• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପ୍ରତ୍ୟାଶିତ, ଅବର୍ଣ୍ଣନୀୟ । ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏତେ ପ୍ରଚଣ୍ଡ ଯେ, ଶବ୍ଦରେ ଏହାର ବର୍ଣ୍ଣନା ଅସମ୍ଭବ । ୫୦ ବର୍ଷ ତଳେ ହୋଇଥିବା ୟୋମ କିପୁର ଯୁଦ୍ଧ(Yom Kippur war ) ପରେ ଏହା ଇସ୍ରାଏଲ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ୧୯୭୩ ଅକ୍ଟୋବର ୬ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଲଢିଥିଲା ଇସ୍ରାଏଲ ।

ଆରବ -ଇସ୍ରାଏଲ ୱାର ବା ଅକ୍ଟୋବର ୱାର ନାଁରେ ବି ପରିଚିତ ଏହି ଯୁଦ୍ଧ ଥିଲା ଅତି ଭୟଙ୍କର । ୧୯୬୭ରେ ଇସ୍ରାଏଲ, ଇଜିପଟ, ସିରିଆ ଓ ଜୋର୍ଡାନ ଉପରେ ଆକ୍ରମଣ କରିଥିଲା । ପାଲେଷ୍ଟାଇନକୁ ନିଜ ନିୟନ୍ତ୍ରଣକୁ ନେବା ସହ ସିରିଆର ଗୋଲାନ ହାଇଟ୍ସ ଓ ଇଜିପ୍ଟର ସାଇ-ନାଇ ମରୁଭୂମି ଉପରେ ବି କବଜା କରିଥିଲା । ଏହାର ପ୍ରତିଶୋଧ ନେବାକୁ ୧୯୭୩ରେ ଇଜିପ୍ଟ ଓ ସିରିଆ ଦୁଇ ପଟୁ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ।

ଏଭଳି ଅତର୍କିତ ଆକ୍ରମଣ ଲାଗି ପ୍ରସ୍ତୁତ ନଥିଲା ଇସ୍ରାଏଲ । ୟୋମ କିପୁର ଉତ୍ସବ ଚାଲିଥିଲା, ବହୁ ସୈନ୍ୟ ଛୁଟିରେ ଥିଲେ । ଏହାର ସୁଯୋଗ ନେଇ ଆକ୍ରମଣ କରିଥିଲେ ଇଜିପ୍ଟ ଓ ସିରିଆ। ଉଭୟ ଦେଶର ସୈନ୍ୟ ଇସ୍ରାଏଲ ଅଞ୍ଚଳରେ ପ୍ରବେଶ କରି ଆଗକୁ ବଢୁଥିଲେ । ତେବେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସ୍ଥିତି ସମ୍ଭାଳିଥିଲା ଇସ୍ରାଏଲ ।

ଘନ ଘନ ପ୍ରତି ଆକ୍ରମଣ କରି ଇସ୍ରାଏଲ ଶତ୍ରୁ ସୈନ୍ୟଙ୍କୁ ପଛକୁ ହଟାଇ ଦେବାରେ ସଫଳ ହୋଇଥିଲା। ଏମିତିକି ଇଜିପ୍ଟ ରାଜଧାନୀ କାଏରୋର ଅତି ନିକଟରେ ପହଞ୍ଚି ଯାଇଥିଲେ ଇସ୍ରାଏଲ ସୈନ୍ୟ । ସ୍ଥିତି ଦୁର୍ବଳ ହେଉଥିବା ଦେଖି ଇସ୍ରାଏଲ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲା ଇଜିପ୍ଟ । ଦୁଇ ଦେଶର ସଂପର୍କରେ ଉତଥାନପତ୍ତନ ଲାଗି ରହିଥିବା ବେଳେ ସଂପର୍କ ସୁଧାରିବା ନେଇ ନିକଟରେ ଇଜିପଟ ଓ ଇସ୍ରାଏଲ ମଧ୍ୟରେ ବୁଝାମଣା ହୋଇଛି।...