Advertisment

ଆକାଶରୁ ଖସି ପଡ଼ିଲା ଚାଇନା ରକେଟ୍, ଜଙ୍ଗଲରେ ହେଲା ବିରାଟ ବିସ୍ଫୋରଣ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଲା। ଆଉ କୁହାଗଲା, ସେଇ ଭିଡିଓରେ ଆକାଶରୁ ଯାହା ଖସୁଛି ତାହା ଚୀନ୍‌ ପକ୍ଷରୁ ପ୍ରେରଣ କରାଯାଇଥିବା ବୁଷ୍ଟର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
China Rocket

China Rocket

ଆକାଶରୁ ଖସିଲା ବୁଷ୍ଟର । ଜଙ୍ଗଲ ଭିତରେ ପଡ଼ି ହେଲା ଭୟଙ୍କର ବିସ୍ଫୋରଣ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ପୁରା ଘଟଣାଟି ହେଲା ମଙ୍ଗଳବାର ସକାଳେ ଲଙ୍ଗ ମାର୍ଚ୍ଚ ୧୧ ବାହକ ରକେଟରେ ଚୀନ୍ ପରୀକ୍ଷାମୂଳକ ‍ଭାବେ ତିନୋଟି ନୂତନ ଉପଗ୍ରହ ଉତକ୍ଷେପଣ କରିଥିଲା । ହେଲେ ସେଥିମଧ୍ୟରୁ ସାଇଡ୍ ବୁଷ୍ଟର୍ ଏକ ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କାହାର କିଛି କ୍ଷତି ହୋଇନଥିବା କୁହାଯାଉଛି ।

Advertisment

ଏହାପରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଲା। ଆଉ କୁହାଗଲା, ସେହି ଭିଡିଓରେ ଆକାଶରୁ ଯାହା ଖସୁଛି ତାହା ଚୀନ୍‌ ପକ୍ଷରୁ ପ୍ରେରଣ କରାଯାଇଥିବା ବୁଷ୍ଟର । ଭିଡିଓରେ ଦେଖାଯାଉଛି ଯେ, ଆକାଶ ମାର୍ଗରୁ କିଛି ଗୋଟେ ଖସୁଛି । ଆଉ ଘନ ଜଙ୍ଗଲ ଭିତରେ ପଡ଼ିବା ପରେ ବିରାଟ ବିସ୍ଫୋରଣ ଘଟୁଛି ।

ସ୍ପେସ୍ ନ୍ୟୁଜ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସିଚୁଆନ୍ ପ୍ରଦେଶର ଜିଚାଙ୍ଗର ଡାଉନରେଞ୍ଜ ଗୁଆଙ୍ଗସି ଅଞ୍ଚଳରେ ବୁଷ୍ଟରଟି ପଡ଼ିଥିଲା । ବିସ୍ଫୋରଣ ପରେ ନାଲି ବାଦାମୀ ଏବଂ ହଳଦିଆ ରଙ୍ଗର ଗ୍ୟାସ୍ ଜଙ୍ଗଲିଆ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯାହାକି ଭାଇରାଲ ଭିଡିଓରେ ମଧ୍ୟ ସ୍ପଷ୍ଟ ଜଣାପଡୁଛି ।

Advertisment

ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ୍ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶର ଜିଚାଙ୍ଗ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ ୧୧ ବାହକ ରକେଟ୍ ଉତ୍‌କ୍ଷେପଣ କରାଯାଇଥିଲା।

ଚୀନ୍‌ର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚୀନ୍‌ର ଏହା ଅଷ୍ଟମ ଥର ସମୁଦ୍ର ଭିତ୍ତିକ ଉତକ୍ଷେପଣ ଥିଲା ଏବଂ ଦକ୍ଷିଣ ଚୀନ୍ ସାଗରରେ ଏହା ଦ୍ୱିତୀୟ ଲଞ୍ଚ ।

Advertisment
Advertisment