Advertisment

Baba Vanga Predictions: ୫ ଜୁଲାଇ, ସତ ହେବ କି ଭବିଷ୍ୟବାଣୀ ? ଆତଙ୍କରେ ଜାପାନବାସୀ

ତାତସୁକୀଙ୍କ ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ବି ଆତଙ୍କ। ଏଥିପାଇଁ ସୋସିଆଲ ମିଡିଆରେ #July5Disaster ଟ୍ରେଣ୍ଡ୍ କରୁଛି । ଜାପାନର ଲୋକମାନେ ଭୟଭୀତ ଅଛନ୍ତି, କାରଣ ଲଗାତାର ଭାବେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।

ଅଦ୍ୟତନ ହୋଇଛି
Baba Vanga Predictions

Baba Vanga Predictions

Advertisment

୫ ଜୁଲାଇ ୨୦୨୫ । ଆସିପାରେ ମହାବିପତ୍ତି। ଛାରଖାର ହୋଇଯାଇ ପାରେ ଜାପାନ। ଭୟ ସୃଷ୍ଟି କରିଛି ପ୍ରସିଦ୍ଧ ଜାପାନୀ କଳାକାର ରିୟୋ ତାତସୁକୀଙ୍କ ଏମିତି ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ସେ ନୂଆ ବାବା ଭେଙ୍ଗା ନାମରେ ବି ପରିଚିତ । ତାଙ୍କ ଭବିଷ୍ୟବାଣୀ ସମଗ୍ର ଏସିଆରେ ଭୟ ସୃଷ୍ଟି କରିଛି।

Advertisment

ଯଦି ତାଙ୍କ ଭବିଷ୍ୟବାଣୀ ସତ ହୁଏ ତେବେ ଜାପାନ କଣ ବିଶ୍ୱ ମାନଚିତ୍ରରୁ ଲିଭିଯାଇ ପାରେ। କଥା ହେଲା, ବାସ୍ତବରେ କ’ଣ ପ୍ରଳୟ ଆଡ଼କୁ ଆମେ ଗତି କରୁଛନ୍ତି? ବାବାଙ୍କ ଏମିତି କଥା ଶୁଣି ଜାପାନର ଲୋକେ ଏବେ ଭୟଭୀତ ଅବସ୍ଥାରେ। ସମସ୍ତଙ୍କ ମନରେ ଗୋଟିଏ ଡର, ଗୋଟିଏ ପ୍ରଶ୍ନ। ୫ ଜୁଲାଇରେ ହେବ କଣ?

ଅଧିକ ପଢ଼ନ୍ତୁ: ୪ ମହାନ ମନୋବିଜ୍ଞାନୀଙ୍କ ଭବିଷ୍ୟବାଣୀ; ସବୁଠାରୁ ଖରାପ ସମୟ ଆସୁଛି

୧୯୯୯ ମସିହାରେ ପ୍ରକାଶିତ ପୁସ୍ତକ 'ଦି ଫ୍ୟୁଚର ଆଇ ସ'ରେ ତାତସୁକୀ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ତର୍କବିତର୍କ ଚାଲିଛି। ପୁସ୍ତକରେ କୁହାଯାଇଛି- ୫ ଜୁଲାଇ, ୨୦୨୫ରେ ଜାପାନରେ ଏକ ବଡ଼ ଭୂମିକମ୍ପ ଆସିବ। ଏଥିରେ ଯେଉଁ ସୁନାମୀ ସୃଷ୍ଟି ହେବ ତାହା ଜାପାନରେ ପ୍ରଳୟ ରଚିବ। ଯାହାର ତୀବ୍ରତା ୨୦୧୧ ସୁନାମୀର ତିନି ଗୁଣା ହେବ। ୫ ଜୁଲାଇ ମାନେ କାଲି। କିଛି ବି ଘଟିପାରେ ଯଦି ଭବିଷ୍ୟବାଣୀ ସତ ହୁଏ।

Advertisment

ତାତସୁକୀଙ୍କ ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ବି ଆତଙ୍କ। ଏଥିପାଇଁ ସୋସିଆଲ ମିଡିଆରେ #July5Disaster ଟ୍ରେଣ୍ଡ୍ କରୁଛି । ଜାପାନର ଲୋକମାନେ ଭୟଭୀତ ଅଛନ୍ତି, କାରଣ ଲଗାତାର ଭାବେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।

ଗତ କିଛିଦିନ ହେବ ଜାପାନର ଦକ୍ଷିଣ କ୍ୟୁସୁ ଦ୍ୱୀପସମୂହ ନିକଟରେ ୯୦୦ରୁ ଅଧିକ ଭୂକମ୍ପ ହୋଇଛି। କିନ୍ତୁ ଅଧିକାଂଶ ଝଟକା ସାଧାରଣ ଥିଲା। ତେଣୁ ଏହି ଘଟଣା ଭବିଷ୍ୟବାଣୀକୁ ନେଇ ଡର ବଢ଼ାଇ ଦେଇଛି। ସେଥିପାଇଁ ଆଜିଠୁ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଭୟ ଦେଖାଦେଇଛି। ଜାପାନବାସୀଙ୍କ ରାତିର ନିଦ ବି ଉଡ଼ିଯାଇଛି।

Advertisment

ଟୋକାରା ଦ୍ୱୀପରେ ଏବେ ଯାଏ ୨ଟି ଶକ୍ତିଶାଳୀ ଭୂକମ୍ପ ଝଟକା ରବିବାର ଓ ମଙ୍ଗଳବାର ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା । ଏହାବାଦ ୩ ଜୁଲାଇ ୨୦୨୫ରେ ୫.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାକି ଲୋକଙ୍କ ଚିନ୍ତାକୁ ବ‍ଢ଼ାଇଦେଇଛି ।

ପୂର୍ବରୁ ରିଓ ତାତସୁକୀଙ୍କ ପୂର୍ବ ଭବିଷ୍ୟବାଣୀଗୁଡ଼ିକ ମଧ୍ୟରୁ ଅନେକ ସତ ହୋଇଛି । ୨୦୧୧ର ଟୋହୋକୁ ସୁନାମୀ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁ ଏବଂ କୋଭିଡ୍ -୧୯ ମହାମାରୀ ଭଳି ତାଙ୍କର ଭବିଷ୍ୟବାଣୀ ସତ ହୋଇସାରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ୨୦୩୦ ମସିହାରେ କୋଭିଡ୍‌ର ଏକ ନୂତନ ଏବଂ ଅଧିକ ଘାତକ ରୂପ ଫେରିବ।

ଏବେ ପ୍ରଶ୍ନ ହେଉଛି- ଜୁଲାଇ ୫ରେ ପ୍ରକୃତରେ କିଛି ଘଟିବ ନା ଏହା ମଧ୍ୟ ଏକ ଗୁଜବ ହୋଇ ରହିବ?

ଅଧିକ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...୨୦୨୫ରେ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଟଙ୍କା ବର୍ଷିବ

Earthquake Japan Tsunami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ