Advertisment

ଶେହବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ : ଅର୍ଥନୀତି ପତନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି

author-image
Prangyan Parimita
Imran , Shahbaz

Special story

ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ । ଶେହବାଜ ସରିଫ ଓ ଇମ୍ରାନ୍ ଖାନ ମଧ୍ୟରେ ବାକ୍ ଯୁଦ୍ଧ । ସରକାରୀ କମ୍ପାନୀର ସେୟାର ବିକ୍ରି ପ୍ରସଙ୍ଗକୁ ନେଇ ଖପ୍ପା ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଏହି ଦୁଇ ହେବିୱେଟଙ୍କ ମଧ୍ୟରେ ଜୋରଦାର ହୋଇଛି ଟ୍ୱିଟ ଲଢ଼େଇ ।

Advertisment

ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି । ବିଗତ ୩୦ ବର୍ଷ ଧରି ସରିଫ୍ ଏବଂ ଜର୍ଦ୍ଦାରିଙ୍କ ଭଳି ବ୍ୟକ୍ତି ବିଶେଷ ଦେଶକୁ ତଳି ତଳାନ୍ତ କରି ପକାଇଛନ୍ତି । ଚୋର ବୋଲି ସମ୍ବୋଧିତ କରିବା ସହ ସେମାନଙ୍କୁ ଏହି ଜାତୀୟ ସମ୍ପତ୍ତି ବିକ୍ରି କରିବାକୁ ଦିଆଯିବନି ବୋଲି କହିଛନ୍ତି ଇମ୍ରାନ ।

ଇମ୍ରାନଙ୍କୁ ଟୁଇଟର କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଇମ୍ରାନ, ସ୍ମୃତି ଶକ୍ତି ହରାଇ ବସିଛନ୍ତି । କିଛି କଥା ତାଙ୍କୁ ମନେ ପକାଇବାକୁ ପଡ଼ିପାରେ ।

Advertisment

୧. ଅନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ଇମ୍ରାନ ଖାନ୍ ସରକାର ଅମଳରେ ପାକିସ୍ତାନରେ ଦୁର୍ନୀତି ବଢ଼ିଛି ନିଯୁକ୍ତି, ବଦଳି ଏକ ବ୍ୟବସାୟରେ ପରିଣତ ହୋଇଥିଲା ଯାହା ଏକ ଇମ୍ରାନ ସରକାର ବେଳେ ବଡ଼ ସ୍କାମରେ ପରିଣତ ହୋଇଥିଲା

୨. ଅର୍ଥନୀତିରେ ଛେଡଖାନି କରିଥିବାରୁ ଏହାର କ୍ଷତି ଭରଣା କରୁଛନ୍ତି ନିରିହ ପାକିସ୍ତାନୀ ନାଗିରକ । ବନ୍ଧୁ ରାଷ୍ଟ୍ରମାନଙ୍କ ସହ ଇମ୍ରାନ ସରକାର ସମ୍ପର୍କ ଖରାପ କରିଛନ୍ତି ।

୩. ବିଶ୍ୱ ସମୁଦାୟ ଏବଂ ତାଙ୍କର ବନ୍ଧୁ ରାଷ୍ଟ୍ରମାନଙ୍କ ସାମ୍ନାରେ ସମ୍ମାନ ଆଞ୍ଚ ଆସିଥିବାରୁ ଗଭୀର ମର୍ମାହତ ହୋଇଛନ୍ତି

୪. କ୍ଷମତା ପାଇଁ ପ୍ରବଳ ଲୋଭ ଯୋଗୁଁ ସେ ହିତାହିତ ଜ୍ଞାନ ଭୁଲି ସାରିଥିଲେ । ବାରମ୍ବାର ମିଛ କହିଥିବା ସେ ପ୍ରମାଣିତ କରି ସାରିଛନ୍ତି । ଜନମତକୁ ପ୍ରଭାବିତ କରିବା ପାଇଁ ତଥ୍ୟକୁ ଭିନ୍ନ ରୂପ ଦେବାରେ ମାହିର ଇମ୍ରାନ ବୋଲି କହିଛନ୍ତି ଶେହବାଜ ।

ଦୋଷ ଯାହାର ବି ହେଉନା କାହିଁକି, ନୀତି ଓ ନିୟମ ଯାହାର ସନ୍ଦେହ ଘେରକୁ ଆସୁ ନା କାହିଁକି, ଏବେ କିନ୍ତୁ ଦହଗଞ୍ଜ ହେଉଛନ୍ତି ପାକିସ୍ତାନୀ । ଅର୍ଥାଭାବରେ ଯେଉଁଭଳି ସନ୍ତୁଳି ହେଉଛି ଶ୍ରୀଲଙ୍କା, ସେଭଳି ସ୍ଥିତିରୁ ମୁକୁଳିବାକୁ ହେଲେ ପାକିସ୍ତାନକୁ କିଛି କଠୋର ନିଷ୍ପତ୍ତି ନେବା ଯେ ନିହାତି ଲୋଡ଼ା ସେଥିରେ ସନ୍ଦେହ ନାହିଁ ।

Pakistan Economic Crisis
Advertisment
Advertisment