• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୁଷ୍‌ (Russia)ରେ ପ୍ରାଇଭେଟ୍‌ ଆର୍ମି ୱାଗନର୍‌ (Wagner Group)ର ବିଦ୍ରୋହ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧିତ କରିଛନ୍ତି । ବିଦ୍ରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାଇ ଦେଇଛନ୍ତି । ୱାଗନର ମୁଖ୍ୟ ନିଜର ବ୍ୟକ୍ତିଗତ ଇଚ୍ଛାକୁ ପୂରଣ କରିବା ଲାଗି ଏଭଳି ଉଦ୍ୟମ କରୁଛନ୍ତି । ତେବେ ରୁଷିଆରେ କୌଣସି ସ୍ଥିତିରେ ମଧ୍ୟ ଗୃହଯୁଦ୍ଧ ସ୍ଥିତି ହେବାକୁ ଦିଆଯିବ ନାହିଁ । ସଭିଏଁ ଏକତା ବଜାୟ ରଖିବାକୁ ଜାତି ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି ପୁଟିନ । ମସ୍କୋରେ ଆଣ୍ଟି ଟେରରିଷ୍ଟ ଅପରେସନ ଆରମ୍ଭ ହୋଇଥିବା ନେଇ ରୁଷିଆ ଘୋଷଣା କରିଛି ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ସାଧାରଣ ନାଗରିକ ଏବଂ ଦେଶକୁ ସୁରକ୍ଷା ଦିଆଯିବ । ୱାଗନର୍ ଗ୍ରୁପ୍ ରୁଷକୁ ଚ୍ୟାଲେଞ୍ଜ କରିଛି । ଏବେ ଏକଜୁଟ ରହିବା ପାଇଁ ପଡ଼ିବ । ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଇଛି।...

ଦେଶଦ୍ରୋହୀଙ୍କୁ ମିଳିବ ଦଣ୍ଡ

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଯେଉଁମାନେ ବିଦ୍ରୋହ କରନ୍ତି ସେମାନଙ୍କୁ ଆତଙ୍କବାଦୀ ଭଳି ଦଣ୍ଡ ଦିଆଯିବ । ରୁଷର ସେନା ହିରୋ ପରି ଲଢ଼େଇ କରୁଛନ୍ତି । ଏହି ସମୟରେ ସମସ୍ତ ଦେଶବାସୀ ଏକଜୁଟ ରହିବା ଆବଶ୍ୟକ । ୱାଗନର୍ ଦେଶ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ୍ । ଯେଉଁମାନେ ଦେଶଦ୍ରୋହ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ।

'ୱାଗନର' ଗୋଷ୍ଠୀର ଯୋଜନା କ’ଣ ?

ଯୁଦ୍ଧର ଘନଘଟା ଭିତରେ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଛିଡ଼ା ହୋଇଛି ଆଉ ଏକ ସମସ୍ୟା। ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ପୁଟିନଙ୍କ ପ୍ରାଇଭେଟ୍ ସେନା 'ୱାଗନର' ଗୋଷ୍ଠୀର ମୁଖ୍ୟ ଯୋଜନା କରିଥିବା କୁହାଯାଉଛି। ଏକଦା ପୁଟିନଙ୍କ ନିକଟତର ଥିବା ୱାଗନର ପ୍ରାଇଭେଟ୍ ଆର୍ମି ଚିଫ୍ ୟେବଗେନି ପ୍ରିଗୋଝିନ୍ କହିଛନ୍ତି, ତାଙ୍କ ସହ ୨୫ ହଜାର ସୈନିକ ଅଛନ୍ତି, ଯେଉଁମାନେ ମରିବାକୁ ବି ପ୍ରସ୍ତୁତ ରହିଛନ୍ତି। ସେମାନେ ରୁଷର ସୈନିକଙ୍କ ନେତୃତ୍ୱକୁ ହଟାଇବା ଲାଗି ଆଗକୁ ବଢୁଛନ୍ତି। ରାସ୍ତାରେ ଯାହାବି ପ୍ରତିବନ୍ଧକ ଆସିବ ସମସ୍ତଙ୍କୁ ହଟାଇ ଦିଆଯିବ ବୋଲି ୱାଗନର ସେନାର ମୁଖ୍ୟ କହିଛନ୍ତି ।

ଖାଲି ସେତିକି ନୁହେଁ, ରୁଷର ଏକ ହେଲିକପଟରକୁ ୟେବଗେନି ଖସାଇ ଦେଇଥିବା ଦାବି କରିଛନ୍ତି। ରୁଷ ସେନା ତାଙ୍କ ସୈନିକଙ୍କ ଉପରେ ଆକ୍ରମଣ କରିବା ପ୍ରତିବାଦରେ ୟେବଗେନି ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି ।

ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସେପଟେ ୱାଗନର ଗୋଷ୍ଠୀର ଏଭଳି ଚେତାବନୀ ପରେ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ଏପରିକି ପୁଟିନଙ୍କ ବାସଭବନ କ୍ରେମଲିନରେ ଟ୍ୟାଙ୍କ ମୁତୟନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।...

ୟୁକ୍ରେନରେ ପ୍ରଥମ କରି ରୁଷ ଆକ୍ରମଣ କରିବା ପରେ ୟେବଗେନି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଭଡ଼ାଟିଆ ସୈନିକମାନେ ୟୁକ୍ରେନରେ ଦୃଢ଼ତାର ସହ ଲଢ଼େଇ କରି ରୁଷକୁ ଯୁଦ୍ଧରେ ଅଗ୍ରଣୀ କରାଇଥିଲେ । ଆଉ ଏବେ ୟେବଗେନି ନିଜେ ପୁଟିନଙ୍କ ବିରୋଧୀ ହୋଇଯାଇଛନ୍ତି ଏବଂ ତାଙ୍କ ସୈନିକଙ୍କୁ ରୁଷର ସୈନିକଙ୍କ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛନ୍ତି।....