ice
ବୁଧବାର ସ୍ବିସ ଆଲ୍ପସ ପର୍ବତମାଳାରେ ଏକ ବରଫ ଗ୍ଲେସିୟର ଖସିଛି। ଏଥିରେ ପାହାଡ ତଳେ ଥିବା ଗାଁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଛି। ଭାଲିଆସ କାଣ୍ଟନ ଅଞ୍ଚଳରେ ଥିବା ବ୍ଲାଟ୍ଟେନ ଇଲାକାରେ ଏହି ଅଘଟଣ ଘଟିଥିଲା। ତେବେ ବରଫ ପାହାଡ ଖସିବାର ଆଶଙ୍କା ରହିଥିବା କାରଣରୁ ଉକ୍ତ ଅଞ୍ଚଳକୁ ଏକ ସପ୍ତାହ ପୂର୍ବରୁ ଖାଲି କରି ଦିଆଯାଇଥିଲା। ଏହି ବରଫ ଖସିବାରେ ଜଣେ ନିଖୋଜ ଥିବା ରିପୋର୍ଟ ପ୍ରକାଶ ପାଇଛି।
ଏହି ବରଫ ପାହାଡ ଖସିବାକୁ ଅତ୍ୟନ୍ତ ଭୟଙ୍କର ଭାବେ ବର୍ଣ୍ଣନା କରିଛନ୍ତି ସ୍ଥାନୀୟ ଅଧିକାରୀ। ଏହି ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଯେ, ଉକ୍ତ ସ୍ଥାନରୁ ବରଫ ଓ ଅଳିଆ ସଫା କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିପାରେ। ଡ୍ରୋନ ସାହାଯ୍ୟରେ ବରଫ ଖସିବା ସମୟର ଭିଜୁଆଲକୁ କ୍ୟାପଚର କରାଯାଇଥିଲା। ବିଶାଳ ଉଚ୍ଚର ବରଫ, ଧୂଳି ଓ ପଥର ଖସିଥିବା ବେଳେ ଏହା ତଳେ ନିକଟବର୍ତ୍ତୀ ଗାଁ ସମ୍ପୂର୍ଣ୍ଣ ଲୁଚି ଯାଇଥିଲା। ଏହି ଗ୍ଲେସିୟରର ଉଚ୍ଚତା ସୁନାମିର ଭ୍ରମ ମଧ୍ୟ ସୃଷ୍ଟି କରିଥିଲା।
ପ୍ରାୟ ୯ ମିଲିୟନ ଟନର ବରଫ ଓ ଅଳିଆ ଗଦା ହୋଇଥିବା ସୂଚନା ଦେଇଛନ୍ତି ବ୍ଲାଟେନ ମେୟର ମାଥିଆସ ବେଲୱାଲ୍ଡ। ଦୈନିକ ୧୧ ଫୁଟର ଅଳିଆ ସଫା କରାଯାଉଛି। ତେବେ ଏହି ହାରରେ ସଫା କଲେ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ମେୟର କହିଛନ୍ତି। ବ୍ଲାଟେନ ଗାଁର ୯୦ ପ୍ରତିଶତ ଅଞ୍ଚଳ ବରଫ ପାହାଡ ତଳେ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ପୂର୍ବରୁ ବରଫ ଝଡ ଆଶଙ୍କା କରି ଏହି ଗ୍ରାମର ୩୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୩.୧ ତୀବ୍ରତାର ଭୂକମ୍ପ କାରଣରୁ ଏପରି ପରସ୍ଥିତି ସୃଷ୍ଟି ହୋଇଥିଲା। ନଦୀ ଉପରେ ମଧ୍ୟ ବରଫ ଜମି ଯାଇଥିବାରୁ ବନ୍ୟା ପରସ୍ଥିତିର ମଧ୍ୟ ଆଶଙ୍କା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ice_1748587445.jpg)