/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698288279.jpg)
US shooting
ଆମେରିକାରେ ଗୁଳିକାଣ୍ଡ ପରି ଘଟଣା କମ ହେବାର ନାମ ନେଉନି । ଜଣେ ଯୁବକଙ୍କ ଅତର୍କିତ ଗୁଳିମାଡ଼ରେ ଲେବିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୁବକ ଜଣଙ୍କ ସେମି ଅଟୋମେଟିକ ବନ୍ଧୁକରୁ ଗୁଳିମାଡ କରିଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
#ଆମେରିକାରେ_ପୁଣି_ଗୁଳିକାଣ୍ଡ
ଜଣେ ଦୁର୍ବୃତ୍ତର ଅତର୍କିତ ଗୁଳିମାଡ଼ରେ ଲେବିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ...#Firing#Americapic.twitter.com/TDlYtrsTLU— ଓଟିଭି (@otvkhabar) October 26, 2023
ପୋଲିସ୍ ପକ୍ଷରୁ ସନ୍ଦିଗ୍ଧର ଦୁଇଟି ଫଟୋ ଫେସବୁକରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବନ୍ଧୁକଧାରୀ କାନ୍ଧରେ ଅସ୍ତ୍ରଶସ୍ତ୍ର ଧରି ଏକ ପ୍ରତିଷ୍ଠାନରେ ପ୍ରବେଶ କରୁଥିବା ଦେଖାଯାଇଛି । ତେବେ ଗୁଳିମାଡ କରିଥିବା ଯୁବକ ଜଣଙ୍କ ଫେରାର ଅଛି । ତାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଚାଲିଛି । ଲୋକମାନଙ୍କୁ ଘରେ ରହିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି।
ସୂଚନାଯୋଗ୍ୟ ଅଭିଯୁକ୍ତର ଫଟୋ ଜାରି କରି ଲୋକଙ୍କ ସାହାଯ୍ୟ ଲୋଡିଛି ପୋଲିସ । ଫଟୋରେ ଅଭିଯୁକ୍ତ ଜଣକ ଫୁଲ୍ ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ବେଳେ ଏକ ରାଇଫଲ ଧରି ଗୁଳି ଚଳାଉଛନ୍ତି । ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
୨୦୨୨ ମେ ପରେ ଏଭଳି ବଡ ଧରଣର ଗୁଳିକାଣ୍ଡ ହୋଇଛି । ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ୧୯ଜଣ ଶିଶୁ ଓ ଦୁଇ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। କୋଭିଡ୍ ପରଠାରୁ ଆମେରିକାରେ ଗୁଳିମାଡ ଘଟଣା ଚିନ୍ତାଜନକ ବୃଦ୍ଧି ପାଉଛି। ୨୦୨୨ରେ ୬୪୭ଟି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)