Advertisment

ଚୀନ ସହ ଯୁଦ୍ଧ କଲେ ହାରିଯିବ ଆମେରିକା ! ଜାଣନ୍ତୁ ଏପରି ଆକଳନ କଲା କିଏ?

ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍‌? ଯଦି ଫାଇଟ୍‌ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ‌ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍‌ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା

author-image
Sarbeswar
undefined

trump

ନୂଆଦିଲ୍ଲୀ: ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍‌? ଯଦି ଫାଇଟ୍‌ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ‌ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍‌ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା। ଏ କଥା ଆମେ କହୁନାହୁଁ ବରଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ କଥା କହିଛନ୍ତି। କେବଳ ଏତିକି ନୁହେଁ ବରଂ ବର୍ତ୍ତମାନର USA ସରକାର ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବେଜିଂ ଆଉ ସମ୍ମାନ ଦେଉନାହିଁ। ଆଉ ଏଥିଲାଗି ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡ଼େନଙ୍କୁ ଦାୟୀ କରିଛନ୍ତି।

Advertisment

ତାଇଓ୍ଵାନ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍‌ ସେନା ବହୁସଂଖ୍ୟକ ଲଢୁଆବିମାନ ଉଡ଼ାଣ ଅଭ୍ୟାସ କରିବା ଯୋଗୁଁ ଚରମସୀମାରେ ପହଞ୍ଚିଥିବା ଉତ୍ତେଜକ ବାତାବରଣରେ ଚୀନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନେ ସ୍ୱିଜର୍‌ଲ୍ୟାଣ୍ଡରେ ଆଲୋଚନା କରିବାକୁ ସ୍ଥିର କରିଥିବା ବେଳେ ଟ୍ରମ୍ପ୍‌ ଏମିତି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି।

Advertisment

ଏଠାରେ ସ୍ପଷ୍ଟ କରୁଛୁ କି, ଏବେ ନୁହେଁ ବରଂ ୧୮ ମାସ ହେଲାଣି ବିଶ୍ୱର ଏହି ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି। ଏହି ଦୁଇ ଦେଶ ବୈଷୟିକ ଯନ୍ତ୍ରାଂଶ ଠାରୁ ଆରମ୍ଭ କରି ପୂର୍ଣ୍ଣନିର୍ମିତ ସାମଗ୍ରୀ କ୍ଷେତ୍ରରେ ଯେସାକୁ ତେସା ନୀତି ଅବଲମ୍ବନ କରୁଛନ୍ତି। ତେବେ ଟ୍ରମ୍ପ କହିଛନ୍ତି ଯେ, ବର୍ତମାନ ଆମେରିକାର ଶାସନ କ୍ଷମତାରେ ଯିଏ ରହିଛନ୍ତି ତାଙ୍କର ନୀତି ଓ ନିଷ୍ପତ୍ତି ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଆଉ ଯଦି ଆମେରିକା ଏପରି ନୀତି ଆପଣାଏ ତେବେ ଆଗାମୀ ଦିନରେ ସାଙ୍ଘାତିକ ସ୍ଥିତ ହେବ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଲିବାନ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି ଟ୍ରମ୍ପ। କହିଛନ୍ତି, ଆମେରିକା ଯେପରି ଭାବରେ ତାଲିବାନୀଙ୍କୁ ନିଜର ଯୁଦ୍ଧାସ୍ତ୍ର ଦେଇଦେଲା ଏବଂ ସେମାନେ ବର୍ତ୍ତମାନ ସେଠାରେ ଯେମିତି ଭାବରେ ଶାସନ କରୁଛନ୍ତି ସେଥିପାଇଁ ମଧ୍ୟ ସେ ବାଇଡ଼େନଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଆଉ କହିଛନ୍ତି ବର୍ତ୍ତମାନ ଆମେରିକା ନସୁଧୁରିଲେ ଆଗାମୀ ସମୟରେ ଏକ ବଡ଼ ପରାଜୟର ସମ୍ମୁଖୀନ ହେବ ତାହାକୁ କେହି ଏଡ଼ାଇ ଦେଇପାରିବେ ନାହିଁ।

China Donald Trump America
Advertisment
Advertisment