Advertisment

ଛୁଆ ହଜିବନି ବୋଲି ପିଠିରେ ଠିକଣା ଲେଖିଲା ମା’

ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ukrainian mum writes details on toddler's back in case they get separated

Ukrainian mum writes details on toddler's back in case they get separated

ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ । ଯାହା ଏବେ ବେଶ୍‌ ଭାଇରାଲ୍‌ ହେଉଛି । 

Advertisment

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଶିଶୁଟି ଅଛି ଯାହା ପିଠିରେ ତାର ସମ୍ପୂର୍ଣ୍ଣ ଠିକଣା ଲେଖା ହୋଇଛି ।

ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆଲେକ୍ସାଣ୍ଡ୍ର ମାକୋଭି ନାମକ ଜଣେ ୟୁକ୍ରେନ ମହିଳା ନିଜ ଝିଅ ଭିରାଙ୍କ ସହ କିଭ୍‌ ସହରରେ ଫସିଥିଲେ । ସେହି ସମୟରେ ତାଙ୍କୁ ଏହି ଚିନ୍ତାଧାରା ଆସିଥିଲା ।

Advertisment

ୟୁକ୍ରେନ ନିବାସୀ ମହିଳା ଜଣକ, ନିଜ ଇଣ୍ଟାଗ୍ରାମରେ ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓଟିରେ ଝିଅଟିର ପିଠିରେ ସେ ଲେଖାହୋଇଛି ଯେ, ଉକ୍ତ ପୋଷ୍ଟରେ ସେ ନିଜ ଝିଅଙ୍କ ପିଠିର ଫଟୋ ମଧ୍ୟ ସେୟାର କରିଛନ୍ତି । କୁନି ଝିଅଟିର ପିଠିରେ ଲେଖାହୋଇଛି ଯେ, ଭିରା ମାକୋଭି(ଝିଅର ନାମ ) , ୧୦.୧୧.୧୯ (ଜନ୍ମ ଦିବସ), ଏହାସହ ୨ଟି ଫୋନ୍ ନମ୍ୱର (ମା’ ଓ ବାପାଙ୍କ) ।

“NPR ନ୍ୟୁଜ୍‌ ଏଜେନ୍ସିର ଏକ ଇଣ୍ଟରଭ୍ୟୁରେ ମହିଳା ଜଣକ କହିଛନ୍ତି ଯେ, 'ଯେଉଁ ସମୟରେ ମୁଁ

Ukrainian mum writes details on toddler's back in case they get separated(ଭାଇରାଲ୍‌ ଭିଡିଓରେ ଥିବା କୁନି ଝିଅ ଭିରା)

ପିଠିରେ ଏହି ଠିକଣା ଲେଖୁଥିଲି ସେହି ସମୟରେ ମୋ ହାତ ଥରିବାକୁ ଲାଗିଲା ଯାହା କାରଣରୁ ଏହିପରି ଅସୁନ୍ଦର ଅକ୍ଷରରେ ଲେଖା ହୋଇଛି । ହେଲେ ମଧ୍ୟ ମୁଁ ଯାହା ବାର୍ତ୍ତା ଦେବାକୁ ଚାହୁଥିଲି ତାହା ସ୍ପଷ୍ଟ ଭାବରେ ଜଣାପଡୁଛି । ଫଳରେ ଯଦି ଯୁଦ୍ଧ ମଧ୍ୟରେ କେବେ ହେଲେ ଭିରା ହଜିଯାଏ ତାହାଲେ କେହି ବି ଦେଖିବା ଦ୍ୱାରା ଘରକୁ ଫେରିବାରେ ସହଜ ହୋଇପାରିବ । ଏବେ ଚିନ୍ତା କରୁଛି କି 'ମୁଁ କାହିଁକି ତା ପିଠିରେ ଏହି ସୂଚନାକୁ ଟାଟୁରେ ଲେଖି ନାହିଁ?'

ଆଲେକ୍ସାଣ୍ଡ୍ର ଇଣ୍ଟାଗ୍ରାମରେ ସେୟାର କରିଥିବା ଏହି ପୋଷ୍ଟରେ ପ୍ରାୟ ୨୯,୦୦୦ରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ଅନେକ ଲୋକ ସେୟାର କରିଛନ୍ତି ।

Russia-Ukraine Conflict
Advertisment
Advertisment