Canada Hindu Temple Attack: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ; ଶ୍ରଦ୍ଧାଳୁଙ୍କୁ କଲେ ମାରପିଟ୍...

ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । 

Canada cops 'punching' Hindus

କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ । ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।  ଏପରିକି, ଶ୍ରଦ୍ଧାଳୁଙ୍କୁ ମଧ୍ୟ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେବା ପରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛି । ପୋଲିସ୍ ମଧ୍ୟ ହିନ୍ଦୁଙ୍କୁ ମାଡ଼ ମାରୁଥିବାର ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ: Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ...

ଭାରତ-କାନାଡ଼ା ସମ୍ପର୍କ ଖରାପ ହେବା ପରେ ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀ ଏଭଳି ଆକ୍ରମଣ କରିଛନ୍ତି । ପୂର୍ବରୁ ୨୦୨୨ ପରେ ମଧ୍ୟ ୨୦ରୁ ଅଧିକ ମନ୍ଦିରକୁ ଟାର୍ଗେଟ କରାଯାଇଛି । କାନାଡ଼ାରେ ବହୁ ପରିମାଣରେ ହିନ୍ଦୁ ବର୍ଷ ବର୍ଷ ଧରି ବସବାସ କରନ୍ତି । ଏପରିକି ଭାରତୀୟ ବଂଶୋଦ୍ଧବ ଓ ହିନ୍ଦୁ ସାଂସଦ ବି ରହିଛନ୍ତି । ଏଭଳି ସ୍ଥଳେ ହିନ୍ଦୁ ମନ୍ଦିରକୁ ଆକ୍ରମଣ ଉଭୟ ରାଷ୍ଟ୍ରର ସମ୍ପର୍କକୁ ଅଧିକ ତିକ୍ତ କରିଛି । ଅପରପକ୍ଷେ, ଘଟଣାକୁ ନିନ୍ଦା କରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।

ସେପଟେ ବ୍ରାମ୍ପଟନର ମେୟର ପ୍ୟାଟ୍ରିକ୍‌ ବ୍ରାଉପ ଏହି ପୂରା ଘଟଣାକୁ ନେଇ ନିରାଶ ଥିବା କହିଛନ୍ତି । ଧାର୍ମିକ ସ୍ୱାଧୀନତା କାନାଡାର ଏକ ମୌଳିକ ମୂଲ୍ୟ ରହିଛି । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପୂଜା ସ୍ଥାନରେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ୍ । ପୂଜା ସ୍ଥାନ ବାହାରେ କୌଣସି ହିଂସା କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର କମ୍ପ୍ଲେକ୍ସର ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାକୁ ଦେଖିବା ପରି ଲାଗୁଛି ଯେ କାନାଡାରେ ଆଇନ ଓ ଶୃଙ୍ଖଳା ଭଳି କିଛି ନାହିଁ । ଖଲିସ୍ତାନୀମାନେ ମନ୍ଦିର ଭିତରେ ହଙ୍ଗାମା କରିବା ବେଳେ ସେଠାରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୋଲିସ ଦୃଶ୍ୟମାନ ହେଉନାହାଁନ୍ତି । ଏଭଳି ପରିସ୍ଥିତିରେ କାନାଡା ପୋଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠିଛି ଯେ ଏତେ ବଡ ଘଟଣା ସତ୍ତ୍ୱେ ପୁଲିସ କାହାକୁ ଗିରଫ କରିନାହିଁ । ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ପୋଲିସ ସକ୍ଷମ ହୋଇପାରି ନାହିଁ।

ଅଧିକ ପଢ଼ନ୍ତୁ: ପଛରେ ପଡିଯିବ ବୁର୍ଜ ଖଲିଫା; ସାଉଦିରେ ନିର୍ମାଣ ହେଉଛି ଦୁନିଆର ସବୁଠୁ ବଡ଼ ବିଲ୍ଡିଂ