/odishatv-khabar/media/post_attachments/uploadimage/library/16_9/16_9_0/putin_1655381955.jpg)
putin
ଠିକରେ ଛିଡ଼ା ହୋଇ ପାରୁନାହାନ୍ତି ଭ୍ଲାଦିମିର୍ ପୁଟିନ୍ । ସୁସ୍ଥ ଅଛନ୍ତି ତ ଋଷ୍ ରାଷ୍ଟ୍ରପତି ? ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ନୂତନ ଭିଡିଓ ତାଙ୍କ ସ୍ୱାସ୍ଥ୍ୟକୁ ସ୍ଥିତିକୁ ଭଲନଥିବା ଦର୍ଶାଉଛି । କ୍ରେମଲିନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇଥିବା ସମୟରେ ରାଷ୍ଟ୍ରପତି ପୁଟିନ ଥରୁଥିବା ଦେଖିବାକୁ ମିଳୁଛି । ସେ ସିଧା ଛିଡ଼ା ହେବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର ସତ୍ୟତା ସ୍ପଷ୍ଟ ହୋଇନାହିଁ ।
ରବିବାର ଦିନ ଫିଲ୍ମ ନିର୍ମାତା ନିକିତା ମିଖାଇଲୋଭଙ୍କୁ ଋଷୀୟ ଫେଡେରେଶନ ପକ୍ଷରୁ ପୁଟିନ୍ ପୁରସ୍କାର ପ୍ରଦାନ କରିଥିଲେ । ଆଉ ସେହି ସମୟରେ ସେ ଥରୁଥିବା ଦେଖିବାକୁ ମିଳୁଛି । ଏହାସହ ପୋଡିୟମ ନିକଟରେ ଛିଡ଼ା ହୋଇଥିବା ବେଳେ ସେ ଗୋଡ ହଲାଉଥିବା ନଜର ଆସିଛନ୍ତି । ପୁଟିନ ସିଧା ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି ।
Putin’s legs shaking, he looks unsteady on his feet, fueling more speculation about his health. Video was taken Sunday. pic.twitter.com/TIVfK30tAp
— Mike Sington (@MikeSington) June 14, 2022
ନ୍ୟୁୟର୍କ ପୋଷ୍ଟ ଏହି ଫୁଟେଜକୁ ଉଦବେଗଜନକ ବୋଲି ବର୍ଣ୍ଣନା କରିଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପୁଟିନଙ୍କୁ ଡାକ୍ତରମାନେ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଟେଲିଗ୍ରାମ ଚ୍ୟାନେଲ SVRରେ ଏହି ଦାବି କରାଯାଇଛି । ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଟିନ ଗୁରୁତର ଅସୁସ୍ଥ ଥିବା ନେଇ କୁହାଯାଉଛି ।
ସୂଚନାଯୋଗ୍ୟ ମାସେ ପୂର୍ବରୁ ପୁଟିନ୍ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବା ସହ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା କୁହାଯାଉଥିଲା । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍ଙ୍କୁ ବହୁତ କମ୍ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି । ୟୁକ୍ରେନ୍ ଆକ୍ରମଣ କରିବା ପାଇଁ ଆଦେଶ ଦେବାର କିଛି ଦିନ ପୂର୍ବରୁ ରକ୍ତ କର୍କଟ ରୋଗ ଚିକିତ୍ସା ନିମନ୍ତେ ପୁଟିନ୍ଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)