• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କୁ ଦିବ୍ୟାଙ୍ଗ କରିଦେଲା ଦରସିଝା ମାଛ । ହଠାତ ପାଦ ତଳୁ ମାଟି ଖସିଗଲା । ନାଁ ଏବେ ସେ ଚାଲିପାରିବେ..ନାଁ ନିଜର କିଛି କାମ କରିପାରିବେ । ଭଲ ଭାବେ ସିଝିନଥିବା ଟିଲାପିଆ ମାଛ ଖାଇ ଜଣେ ଆମେରିକୀୟ ମହିଳା ହାତଗୋଡ଼ ହରାଇଛନ୍ତି । ସଂକ୍ରମଣ ଯୋଗୁଁ ଡାକ୍ତର ତାଙ୍କର ହାତଗୋଡ଼ କାଟିବା ପାଇଁ ବାଧ୍ୟ ହୋଇଛନ୍ତି । ନ୍ୟୁୟର୍କ ପୋଷ୍ଟରେ ଏପରି ଏକ ଖବର ପ୍ରକାଶ ପାଇଛି ।

କାଲିଫର୍ଣ୍ଣିଆର ସାନଜୋସ୍‌ ନିବାସୀ ୪୦ ବର୍ଷୀୟ ଲାଉରା ବାରାଜାସ । ଭାରି ଆଗ୍ରହରେ ଘରକୁ ମାଛଟିଏ ଆଣିଥିଲେ । ଅତି ସୁନ୍ଦର ଭାବରେ ରୋଷେଇ କରିବା ପରେ ଖାଇଥିଲେ ମାଛ ଝୋଳ । ହେଲେ ସେ ଆଣିଥିବା ମାଛ ଯେ ତାଙ୍କୁ ଦିବ୍ୟାଙ୍ଗ କରିଦେବ ସେ ଚିନ୍ତା ବି କରିନଥିଲେ । ବଜାରରୁ କିଣି ଆଣିଥିବା ଟିଲାପିଆ ମାଛ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ(contaminated fish) ହୋଇଥିବା ଯୋଗୁଁ ଲାଉରା ମଧ୍ୟ ସଂକ୍ରମିତ ହୋଇ ଯାଇଥିଲେ।

ମାଛ ଖାଇବା ପରେ ହଠାତ ସେ ଗୁରୁତର ହୋଇ ପଡ଼ିଥିଲେ ତାଙ୍କର ଆଙ୍ଗୁଠି, ପାଦ ଓ ଓଠ କଳା ପଡ଼ି ଯାଇଥିଲା । କିଡ୍‌ନି ମଧ୍ୟ କାମ କରିବା ବନ୍ଦ କରିଦେଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ପରିବାର ଲୋକ । ମାସେ କାଳ ହସ୍ପିଟାଲରେ ରହିବା ପରେ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଗତ ଗୁରୁବାର ଦିନ ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କ ଜୀବନ ବଞ୍ଚାଇବା ପାଇଁ ଶେଷରେ ସଂକ୍ରମିତ ହୋଇ ଯାଇଥିବା ହାତ ଓ ଗୋଡ଼କୁ ଡାକ୍ତରଙ୍କୁ କାଟିବାକୁ ପଡ଼ିଛି ।

କଞ୍ଚା ସାମୁଦ୍ରିକ ଖାଦ୍ୟ ଓ ସମୁଦ୍ର ଜଳରେ ଥିବା ମାରାତ୍ମକ ବ୍ୟାକ୍ଟେରିଆ ଭାଇବ୍ରିଓ ଭଲ୍‌ନିଫିକସ(Vibrio vulnificus) ସଂକ୍ରମିତ ମାଛ ଖାଇ ବାରାଜାସ୍‌ ଲାଉରା ବାରାଜାସଙ୍କ ଏପରି ଅବସ୍ଥା ହୋଇଥିବା ସୂଚନା ମିଳିଛି ।