ପାଇପାରିଲେନି ଖୁସି, ଝିଅ ଜନ୍ମ ହେବାର କିଛି ସମୟ ପୂର୍ବରୁ ଚାଲିଗଲା ବାପାର ଜୀବନ

ଝିଅକୁ ହେଲାଣି ଆସି ଏକ ବର୍ଷ । କିନ୍ତୁ ପାଇନାହିଁ ବାପାର ସ୍ନେହ । ଆଜି ବି ଝୁରିଛନ୍ତି ମାଆ ଓ ଝିଅ । ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାପାଙ୍କ ଜୀବନ । କିନ୍ତୁ ତଥାପି ମାନୁନି ମନ । ମନେ ପଡ଼ୁଛି ସେହି ଦିନର କାହାଣୀ ।

UK Man

ଝିଅକୁ ହେଲାଣି ଆସି ଏକ ବର୍ଷ । କିନ୍ତୁ ପାଇନାହିଁ ବାପାର ସ୍ନେହ । ଆଜି ବି ଝୁରିଛନ୍ତି ମାଆ ଓ ଝିଅ । ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାପାଙ୍କ ଜୀବନ । କିନ୍ତୁ ତଥାପି ମାନୁନି ମନ । ମନେ ପଡ଼ୁଛି ସେହି ଦିନର କାହାଣୀ । ସେ ଗର୍ଭବତୀ ଥିଲେ । ୩୯ ସପ୍ତାହ ଚାଲିଥିଲା । ସେଦିନ ମେଡିକାଲ୍ ଚେକ୍‌ଅପ୍‌ ଥିଲା । ଯେତେବେଳେ ସେ ନିଜ ସାଥୀଙ୍କୁ ଡାକିଲେ ସେତେବେଳେ ସେ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ।

ମହିଳା ଜଣକ ହେଲେ ରିବାକା ମୋସ୍, ତାଙ୍କ ସାଥୀଙ୍କର ନାଁ ହେଉଛି ଥୋମାସ୍ ଗିବସନ୍ । ସୋଫାରେ ଶୋଇଥିବା ଅବସ୍ଥାରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା । ଏହାର କିଛି ସମୟ ପରେ ଉକ୍ତ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ କିପରି ଭାବେ ମୃତ୍ୟୁ ହେଲା ଏହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ବର୍ତ୍ତମାନ ଏକ ସାଙ୍ଘାତିକ ସତ ପଦାକୁ ଆସିଛି ।

ଅଧିକ ପଢ଼ନ୍ତୁ: ଅସୁରକ୍ଷିତ ଆମେରିକା ! ସପ୍ତାହେ ହେଲାଣି ଭାରତୀୟ ଛାତ୍ରୀ ନିଖୋଜ, ମିଳୁନି ପତ୍ତା

ଥୋମାସ୍‌ଙ୍କ ମୃତ୍ୟୁକୁ ନେଇ ଡାକ୍ତର କହିଛନ୍ତି, ଭୁଲ ECG ସ୍କାନ୍ ପାଇଁ ତାଙ୍କର ମୃତ୍ୟୁ ହୋଇଛି । ସେ ନିଜ ପେଟରେ ଯନ୍ତ୍ରଣା ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ଭୁଲରେ ତାଙ୍କୁ ଇଲେକ୍ଟ୍ରୋକାର୍ଡିଓଗ୍ରାମ ଅର୍ଥାତ୍ ବିଦ୍ୟୁତ୍ ଝଟକା ଦିଆଯାଇଥିଲା । ଏହା ହିଁ ତାଙ୍କର ମୃତ୍ୟୁର କାରଣ ହୋଇପାରେ ବୋଲି ଡାକ୍ତର କହିଛନ୍ତି ।

ଘଟଣାକୁ ନେଇ ରିବାକା ମୋସ୍ କହିଛନ୍ତି ଯେ, ସେ ଗତ ବର୍ଷ ଜୁନ୍ ୭ ରେ ସକାଳେ ଉଠି ତଳ ମହଲାକୁ ଆସିଥିଲେ । ଥୋମାସ୍ ଶୋଇଥିବା ବେଳେ ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଆଉ ଉଠିନଥିଲେ । ଗର୍ଭସ୍ଥ ଶିଶୁର ମେଡିକାଲ୍ ଚେକ୍‌ଅପ୍‌ ପାଇଁ ଯିବାକୁ ସେ ନିଜ ସାଥୀଙ୍କୁ ଡାକିବାକୁ ଆସିଥିଲେ ।

କିନ୍ତୁ ଥୋମାସ୍ କୌଣସି ପ୍ରକାରେ ପ୍ରତିକ୍ରିୟା ଦେଇନଥିଲେ । ଫଳରେ ଆମ୍ବୁଲାନ୍ସକୁ କଲ୍ କରିବା ପରେ ସେମାନେ ଥୋମାସ୍‌ଙ୍କୁ ତଳେ ପକାଇ ଛାତିରେ କମ୍ପ୍ରେସନ୍ ଦେବାକୁ କହିଥିଲେ । ତଥାପି ମଧ୍ୟ ସେ ଉଠିନଥିଲେ ବୋଲି ରିବାକା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଥୋମାସ୍ ଶାରୀରିକ ଭାବେ ଫିଟ୍ ଥିଲେ । କିନ୍ତୁ ପେଟ ସମସ୍ୟାରେ ପୀଡ଼ିତ ଥିଲେ । ମୃତ୍ୟୁର ପ୍ରାୟ ତିନି ସପ୍ତାହ ପୂର୍ବରୁ ସେ ଡାଇରିଆରେ ପୀଡିତ ହୋଇଥିଲେ ।

ସେ ନିକଟସ୍ଥ ମେଡିକାଲକୁ ଚେକ୍‌ଅପ୍‌ ପାଇଁ ଯାଇଥିଲେ । କିନ୍ତୁ ଭଲ ଟ୍ରିଟ୍‌ମେଣ୍ଟ ପାଇଁ ପାରିନଥିଲେ । ମେଡିକାଲରୁ ଡିସଚାର୍ଜ କରି ଦିଆଯାଇଥିଲା ଓ ଭଲ ନହେଲେ ପୁଣିଥରେ ଆସିବାକୁ ମେଡିକାଲ ତରଫରୁ କୁହାଯାଇଥିଲା । କିନ୍ତୁ ମାତ୍ର ୧୧ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।