Advertisment

୬୦ଟି ସରୀସୃପଙ୍କୁ ପକେଟ୍‌ରେ ନେଉଥିବା ବେଳେ ଧରାପଡିଲେ

ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍‌ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।

author-image
Pramod Behera
ଅଦ୍ୟତନ ହୋଇଛି
US Smuggler Caught With 60 Snakes, Lizards And Reptiles In His Pants

US Smuggler Caught With 60 Snakes, Lizards And Reptiles In His Pants

ଏକ ବିଶେଷସୂତ୍ରରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ୬୦ଟି ସାପ ଓ ଝିଟିପିଟିକୁ ନିଜ ଟ୍ରାଉଜର୍‌ରେ ଲୁଚେଇ ନେଉଥିବା ବେଳେ ଧରାପଡିଛନ୍ତି। ଏଗୁଡିକୁ ସେ ଆମେରିକାର ୭୫୦,୦୦୦ ଡଲାରରେ ସରୀସୃପ ଚୋରା ଚାଲାଣ ଉଦ୍ୟୋଗରେ ସାମିଲ କରିବାକୁ ନେଉଥିବା ଜଣାଯାଇଛି।

Advertisment

ଦକ୍ଷିଣ କାଲିଫର୍ନିଆରେ ରହୁଥିବା ଜୋସ୍ ମାନୁଏଲ୍ ପେରେଜ୍ ନାମକ ଜଣେ ବ୍ୟକ୍ତି ୬ ବର୍ଷ ତଳୁ ନିଜ ଘରେ ଏହି ଯୋଜନାର ମାଷ୍ଟରମାଇଣ୍ଡ୍ କରିଥିଲେ। ଏଥିରେ ମେକ୍ସିକୋ ଏବଂ ହଂକଂରୁ ୧୭୦୦ ପ୍ରାଣୀ ଆମେରିକାକୁ ଆଣିବାର ଯୋଜନା ଥିଲା।

ନ୍ୟାୟ ବିଭାଗ ସହ ଏକ ଦସ୍ତାବିଜ୍‌ରେ ପେରେଜ୍ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କର କିଛି ବେଆଇନ ମାଲ ପରିବହନ ପାଇଁ ଖର୍ଚ୍ଚ ଦେଇଥିଲେ ଏବଂ ଅନ୍ୟ ସମୟରେ ସେ ନିଜେ ସୀମା ପାର କରିଥିଲେ।

Advertisment

କାଗଜପତ୍ରରୁ ଜଣାପଡିଛି ଯେ ଯେଉଁ ଜୀବଜନ୍ତୁଙ୍କୁ ସେ ଜାଲରେ ରଖିଥିଲେ ସେଥିରେ ୟୁକାଟାନ୍ ବକ୍ସ କଇଁଛ, ମେକ୍ସିକାନ୍ ବକ୍ସ କଇଁଛ, କୁମ୍ଭୀର ଛୁଆ ଏବଂ ମେକ୍ସିକାନ୍ ଝିଟିପିଟି ସାମିଲ ଥିଲେ। ସେ ଏହାକୁ ଦେଶର ଗ୍ରାହକଙ୍କୁ ୭୩୯,୦୦୦ ଡଲାରରୁ ଅଧିକରେ ବିକ୍ରି କରିଥିଲେ।

ମାର୍ଚ୍ଚରେ ତାଙ୍କର କାରନାମା ସାମ୍ନାକୁ ଆସିଥିଲା ​​ଯେତେବେଳେ ସେ ମେକ୍ସିକୋରୁ ଅଣ୍ଟାରେ ଏବଂ ତାଙ୍କ ପୋଷାକର ଅନ୍ୟ ଅଂଶରେ ୬୦ଟି ସରୀସୃପଙ୍କୁ ଲୁଚେଇ ଗାଡିରେ ନେଇଯିବାକୁ ଚେଷ୍ଟା କରୁଥିଲେ।

ପ୍ରଥମେ ସୀମା ଶୁଳ୍କ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାପଡିଯିବାରୁ ସେ ତାଙ୍କର ପାଳିତ ଝିଟିପିଟିଗୁଡିକୁ ନିଜ ପକେଟରେ ପୁରେଇ ଦେଇଥିଲେ। ତାଙ୍କ ପାଖରୁ ୬୦ଟି ସରୀସୃପ ମିଳିଥିଲା। ଏଥିରେ ଆର୍ବୋରାଲ୍ ଆଲିଗେଟର୍ ଝିଟିପିଟି ସହିତ ଇସ୍ତମିଆନ୍ ବୋନା ବୋଆସ ନାମକ ଏକ ପ୍ରକାର ସାପ ଥିଲା ଯିଏ ରଙ୍ଗ ବଦଳାଏ ଏବଂ ଏହାର ଆଖିରୁ ରକ୍ତ ବାହାରେ। ଏଥୁରୁ ତିନୋଟି ସରୀସୃପ ମରିଯାଇଥିଲେ।

ଦୁଇଟି ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେରେଜ୍‌ଙ୍କୁ ପ୍ରତ୍ୟେକ ମାମଲାରେ ୨୦ ବର୍ଷ ଲେଖାଁଏ ଜେଲ୍‌ ଏବଂ ବନ୍ୟଜନ୍ତୁ ଚୋରା ଚାଲାଣ ପାଇଁ ସର୍ବାଧିକ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ହେବ।

Animal Cruelty Animal Smuggler
Advertisment
Advertisment