• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଋଷର ମିଶାଇଲ୍ ମାଡ଼ରେ ଧ୍ୱଂସ ବିଧ୍ୱଂସ ୟୁକ୍ରେନ୍‌ର ରାଜଧାନୀ କିଭ୍ । ମାତ୍ର ଦୁଇ ଦିନରେ ୟୁକ୍ରେନ୍ ଉପରେ ୮୪ଟି ଶକ୍ତିଶାଳୀ ମିଶାଇଲରେ ଆକ୍ରମଣ କରିଛି ଋଷ । ଆଉ ଏହାରି ଭିତରେ ୟୁକ୍ରେନ୍ ସହ ଛାତି ପତାଇ ଠିଆ ହୋଇଛି ଆମେରିକା । ପୁଣି ଥରେ ଖୋଲା ସମର୍ଥନ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । 

ଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଓ ବାଇଡେନ୍ ଟେଲିଫୋନିକ ଆଲୋଚନା କରିଥିଲେ । ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି । ୟୁକ୍ରେନ୍ ବାସିନ୍ଦାଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱ ବୋଲି କହିଛି ଆମେରିକା । ଏନେଇ ସବୁ ପ୍ରକାର ସହାୟତା ଆମେରିକା କରିବ ବୋଲି ସେ ଦୋହରାଇଛନ୍ତି ।

ସମୟ ଯେତେ ଗଡ଼ୁଛି ପରିସ୍ଥିତି ସେତେ ବିଗୁଡ଼ୁଛି । ଋଷ ଓ ୟୁକ୍ରେନ୍ ଭିତରେ ତିକ୍ତତା ବଢ଼ିବା ସହ ଦିନକୁ ଦିନ କ୍ଷତି ବି ବଢ଼ୁଛି । ଗତ ଦୁଇ ଦିନ ମଧ୍ୟରେ ୟୁକ୍ରେନ୍ ଉପରେ ମିଶାଇଲ୍ ମାଡ଼ ପରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇବା ସହ ପ୍ରାୟ ଶହେ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଗତ ଜୁନ୍ ୨୬ ତାରିଖରେ ଶେଷ ଥର ଲାଗି କିଭ୍ ଉପରେ ଆକ୍ରମଣ କରିଥିଲା ଋଷିଆ । ମାତ୍ର ଗତ ଶନିବାର ମସ୍କୋ ଅଧିକୃତ କ୍ରିମିଆଙ୍କୁ ସଂଯୋଗ କରୁଥିବା କର୍ଚ୍ଚ ରେଳ ଓ ରୋଡ୍ ବ୍ରିଜ୍‌କୁ ଟ୍ରକ୍ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବା ପରେ କ୍ଷୁବ୍ଧ ହୋଇଛନ୍ତି ପୁତିନ୍ । ଏହି ବିସ୍ଫୋରଣ ଆତଙ୍କବାଦୀ କାର୍ଯ୍ୟ ଓ ଏଥିରେ ସଂପୃକ୍ତ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି ଗତକାଲି କହିଥିଲେ ପୁତିନ୍ । ଆଉ ଏହାର ୨୪ ଘଣ୍ଟା ନପୁରୁଣୁ ୟୁକ୍ରେନ ରାଜଧାନୀ କିଭ୍‌ରେ ଘଟିଛି ସିରିଜ୍ ବିସ୍ଫୋରଣ ।