• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶଦ୍ରୋହୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ୟୁକ୍ରେନ୍‌ ରାଷ୍ଟ୍ରପତି । ପୁଟିନ୍‌ଙ୍କୁ ଦେଶର ସମସ୍ତ ବିଶ୍ୱସ୍ତ ସୂଚନା ଦେଉଥିଲେ ୟୁକ୍ରେନ୍‌ର ସ୍ପାଇ ଚିଫ୍‌ । ଏଥିପାଇଁ ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଭୋଲୋଡିମିର ଜେଲେନସ୍କି ଦେଶକୁ ବିଶ୍ୱାସଘାତକତା ଅଭିଯୋଗରେ ଦୁଇ ବରିଷ୍ଠ ୟୁକ୍ରେନ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି । ଜେଲେନସ୍କି ଦେଶର ସୁରକ୍ଷା ଏଜେନ୍ସି ଏସବିୟୁ ଏବଂ ଦେଶର ପ୍ରସିକ୍ୟୁଟର୍‌ ଜେନେରାଲଙ୍କୁ ପଦରୁ ହଟାଇ ଦେଇଛନ୍ତି । ଜେଲେନସ୍କି ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୱାର ଜୋନରେ ଅନେକ ଲୋକ ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବେଳେ ଏହାକୁ କଦାବି ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Володимир Зеленський (@zelenskiy_official)

ୟୁକ୍ରେନରେ ପୁଟିନଙ୍କ ସିକ୍ରେଟ୍‌ ୬୦

ୱାର ଜୋନରେ ଶତ୍ରୁକୁ ବିଶ୍ୱସ୍ତ ତଥ୍ୟ ପହଞ୍ଚାଉଥିବା ଖବର ସ୍ପଷ୍ଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । 'ଦୁଇ ଶକ୍ତିଶାଳୀ ସଂଗଠନରେ ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ଦେଶଦ୍ରୋହୀ ଅଟନ୍ତି ବୋଲି କହିଛନ୍ତି ଜେଲେନସ୍କି । ଦେଶର ୬୦ରୁ ଅଧିକ କର୍ମଚାରୀ ଅଛନ୍ତି ଋଷ ସହ ହାତ ମିଳାଇ ଦେଶ ବିରୋଧରେ କାମ କରୁଥିବା ସୂଚନା ମିଳିଛି । ବର୍ତ୍ତମାନ ଯେଉଁ ଦୁଇ ଅଧିକାରୀଙ୍କୁ ହଟାଇ ଦିଆଯାଇଛି ସେମାନେ ହେଲେ ଇଭାନ ବକାନୋଭ ଏବଂ ଇରିୟାନା ଭେନେଡିକଟୋଭା । ଟେଲିଗ୍ରାମ ବାର୍ତ୍ତା ମାଧ୍ୟମରେ ଦିଆଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି ।

ଦଗା ଦେଲେ ବିଶ୍ୱସ୍ତ

ଜେଲେନସ୍କି କହିଛନ୍ତି, 'ଏଭଳି ଅପରାଧ ଜାତୀୟ ସୁରକ୍ଷା ପ୍ରତି ବିପଦ । ଦେଶଦ୍ରୋହୀଙ୍କୁ କଡ଼ା ଦଣ୍ଡ ଦିଆଯିବ । ସୂଚନା ଅନୁସାରେ ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଇଭାନ୍ ବକାନୋଭ ଜେଲେନସ୍କିଙ୍କର ପିଲାଦିନର ବନ୍ଧୁ । ୨୦୧୯ ରେ ନିର୍ବାଚନରେ ​​ଜିତିବା ଜେଲେନସ୍କି ଦେଶର ରାଷ୍ଟ୍ରପତି ହେବାପରେ କରି ବକାନୋଭଙ୍କୁ ସିକ୍ରେଟ୍ ସର୍ଭିସ ଏଜେନ୍ସି ଏସଏସୟୁ ମୁଖ୍ୟ ରୂପେ ନିୟୋଜିତ କରିଥିଲେ ଜେଲେନସ୍କି । ହେଲେ ଯୁଦ୍ଧ ସମୟରେ ସେହି ବନ୍ଧୁ ଦେଶକୁ ବିକ୍ରି କରିବାକୁ ଚେଷ୍ଟା କରିଛି । ଶତ୍ରୁ ହାତକୁ ଟେକି ଦେଇଛି ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏବେ ଘଟଣା ଜଣାପଡ଼ିବା ପରେ ଜେଲେନସ୍କି ମର୍ମାହତ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।