/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678607818.jpg)
high possibility of war
ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧର ଅନେକ ସମ୍ଭାବନା ରହିଛି । 'ପାକିସ୍ତାନକୁ ସାମରିକ ଜବାବ ଦେଇପାରେ ଭାରତ' । ଏଭଳି ଆକଳନ କରି ଚର୍ଚ୍ଚାରେ ଆମେରିକା ଗୁଇନ୍ଦା ସଂସ୍ଥା । ୨୦୨୦ରେ ଗଲୱାନ୍ ସଂଘର୍ଷ ପରେ ସୀମାକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବଢ଼ିଥିବା ତିକ୍ତତାକୁ ଆଲୋଚନା ମାଧ୍ୟମରେ ପ୍ରଶମିତ କରିବାକୁ ଚେଷ୍ଟା ଚାଲିଛି । ବାରମ୍ବାର ବସୁଛି ସେନା ଓ କୂଟନୈତିକ ସ୍ତରୀୟ ଦ୍ୱିପାକ୍ଷିକ ବୈଠକ । LACରୁ ସୈନ୍ୟ ଅପସାରଣ ହିଁ ବିବାଦର ସମାଧାନ ପାଇଁ ଏକମାତ୍ରା ରାସ୍ତା ବୋଲି ଭାରତ ଜୋର୍ ଦେଇ ଆସୁଛି । ତଥାପି ଚୀନ୍ ଏଥିପାଇଁ ରାଜି ହେଉନି । ଫଳସ୍ୱରୂପ ଏବେବି ସୀମାର ଉଭୟ ପଟେ ଭାରତ ଓ ଚୀନର ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ ଅଛନ୍ତି । ଏଭଳି ସ୍ଥିତିରେ, ଚିନ୍ତା ବଢ଼ାଇ ଦେଇଛି ଆମେରିକୀୟ ଗୁଇନ୍ଦା ସଂସ୍ଥାର ପୂର୍ବାନୁମାନ ।
ଆନୁଆଲ୍ ଥ୍ରେଟ୍ ଆସେସମେଣ୍ଟ୍ ବା ବାର୍ଷିକ ବିପଦ ଆକଳନ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା କମିବା ପରିବର୍ତ୍ତେ ଆହୁରି ବଢ଼ିବାର ଆଶଙ୍କା ରହିଛି । ଦୁଇ ପରମାଣୁ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ଏହି ତିକ୍ତତା ବୃଦ୍ଧି ପାଇଁ ଯୁଦ୍ଧର ରୂପ ବି ନେଇପାରେ ।...
କେବଳ ଏତିକି ନୁହେଁ । ଆମେରିକୀୟ ଗୁଇନ୍ଦା ସଂସ୍ଥା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଇଥିବା ରିପୋର୍ଟରେ କହିଛି ଯେ, ଲାଇନ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ବା LACରେ ଉଭୟ ଦେଶର ସାମରିକ ଗତିବିଧି ତଥା ସେନା ଓ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି, ଯୁଦ୍ଧର ଆଶଙ୍କାକୁ ବଢ଼ାଉଛି । ଯଦି ଏହି ଆକଳନ ସତ ହୁଏ, ତେବେ ଏହା ସିଧାସଳଖ ଆମେରିକା ଓ ବହୁ ଆମେରିକୀୟଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ତେଣୁ ଏଭଳି କ୍ଷେତ୍ରରେ ଆମେରିକୀୟ ହସ୍ତକ୍ଷେପର ଆବଶ୍ୟକତା ରହିଛି । ପୂର୍ବରୁ LACରେ ଛୋଟ ଛୋଟ ବିବାଦ, ଅତି କମ୍ ସମୟ ଭିତରେ ବଡ଼ ସଂଘର୍ଷର ରୂପ ନେଇଥିବା ଦେଖିବାକୁ ମିଳିଛି । ତେଣୁ ତିକ୍ତତା ବଢ଼ିଲେ ଏହା ଯୁଦ୍ଧର ରୂପ ମଧ୍ୟ ନେଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।...
କେବଳ ଚୀନ୍ ନୁହେଁ, ପାକିସ୍ତାନ ସହିତ ମଧ୍ୟ ମୁହାଁମୁହିଁ ହୋଇପାରେ ଭାରତ । ପାକିସ୍ତାନ ଉସୁକାଇଲେ, ଛାଡ଼ିବନି ଭାରତ । ସାମରିକ ଜବାବ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାକ୍ ପ୍ରାୟୋଜିତ ଆତଙ୍କବାଦ କଥା ବି ଉଠାଇଲା ଆମେରିକା । ଗତ ୬ ତାରିଖରେ ସାମ୍ନାକୁ ଆସିଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟରେ ଭାରତ-ପାକିସ୍ତାନ ସଂପର୍କ ବି ଆଗାମୀ ଦିନରେ ବିଗିଡ଼ିପାରେ ବୋଲି ଆକଳନ କରାଯାଇଛି ।
ଭାରତ ବିରୋଧରେ ପାକ୍ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗକୁ ବି ନିଜ ରିପୋର୍ଟରେ ସ୍ଥାନ ଦେଇଛି ଆମେରିକୀୟ ଗୁଇନ୍ଦା ସଂସ୍ଥା । ବାର୍ଷିକ ବିପଦ ଆକଳନ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଯଦିଓ ଏବେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି କାଏମ ରହିଛି । ତଥାପି ଭାରତ ବିରୋଧୀ ଉଗ୍ରବାଦୀ ସଂଗଠନକୁ ପାକିସ୍ତାନ ସମର୍ଥନ କରିବାର ଲମ୍ବା ଇତିହାସ ରହିଛି । ତିକ୍ତତା ବଢ଼ିଲେ ସଂଘର୍ଷର ଆଶଙ୍କା ବି ବଢ଼ିବ । କାଶ୍ମୀରରେ ହିଂସାତ୍ମକ ଅଶାନ୍ତି କିମ୍ବା ଭାରତରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ, ଦୁଇ ପରମାଣୁ ଶକ୍ତିକୁ ମୁହାଁମୁହିଁ କରିପାରେ । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)