Advertisment

Pakistan Terrorism Origin: ପାକିସ୍ତାନ ଆତଙ୍କବାଦର ଜନ୍ମଦାତା; ପାକ୍‌ର ପୋଲ୍ ଖୋଲି ଦେଲା ଭାରତ...

ଆତଙ୍କବାଦୀଙ୍କୁ ପାକିସ୍ତାନର ପ୍ରୋତ୍ସାହନ ଏବଂ ଫଣ୍ଡିଂ ନେଇ ତଥ୍ୟ ରଖିଲେ ଭାରତୀୟ ପ୍ରତିନିଧି ଯୋଜନା ପଟେଲ । ପାକିସ୍ତାନର ଆତଙ୍କୀ ମୁଖା ଖୋଲି କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଉପସ୍ଥାୟୀ ପ୍ରତିନିଧି ଯୋଜନା କହିଛନ୍ତି, ପାକିସ୍ତାନ ଆତଙ୍କବାଦର ଜନ୍ମଦାତା ।

ଅଦ୍ୟତନ ହୋଇଛି
UN Security Council Criticizes Pakistan for Pahalgam Terror Attack

UN Security Council Criticizes Pakistan for Pahalgam Terror Attack

Advertisment

ପୁଣି ଜାତିସଂଘରେ ପାକିସ୍ତାନର ପୋଲ୍ ଖୋଲିଲା ଭାରତ । ଆତଙ୍କବାଦୀଙ୍କୁ ପାକିସ୍ତାନର ପ୍ରୋତ୍ସାହନ ଏବଂ ଫଣ୍ଡିଂ ନେଇ ତଥ୍ୟ ରଖିଲେ ଭାରତୀୟ ପ୍ରତିନିଧି ଯୋଜନା ପଟେଲ । ପାକିସ୍ତାନର ଆତଙ୍କୀ ମୁଖା ଖୋଲି କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଉପସ୍ଥାୟୀ ପ୍ରତିନିଧି ଯୋଜନା କହିଛନ୍ତି, ପାକିସ୍ତାନ ଆତଙ୍କବାଦର ଜନ୍ମଦାତା । ଖୋଦ୍ ପାକ୍ ପ୍ରତିରକ୍ଷା ମନ୍ତ୍ରୀ  ଖ୍ବାଜା ଆସିଫ୍ ଏକ ଟିଭି ଚ୍ୟାନେଲ୍ ଇଣ୍ଟର୍ଭ୍ୟୁରେ ଏକଥାକୁ ମାନିଛନ୍ତି। 

Advertisment

ତିନି ଦଶନ୍ଧି ଧରି ଆତଙ୍କବାଦ କାର୍ଯ୍ୟ କରିଆସୁଥିବା ସ୍ବୀକାର କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ।  ୨୦୦୮ରେ ହୋଇଥିବା ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସର୍ବାଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ପହଲଗାମ ଆକ୍ରମଣ ପରେ ସାରା ବିଶ୍ବ ଭାରତ ସହ ଠିଆ ହୋଇଛି । ଯାହାକି ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଶୂନ୍ୟ ସହନଶୀଳତାର ପ୍ରମାଣ । ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ଆବଶ୍ୟକତା ରହିଛି ବୋଲି ଜାତିସଂଘ ବୈଠକରେ ଭାରତୀୟ ରାଷ୍ଟ୍ରଦୂତ ଯୋଜନା ପଟେଲ ମତ ରଖିଛନ୍ତି। 

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍

Advertisment

ଏପଟେ ସୀମାରେ ସୁଧୁରୁନି ପାକିସ୍ତାନ । ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍ ସେନା । ଆଜି ବି ବିଭିନ୍ନ ସ୍ଥାନରେ ପାକିସ୍ତାନ ସେନାର ଫାୟାରିଂ । ଗତକାଲି ରାତିରୁ କୁପୱାରା, ବାରାମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ଜାରି ରହିଛି । ପାକିସ୍ତାନ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । ଗତ ୬ ଦିନ ହେଲାଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି ପାକିସ୍ତାନ । ପହଲଗାମ ଆତଙ୍କୀ ହମଲା ପରଠୁ ସୀମାରେ ଲାଗିଛି ଉତ୍ତେଜନା । ଲଗାତାର ଗୁଳିମାଡ଼ କରି ଉସକାଉଛି ପାକ୍ । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି । 

ଅନ୍ୟପଟେ ଜମ୍ମୁ-କଶ୍ମୀରରେ ହାଇଆଲର୍ଟ । ପର୍ଯ୍ୟଟକଙ୍କ ପାଇଁ ବନ୍ଦହେଲା ୪୮ଟି ପର୍ଯ୍ୟଟନସ୍ଥଳୀ । ସୁରକ୍ଷା ଦୃଷ୍ଟିରୁ ୪୮ଟି ଟୁରିଷ୍ଟ ପ୍ଲେସକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରିଛନ୍ତି ଜମ୍ମୁ-କଶ୍ମୀର ସରକାର । ମୋଟ ୮୭ରୁ ୪୮ଟି ପର୍ଯ୍ୟଟନସ୍ଥଳୀରେ ଲାଗିଲା କଟକଣା। ଚର୍ଚ୍ଚିତ ଡାଲ୍ ଲେକ୍ ସହିତ ଗୁଲମର୍ଗ, ସୋନମର୍ଗ, ଦୁଧ୍ପତ୍ରି ଏବଂ ଭୈରିନାଗ ଭଳି ଅନେକ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କୁ ମନା ହୋଇଛି । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ଥିବା ଆଶଙ୍କା କରାଯାଉଛି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ସରକାର । 

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ

India Pakistan Terrorism United Nations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ