/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712559083.jpg)
Boeing jet
ଟଳିଗଲା ବଡ ବିପଦ। ବର୍ତ୍ତିଗଲେ ପ୍ରାୟ ୧୩୦ ଜଣ ବିମାନ ଯାତ୍ରୀ । ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି । ମଝି ଆକାଶରେ ଉଡ଼ିଗଲା ବିମାନର ଇଞ୍ଜିନ୍ କଭର୍ । ହେଲା ଜରୁରୀ ଅବତରଣ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ, ଟେକ୍ ଅଫ୍ ସମୟରେ ଏୟାରଲାଇନ୍ସର ବୋଇଙ୍ଗ ୭୩୭ର ଇଞ୍ଜିନରେ କିଛି ଅଦ୍ଭୁତ ଘଟଣା ଘଟୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଚିନ୍ତାରେ ମଧ୍ୟ ପଡ଼ି ଯାଇଥିଲେ ବିମାନର କ୍ରୁ ସଦସ୍ୟ । ଭୟଭୀତ ହୋଇଯାଇଥିଲେ ବିମାନ ସଦସ୍ୟ । ମଝି ଆକାଶରେ ବିମାନର କ୍ରୁ ସଦସ୍ୟ ଦେଖିଥିଲେ ଯେ ଇଞ୍ଜିନ ନିକଟରେ କିଛି ଜିନିଷ ଉଡୁଛି । ଯାହାଫଳରେ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପାଇଲଟ୍ ଜରୁରୀ ଅବତରଣ କରିବାକୁ କହୁଥିବା ଭିଡ଼ିଓରେ ମଧ୍ୟ ଶୁଣିବାକୁ ମିଳୁଛି ।
JUST IN: Audio released after Southwest Airlines Flight 3695 was forced to make an emergency landing after its engine cowling detached during takeoff.
The pilot can be heard calling for an emergency landing.
The Boeing 737-800s engine cowling detached and “struck the wing… pic.twitter.com/gQLg41CLY9
— Collin Rugg (@CollinRugg) April 7, 2024
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ପ୍ରବଳ କମେଣ୍ଟ ମଧ୍ୟ ଦେଉଛନ୍ତି । ଭିଡିଓରେ, ବିମାନର ଉଡ଼ାଣ ସମୟରେ ଇଞ୍ଜିନରୁ ଅଲଗା ହୋଇଥିବା କଭର୍ଟି ଉଡୁଥିବା ଦେଖିବାକୁ ମିଳୁଛି । ବିମାନଟି ନିରାପଦରେ ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏଥିରେ ସମସ୍ତ ୧୩୦ ଜଣ ଯାତ୍ରୀ ସୁରକ୍ଷିତ ଭାବରେ ଫେରିଥିଲେ ।
ତେବେ ଗତ ଜାନୁୟାରୀ ମାସରେ ଏୟାରଲାଇନ୍ସର ଏକ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଆଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନ ଉଡାଣର କିଛି ସମୟ ପରେ ୧୬ ହଜାର ଫୁଟ ଉଚ୍ଚତାରେ ହଠାତ୍ ଏହାର କବାଟ ଖୋଲି ଯାଇଥିଲା । ଫଳରେ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)