Advertisment

ହୃଦୟବିଦାରକ !! ବିଚ୍‌ ରାସ୍ତାରେ ଟାୟାର୍‌ରେ ନିଆଁ ଲଗାଇ ୧୩ ଜଣଙ୍କୁ ଜାଳିଦେଲେ

ଏମିତି ଏକ ଦେଶ ଯେଉଁଠି ପ୍ରତିଦିନ ଘଟୁଛି ହିଂସାକାଣ୍ତ । ଶହ ଶହ ସଂଖ୍ୟାରେ ଯାଉଛି ଲୋକଙ୍କ ଜୀବନ । ପୋଲିସ୍‌ ଆଗରେ ଲୋକଙ୍କୁ ଜିଅନ୍ତା ଜାଳିଦେଉଛନ୍ତି । ଜାଣନ୍ତୁ କେଉଁଠି..

author-image
Manoranjan Behera
ଅଦ୍ୟତନ ହୋଇଛି
Vigilante Mob Burns Gang Members Alive In Streets Of Haiti

Violence

ନିୟମକୁ ଫୁ କରିଦେଲେ ଦେଶବାସୀ । ଆଇନ୍‌କୁ ହାତକୁ ନେଇ ଘଟାଉଛନ୍ତି ଜଘନ୍ୟ କାଣ୍ତ । ବିଚ୍‌ ରୋଡ୍‌ରେ ୧୩ ଜଣଙ୍କୁ ଜିଅନ୍ତା ଜାଳିଦେଲେ । ଏଭଳି ଅଭାବନୀୟ ଘଟଣା କ୍ୟାରାବିଆନ୍‌ର ହୈତି ଦେଶରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ଗ୍ୟାଙ୍ଗର ୧୩ ଜଣଙ୍କୁ ପ୍ରଥମେ ରାସ୍ତାରେ ପକାଇ ଲୋକେ ଧୁମ୍‌ ପିଟୁଛନ୍ତି । ଏହାପରେ ତାଙ୍କ ଉପରେ ପେଟ୍ରୋଲ ଓ ଟାୟାର ପକାଇ ଜିଅନ୍ତା ଜାଳିଦେଉଛନ୍ତି । ନିଆଁରୁ ନିଜକୁ ବଞ୍ଚାଇବା ପାଇଁ ସେମାନେ ଶତଚେଷ୍ଟା କରୁଥିଲେ ମଧ୍ୟ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ଏଭଳି ଲୋମଟାଙ୍କୁରା ଦୃଶ୍ୟ ସାରା ବିଶ୍ୱକୁ ବିଚଳିତ କରିଛି । ପୋଲିସ ଆଇନ୍‌ କାନୁନ୍‌ ଥାଇ ମଧ୍ୟ ଏଭଳି ଘଟଣା କିପରି ଘଟୁଛି, ତାହାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ପୋଲିସର ସୂଚନାନୁଯାୟୀ ମୃତ ୧୩ ଜଣ ସନ୍ଦିଗ୍ଧଙ୍କ ନାଁରେ ଅନେକ ମାମଲାରେ ରହିଥିଲା । ଏହି ଘଟଣା ଘଟିବା ଆଗରୁ ପୋଲିସ ସେମାନଙ୍କ ହାତରୁ ସମସ୍ତ ଅସ୍ତ୍ର ଜବତ କରିନେଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଗଲା ନାହିଁ କି ୧୩ ଜଣ ଅଭିଯୁକ୍ତମାନେ କିପରି ଲୋକଙ୍କ ହାତରେ ପଡ଼ିଲେ ଏବଂ ଏଭଳି ଅଭାବନୀୟ ଘଟଣା କିପରି ଘଟିଲା?

ସୂଚନା ଥାଉକି ଏଭଳି ଘଟଣା ପୂର୍ବରୁ ମଧ୍ୟ ହୈତିରେ ଦେଖିବାକୁ ମିଳିଛି, ଯେଉଁଠି ଲୋକମାନେ ଆଇନ୍‌କୁ ନିଜ ହାତକୁ ନେଇଛନ୍ତି । ୨୦୨୧ ଜୁଲାଇ ୨୧ ରେ ରାଷ୍ଟ୍ରପତି ଜୋବେନିଲ୍‌ ମୋଇସିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତାଙ୍କର ନିଜ ସାର୍ପ ସୁଟର୍‌ ମାନେ ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଶରୀରରେ ମଧ୍ୟ ଗୁଳି ବାଜି ଥିଲା।

ହୈତିରେ ସରକାର ବିରୋଧି ଦଳ ମାନେ ଏଭଳି ରକ୍ତର ହୋଲି ଖେଳୁଥିବାର କୁହାଯାଉଛି । ବର୍ତ୍ତମାନ ସେହି ଦେଶରେ ହିଂସାକାଣ୍ତ ସାଧାରଣ ଘଟଣା ପାଲଟିଛି । ପୋଲିସ ସହ ଲୋକମାନେ ପ୍ରତିଦିନ ହାତାହାତି ହେଉଛନ୍ତି । ଯାହାଦ୍ୱାରା ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ହାନି ହୋଉଛି । ସଂୟୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁଯାୟୀ ଏପ୍ରିଲ ୧୪ରୁ ୧୯ ମଧ୍ୟରେ ହିଂସାକାଣ୍ତ ଯୋଗୁଁ ୭୦ ଲୋକଙ୍କ ଜୀବନ ଗଲାଣି । ଏହାରି ମଧ୍ୟରେ ୧୮ ମହିଳା ଓ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି ।

Violence
Advertisment
Advertisment