• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଜର ମୋଟାପଣକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ରହିଥା’ନ୍ତି । କିପରି ମେଦବହୁଳତାରୁ ମୁକ୍ତି ପାଇବେ ସେଇ ଅନେକ ପନ୍ଥା ଆପଣାଇଥା’ନ୍ତି । ହେଲେ ଆପଣ ଜାଣନ୍ତି କି ଏମିତି ଜଣେ ପିଲାଙ୍କ କଥା । ଯିଏ କି ଦୁନିଆର ସବୁଠୁ ମୋଟା ବୋଲି କୁହାଯାଏ । ନିଜର ବୟସ ତୁଳନାରେ ତାଙ୍କର ମୋଟାପଣ ଢେର୍‌ ଅଧିକ ରହିଛି । ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।

ଇଣ୍ଡୋନେସିଆର ଜଣେ ୯ ବର୍ଷର ବାଳକଙ୍କ ନିକଟରେ ଅଦ୍ଭୁତ ମୋଟାପଣ ଦେଖିବାକୁ ମିଳିଛି । ମୋଟାପଣର ଶିକାର ହୋଇଥିବା ବାଳକର ନାଁ ହେଉଛି ଆର୍ଯ୍ୟ ପରମାନା । ତାଙ୍କର ଓଜନ ପ୍ରାୟ ୨୦୦ କିଲୋ ବା ୨ କୁଇଣ୍ଟାଲ ରହିଛି । ଯାହାଙ୍କୁ ଦୁନିଆର ସବୁଠୁ ମୋଟା ବାଳକ ବୋଲି କୁହାଯାଉଛି ।

ଆର୍ଯ୍ୟ ଭିଡିଓ ଗେମ୍ ଖେଳିବାକୁ ଖୁବ୍‌ ପସନ୍ଦ କରନ୍ତି । ଦିନସାରା ସେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଜଙ୍କ ଫୁଡ୍, ନୁଡୁଲ୍ସ, ଚିକେନ୍ ଏବଂ ଥଣ୍ଡା ପାନୀୟ ପିଇବାକୁ ସେ ଭଲପା’ନ୍ତି । ଏତେ କମ୍ ବୟସରେ ଆର୍ଯ୍ୟ ପ୍ରାୟ ୭,୦୦୦ କ୍ୟାଲୋରୀ ଖାଦ୍ୟ ଖାଉଥିବା ଜଣାପଡ଼ିଛି । ଯାହାକି ତାଙ୍କ ଶରୀରର ଆବଶ୍ୟକତାଠାରୁ ପ୍ରାୟ ଛଅରୁ ସାତ ଗୁଣ ଅଧିକ ।

ଆର୍ଯ୍ୟ ଠିକ୍‌ ସେ ଚାଲିପାରନ୍ତି ନାହିଁ । ଘରେ ସବୁ ସ୍ଥାନରେ ବସିପାରନ୍ତି ନାହିଁ । ଏପରି କି ବାଥ୍ ରୁମ୍‌ରେ ଭଲରେ ଗାଧୋଇ ପାରନ୍ତି ନାହିଁ । ତେଣୁ ସେ ପାଣି ଟାଙ୍କି ନିକଟରେ ଗାଧୋଇଥା’ନ୍ତି । ଏମିତି କି ତାଙ୍କ ଶରୀରକୁ ଫିଟ୍‌ ହେବା ପରି ପୋଷାକ ମଧ୍ୟ ମିଳୁନଥିବା କୁହାଯାଇଛି ।

ମୋଟାପଣ ପାଇଁ ଆର୍ଯ୍ୟଙ୍କ ୨୦୧୭ ଏପ୍ରିଲ୍ ମାସରେ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ । ଯିଏ ତାଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଓଜନ ହ୍ରାସ କରିବାକୁ ସାହାଯ୍ୟ କରିଥିଲେ। ଫଳରେ ତାଙ୍କ ଶରୀରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ମଧ୍ୟ ମେକ୍ସିକୋର ଆଣ୍ଡ୍ରେସଙ୍କ ଓଜନ ମାତ୍ର ୧୦ ବର୍ଷ ବୟସରେ ପ୍ରାୟ ୧୧୮ କିଲୋଗ୍ରାମ ରହିଥିଲା। ପରେ ପରେ ତାଙ୍କ ବୟସ ଅଧିକ ବଢ଼ିବାରୁ ତାଙ୍କ ଓଜନ ମଧ୍ୟ ବଢ଼ିଥିଲା । ତେଣୁ ସେ ଚଲାବୁଲା ମଧ୍ୟ କରିପାରିନଥିଲେ । ମାତ୍ର କିଛି ବର୍ଷ ବିତିବା ପରେ ତାଙ୍କ ସଜନ ୪୪୪ କିଲୋଗ୍ରାମକୁ ବୃଦ୍ଧି ପାଇଥିଲା । ତାଙ୍କର ସର୍ଜରୀ ମଧ୍ୟ କରାଯାଇଥିଲା । ହେଲେ ତାଙ୍କର ୩୮ ବର୍ଷରେ ଦେହାନ୍ତ ହୋଇଥିଲା ।