pakistan
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଜାତିସଂଘରୁ ଆସିଛି ଫୋନ୍ କଲ୍ । ପହଲଗାମ୍ ହମଲା ଓ ଦୁଇ ଦେଶ ଭିତରେ ଉତ୍ତେଜନା ବଢୁଥିବା ବେଳେ ଉଦବେଗ ପ୍ରକାଶ ସହ ଚିନ୍ତା ବ୍ୟକ୍ତ କରିଛି ଜାତିସଂଘ। ଏ ନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି କଥା ହେଲେ ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍।
ଅଧିକ ପଢନ୍ତୁ: 'ଆକ୍ରମଣର ଟାର୍ଗେଟ-ଟାଇମ୍ ସ୍ଥିର କର', ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପ୍ରଧାନମନ୍ତ୍ରୀ
ସେ ପହଲଗାମ୍ ହମଲାକୁ ତୀବ୍ର ନିନ୍ଦା କରିଛନ୍ତି। ଏଥିସହ ଆଇନଗତ ଉପାୟରେ ଆକ୍ରମଣ ପାଇଁ ନ୍ୟାୟ ଓ ଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଗୁଟେରସ୍ ଗୁରୁତ୍ୱାରୋପ କରିଛନ୍ତି। ଭାରତ ଓ ପାକିସ୍ତାନ ଭିତରେ ବଢ଼ୁଥିବା ଉତ୍ତେଜନା ଉପରେ ଚିନ୍ତା ପ୍ରକାଶ କରିବା ସହ ଏପରି ମୁକାବିଲାକୁ ଏଡାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପହଲଗାମ ହମଲାର ବଦଲା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବା ସିସିଏସ୍ ବୈଠକ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ CCS ବୈଠକ। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ। ଏହା ପରେ ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ CCPA ଏବଂ CCEA ବୈଠକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pakistan_1745989708.jpg)