Advertisment

US Advisory for Lahore Evacuation:ଆମେରିକାର ବଡ଼ ନିର୍ଦ୍ଦେଶ; ତୁରନ୍ତ ଲାହୋର ଛାଡ଼...

ବଡ଼ କଥା କହିଲାଣି ଆମେରିକା । ଲାହୋର ଛାଡ଼ି ପଳାଇବାକୁ ନିଜ ଦେଶର ନାଗରିକଙ୍କୁ ଆମେରିକା ନିର୍ଦ୍ଦେଶ ଦେଇଛି । ଯଦି ରହୁଛ, ନିରାପଦରେ ରୁହ ଓ ଲୋକାଲ ମିଡିଆର ଖବର ରଖ ।

ଅଦ୍ୟତନ ହୋଇଛି
US Advisory for Lahore Evacuation

US Advisory for Lahore Evacuation

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବଡ଼ କଥା କହିଲାଣି ଆମେରିକା । ଲାହୋର ଛାଡ଼ି ପଳାଇବାକୁ ନିଜ ଦେଶର ନାଗରିକଙ୍କୁ ଆମେରିକା ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ନାଗରିକ । ଏବେ କଣ କରିବେ  ଓ କଣ କରିବେ ନାହିଁ ଭୟଭୀତ ହୋଇଗଲେଣି ସ୍ଥାନୀୟ ଲୋକ । ତେବେ ଲାହୋର ଉପରେ ଆକ୍ରମଣ ଆଶଙ୍କା କରି ଆମେରିକା ଏଭଳି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ପାକିସ୍ତାନରେ ଥିବା ଦୂତାବସକୁ ଏ ସଂପର୍କରେ ଚିଠି ଲେଖିଛି ଆମେରିକା । ଆମେରିକାର ନାଗରିକମାନେ ନିରାପଦରେ ରହିବା ପାଇଁ ଏଥିରେ କୁହାଯାଇଛି ।  ଲାହୋରରେ ଡ୍ରୋନମାଡ଼ ଓ ବିସ୍ଫୋରଣ ପରେ  ଲାହୋରସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏହା କୁହାଯାଇଛି । 

Advertisment

ଅନ୍ୟପଟେ ପହଲଗାମ ଆକ୍ରମଣକୁ ୟୁରୋପୀୟ ସଂଘର କଡ଼ା ନିନ୍ଦା କରିଛି। ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର କଡ଼ା ଭାଷାରେ ନିନ୍ଦା କରିଛି। ନାଗରିକଙ୍କୁ ସୁରକ୍ଷା ଦେବା ସବୁ ରାଷ୍ଟ୍ରର କର୍ତ୍ତବ୍ୟ ବୋଲି କୁହାଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନାକୁ ଚିନ୍ତା ପ୍ରକଟ କରିଛି ମଧ୍ୟ EU ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ଧୂଳି ଚଟାଇଲା ଭାରତ...

ଏପଟେ ପାକିସ୍ତାନ ମିସାଇଲକୁ ଖସାଇଲା ଭାରତ। ଆକାଶରେ ପାଣି ଫାଟିଗଲା ପାକିସ୍ତାନ ମିସାଇଲ। ଖାଲି LOCରେ ନୁହେଁ ଅନ୍ତର୍ଜାତୀୟ ସୀମାର ବେଶ୍ ନିକଟରେ ପାକିସ୍ତାନ ଆଡ଼ୁ ଭାରତକୁ ହେଉଛି ଗୁଳି ଓ ମିସାଇଲ୍ ମାଡ଼। ହେଲେ କୁହନ୍ତି ନା ଯିଏ ଯେମିତି ତା ଫଳ ତାକୁ ସେମିତି ମିଳେ। ଯେତେ ଚକ୍ରାନ୍ତ କଲେ ବି ପାକିସ୍ତାନର କୌଣସି ଷଡ଼ଯନ୍ତ୍ର ସଫଳ ହେଉନି। ଭାରତ-ପାକିସ୍ତାନ ସୀମା ଅମୃତସର ନିକଟର ମାଟିରେ ଲୋଟିଲା ପାକିସ୍ତାନ ମିସାଇଲ୍। ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ବାହାଦୂରୀ ସହ ପାକିସ୍ତାନ ମିସାଇଲକୁ ଆକାଶରେ ହିଁ ଧ୍ବଂସ କରିଛି। ଆଉ ଏବେ ମାଟିରେ ବଳକା ଅଂଶ ଲୋଟୁଛି।

Advertisment

ଅନ୍ୟପଟେ ପୁଞ୍ଚରୁ ମିଳିଲା ଅଫୁଟା ଆର୍ଟିଲାରୀ ସେଲ୍ । ଏହି ଆର୍ଟିଲାରୀ ସେଲ୍ ଟି ପାକିସ୍ତାନର ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାକୁ ତୁରନ୍ତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ପାକିସ୍ତାନର ମିସାଇଲ ମାଡରେ ପୁଞ୍ଚର ବହୁ କ୍ଷତି ହୋଇଥିବା ସେମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment
Pakistan Soldiers Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ