍କ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

ଜୋହରାନ୍ ଙ୍କ ବାପା ୟୁଗାଣ୍ଡା ନାଗରିକ ତଥା ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ୍ ମହମୁଦ୍ ମମଦାନୀ ହୋଇଥିବା ବେଳେ, ମାଆ ହେଉଛନ୍ତି ପ୍ରଖ୍ୟାତ ଭାରତୀୟ-ଆମେରିକୀୟ ଫିଲ୍ମ ନିର୍ମାତା ତଥା ସଲାମ୍ ବମ୍ବେ ଭଳି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶିକା ମୀରା ନାୟାର। ମୀରାଙ୍କ ଜନ୍ମ ରାଉରକେଲାରେ ଏବଂ ସେ ଭୁବନେଶ୍ବରରେ ବଡ଼ ହୋଇଛନ୍ତି। ୧୮ ବର୍ଷ ଯାଏଁ ଭୁବନେଶ୍ବରରେ ରହି ପାଠ ପଢ଼ିଛନ୍ତି ମୀରା ନାୟାର୍ । ଏବେ ସେ ଜଣେ ଆମେରିକୀୟ ନାଗରିକ ହୋଇଥିବା ବେଳେ, ତାଙ୍କୁ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଛି।

ଅଧିକ ପଢ଼ନ୍ତୁ: ଲଞ୍ଚ ହେଲା ଆକ୍ସିଅମ-୪ ମିଶନ, ISS ଯାତ୍ରାରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ

Advertisment

ତେବେ ତାଙ୍କ ପୁଅ ୩୩ ବର୍ଷୀୟ ଜୋହରାନ୍ ନ୍ୟୁୟର୍କ ସିଟି ମେୟର ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି। ସେ ଭାରତୀୟ ମୂଳଙ୍କ ଭୋଟ୍ ହାତେଇବାକୁ ହିନ୍ଦୀରେ ଭୋଟ୍ ମାଗୁଥିବା ମଧ୍ୟ କୁହାଯାଉଛି । ଯଦି ମମଦାନୀ ଏହି ନିର୍ବାଚନରେ ବିଜୟୀ ହୁଅନ୍ତି, ତାହାଲେ ସେ ନ୍ୟୁୟର୍କ ସହରର ଇତିହାସରେ ପ୍ରଥମ ମୁସଲିମ୍ ଓ ଭାରତୀୟ ବଂଶୋଦ୍ଭବ ମେୟର ହେବେ ।

୧୯୯୧ ମସିହାରେ ଉଗାଣ୍ଡାର କମ୍ପାଲାରେ ଜନ୍ମଗ୍ରହଣ କରିଥିବା ମମଦାନୀ ସାତ ବର୍ଷ ବୟସରେ ନ୍ୟୁୟର୍କ ଚାଲି ଯାଇଥିଲେ । ସେ ମେନରେ ବୋଡୋଇନ କଲେଜରୁ ଆଫ୍ରିକାନ ଷ୍ଟଡିଜରେ ସ୍ନାତକ ହାସଲ କରିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଘରୋଇ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ୨୦୨୦ରେ ନ୍ୟୁୟୋର୍କ ରାଜ୍ୟ ବିଧାନସଭା ନିର୍ବାଚନରେ ୩୬ତମ ଜିଲ୍ଲାରୁ ସେ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ସେ ସିରିୟାର ଜଣେ ୨୭ ବର୍ଷୀୟା ଚିତ୍ରଶିଳ୍ପୀ ରାମା ଦୁୱାଜୀଙ୍କୁ ବିବାହ କରିଛନ୍ତି ।

Advertisment

ମମଦାନୀ ମୁଖ୍ୟତଃ ଗାଜାରେ ଇସ୍ରାଏଲର ଆକ୍ରମଣକୁ ସମାଲୋଚନା କରିବା ସହ ପାଲେଷ୍ଟାୟିନୀଙ୍କ ଅଧିକାରକୁ ନେଇ ସ୍ୱର ଉତ୍ତୋଳନ କରୁଥିବା ନଜର ଆସିଛନ୍ତି । ନିର୍ବାଚନରେ ସେ ୨୦୨୭ ସୁଦ୍ଧା ସମସ୍ତ ଯାତ୍ରୀଙ୍କ ପାଇଁ ଭଡା ମୁକ୍ତ ସିଟି ବସ୍ ଯୋଗାଇ ଦେବା ଭଳି ପ୍ରତିଶ୍ରୁତି ଦେଇଛନ୍ତି । ସେ ସୋସିଆଲ ହାଉସିଙ୍ଗ ଡେଭଲପମେଣ୍ଟ ଏଜେନ୍ସି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଭଡା ଘର ମିଳିପାରିବ । ଏହା ସହ ପ୍ରତି ମ୍ୟୁନିସିପାଲିଟି ଅଞ୍ଚଳରେ ଗୋଟିଏ ଲେଖାଏଁ ଗ୍ରୋସେରୀ ଷ୍ଟୋର ଖୋଲିବାକୁ କହିଛନ୍ତି, ଯେଉଁଠାରେ କମ ଟଙ୍କାରେ ଉତ୍ତମ ଖାଦ୍ୟ ମିଳିପାରିବ । ସେହିଭଳି ସ୍କୁଲରେ ଦିଆଯାଉଥିବା ମାଗଣା ଖାଦ୍ୟ ଭଳି ସିଟି କଲେଜମାନଙ୍କରେ ମଧ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବଦଳିଲା ଆମେରିକାର ଭିସା ନିୟମ, ଏଣିକି ନୋ ପ୍ରାଇଭେସୀ

New York
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ